ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଆସନ୍ତା ୧୫ତାରିଖ ଠାରୁ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ

0

ଭୁବନେଶ୍ବର: ଓଡ଼ିଶା ଡ୍ରାଇଭର ମହାସଂଘ ୧୦ ଦଫା ଦାବି ନେଇ ଆସନ୍ତା ୧୫ ତାରିଖ ଠାରୁ ଆନ୍ଦୋଳନ କରିବାକୁ ଯାଉଛି। ଏହି ଆନ୍ଦୋଳନରେ ମହାସଂଘର ୫ ଲକ୍ଷ ଡ୍ରାଇଭର ‌ସାମିଲ ହେବେ। ଡ୍ରାଇଭରମାନେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ୧୫ ତାରିଖ ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବେ। ଜରୁରୀକାଳୀନ ଗାଡ଼ି ଓ ମାଟ୍ରିକ ପରୀକ୍ଷା ପାଇଁ ଗାଡିକୁ ଛଡ଼ାଯିବ। ନଚେତ କୌଣସି ଗାଡ଼ି ଚାଲିବନି କି ଚଲେଇଦିଆଯିବନି ବୋଲି ଓଡ଼ିଶା ଡ୍ରାଇଭର

ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗାଡ଼ି ନ ଚାଲିଲେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବେ। ମହାସଂଘ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛି। ଏହି ପ୍ରତିବାଦ ପରେ ସରକାର ଯଦି ନ ଶୁଣିବେ ତେବେ ଆଗାମୀ ନିର୍ବାଚନରେ ସବୁ ଜାଗାରେ ଡ୍ରାଇଭରମାନେ ନୋମିନେସନ ଫାଇଲ କରି ସରକାରଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।

ମାର୍ଚ୍ଚ ୧୫ ତାରିଖରେ ୨0୨୩ ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟବ୍ୟାପି ଡ୍ରାଇଭର ଧର୍ମଘଟ ଏବଂ ଅଖଚକ ବନ୍ଦ ଡାକରାକୁ ଶାନ୍ତି ପୂର୍ଣ୍ଣ ଭାବେ ପାଳନ କରାଯିବା ପାଇଁ ଡାକରା ଦିଆ ଯାଇଛି। ତେବେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ସେବା, ଅଗ୍ନିଶମ ବାହିନୀ ସେବା ଓ ପ୍ରଶାସନ ଗମନା ଗମନ ଅବ୍ୟାହତ ରହିବ । ଏହାକୁ ତୃଣମୂଳ ସ୍ତରରେ ପ୍ରତ୍ୟେକ ଡ୍ରାଇଭରଙ୍କୁ ଏକତ୍ରିତ ହୋଇ ଆନ୍ଦୋଳନକୁ ସହଯୋଗ କରିବା ପାଇଁ ସମସ୍ତ ଡ୍ରାଇଭରଙ୍କୁ ଆହ୍ୱାନ ଦିଆଯାଇଛି।

Leave A Reply

Your email address will not be published.