ପ୍ରମୁଖ ଖବର

ସହଦେବ ନାୟକ ହତ୍ୟା ମାମଲାରେ ଗିରଫ ସଂଖ୍ୟା ୫କୁ ବୃଦ୍ଧି
ରାଉରକେଲାରେ ଜଣେ ସିଆରପିଏଫ ଯବାନ ନିଜକୁ ନିଜେ ଗୁଳି କରିଥିବା ସୂଚନା
ଚୀନର ଜିଆଙ୍ଗରେ ଭୂକମ୍ପର ଝଟକା: ତୀବ୍ରତା ୪.୩
କେନ୍ଦ୍ର ଆଇଟି ମନ୍ତ୍ରୀଙ୍କ ପ୍ରତିଶ୍ରୁତି: ମେଗା ଆଇଟି ହବ୍ ହେବ ଓଡ଼ିଶା
ପ୍ରବାସୀ ଭାରତୀୟ ଦିବସ ପାଇଁ ଓଡିଶାରେ ପହଁଞ୍ଚିଲେ ରାଷ୍ଟ୍ରପତି
ପ୍ରବାସୀ ଭାରତୀୟ ଦିବସ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ
ଜାନୁଆରୀ ୨୦ରୁ ଶ୍ରୀମନ୍ଦିରରେ ଧାଡି ଦର୍ଶନ ପାଇଁ ଟ୍ରାଏଲ୍ ରନ୍
କୁମ୍ଭ ମେଳା ପାଇଁ ଓଡ଼ିଶାରୁ ଅଯୋଧ୍ୟାକୁ ଗଡ଼ିବ ସ୍ୱତନ୍ତ୍ର ବସ

ଚିନ୍ତା ବଢାଇଲାଣି ନୂଆ ଭୂତାଣୁ ‘ଏଚ୍୩ଏନ୍୨’

0

ଭୁବନେଶ୍ବର; ‘ଇନଫ୍ଲ୍ୟୁଏନ୍ଜା-ଏ’ର ଉପ-ପ୍ରଜାତି ‘ଏଚ୍୩ଏନ୍୨’ ଭୂତାଣୁରେ ଆକ୍ରାନ୍ତ ୨ ଜଣଙ୍କ ମୃତ୍ୟୁ ହେବା ପରେ ଏବେ ସର୍ତକ ହେଲେଣି କେନ୍ଦ୍ର ସରକାର । ରାଜ୍ୟ ଗୁଡିକୁ ଚିଠି ଲେଖି ସତର୍କ ରହିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସେପଟେ ଓଡିଶାରେ ୫୯ଜଣଙ୍କ ଠାରେ ‘ଏଚ୍୩ଏନ୍୨’ ଭୂତାଣୁ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଆର୍ଏମ୍ଆର୍ସି ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି ।

ସୂଚନାଯୋଗ୍ୟ: ଓଡ଼ିଶାରେ ଏଚ୍୩ଏନ୍୨ ଆତଙ୍କ । ଓଡ଼ିଶାରୁ ଚିହ୍ନଟ ହୋଇଛନ୍ତି ଏଚ୍୩ଏନ୍୨ ସଂକ୍ରମିତ । ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୫୯ଜଣ ଏଚ୍୩ଏନ୍୨ ସଂକ୍ରମିତ । ଜାନୁଆରୀ ଓ ଫେବ୍ରୁଆରୀରେ ୨୨୫ଟି ନମୁନା ପରୀକ୍ଷଣରୁ ୫୯ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧାରୁ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ସଂଘମିତ୍ରା ପତି । ଭାରତରେ ସଂକ୍ରମଣ ଜନିତ ମୋଟ୍ ୬ ଜଣଙ୍କ ମୃତ୍ୟୁ ହୋଇଛି । ଏହି ମୃତ୍ୟୁ ପରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟ ଆଲର୍ଟ ହୋଇଯାଇଛି । ସବୁ ରାଜ୍ୟକୁ ଭୂତାଣୁ ନେଇ ସତର୍କ ରହିବାକୁ ପରାମର୍ଶ ଦେଇଛି ।

ଗତ ୨-୩ ମାସ ହେଲା ରାଜ୍ୟରେ ଥଣ୍ଡା, ଜ୍ୱର, କାଶରେ ପୀଡ଼ିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୫୯ ଜଣ ଏଚ୍୩ଏନ୍୨ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢ଼ିଯାଇଛି । କିନ୍ତୁ ଏପର୍ଯ୍ୟନ୍ତ ବିଧିବଦ୍ଧ ଗାଇଡ୍ଲାଇନ୍ ଜାରି କରିନାହିଁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ । ଦେଶରେ ଏଚ୍୩ଏନ୍୨ ଆକ୍ରାନ୍ତ ୨ ଜଣଙ୍କୁ ମୃତ୍ୟୁ ପରେ ରାଜ୍ୟଗୁଡିକୁ ଚିଠି ଲେଖି ମାର୍ଗଦର୍ଶିକା ଜାରି କରିବାକୁ ନିର୍ଦ୍ଦେଶ ଦେଇଛି ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ରାଜ୍ୟଗୁଡିକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣଙ୍କ ଚିଠି ।

ଏଥିରେ କୁହାଯାଇଛି ଯେ, ଦେଶରେ ସକ୍ରିୟ ରହିଛି ‘ଇନଫ୍ଲ୍ୟୁଏଞ୍ଜା-ଏ’ ଉପ-ପ୍ରଜାତି ‘ଏଚ୩ଏନ୨’, ‘ଏଚ୧ଏନ୧’, ଆଡେନୋଭାଇରସ୍ଡି ସେମ୍ବରରୁ ‘ଏଚ୍୩ଏନ୍୨’ ଭୂତାଣୁ ଚିହ୍ନଟ ହେବା ପରେ ଚିନ୍ତା ବଢିଛି। କିଛି ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ମଧ୍ୟ ବଢ଼ିଛି ନୂଆ କରୋନା ମାମଲା କମ୍ ରହିଲେ ବି ସତର୍କ ରହିବା ଜରୁରୀ। ଅନେକଙ୍କ କ୍ଷେତ୍ରରେ ସ୍ୱଳ୍ପ ଲକ୍ଷଣ ରହିଛି କିଛି କ୍ଷେତ୍ରରେ ଜ୍ୱର, ଥଣ୍ଡା, କାଶ ଲାଗି ରହୁଛି ନିଶ୍ୱାସ-ପ୍ରଶ୍ୱାସରେ ସମସ୍ୟା ହେଉଛି
ବୟସ୍କ, ବିଭିନ୍ନ ରୋଗରେ ପୀଡ଼ିତ ବ୍ୟକ୍ତିଙ୍କ କ୍ଷେତ୍ରରେ ସାଂଘାତିକ ହୋଇପାରେ। କିପରି ସଂକ୍ରମଣକୁ ରୋକା ଯାଇପାରିବ, ଏ ନେଇ ରାଜ୍ୟକୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ଲୋକଙ୍କ ମଧ୍ୟରେ ସଚେତନତା ବୃଦ୍ଧି କରିବାକୁ ନିର୍ଦ୍ଦେଶ ଦିଆଯାଇଛି

Leave A Reply

Your email address will not be published.