ପ୍ରମୁଖ ଖବର

ଭାରତୀୟ ଷ୍ଟକବଜାରରେ ଉତ୍ସାହ ଫେରିଲା, ସେନସେକ୍ସ ୬୦୦ ପଏଣ୍ଟ ବୃଦ୍ଧି
ହୀରାକୁଦ ଜଳଭଣ୍ଡାରରେ ଅଘଟଣ: ଡଙ୍ଗା ବୁଡ଼ି ୧୦ରୁ ଅଧିକ ନିଖୋଜ
ଲଖନପୁର ଡଙ୍ଗାବୁଡି ଘଟଣାକୁ ନେଇ ଦୁଃଖ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତକଙ୍କ ଆତ୍ମୀୟଙ୍କୁ ମିଳିବ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି
ଭୋଟିଂ ସମୟରେ ବସ୍ତରରେ ବିସ୍ଫୋରଣ, ମଣିପୁରରେ ଗୁଳିମାଡ, ସିଆରପିଏଫ୍ ଯବାନ ଆହତ
ଜ୍ୟରେ ଅଂଶୁଘାତରେ ଜଣଙ୍କର ମୃତ୍ୟୁ ଘଟିଛି,ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ଵରର, ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି ସୂଚନା ଦେଇଛନ୍ତି
ଗାନ୍ଧୀନଗର ଲୋକସଭା ଆସନରୁ ମନୋନୟନ ପତ୍ର ଦାଖଲ କଲେ ଅମିତ ଶାହା
ଗେଷ୍ଟହାଉସରୁ ମିଳିଲା ଶିଳ୍ପପତିଙ୍କ ଶବ, କର୍ପୋରେଟ୍‌ ମିଟିଂ ପାଇଁ ଭୁବନେଶ୍ବର ଆସିଥିଲେ
ମୃତକ ହେଲେ ତପନ ପ୍ରସାଦ ଆଚାର୍ଯ୍ୟ, ଶୁଭମ ବାୟୋ ସିଏନଜି ପ୍ରାଇଭେଟ ଲିମିଟେଡର ମାଲିକ ଥିବା ଜଣାପଡିଛି

ଆସନ୍ତା ୧୫ତାରିଖ ଠାରୁ ଓଡ଼ିଶା ଡ୍ରାଇଭର ମହାସଂଘର ଆନ୍ଦୋଳନ

0

ଭୁବନେଶ୍ବର: ଓଡ଼ିଶା ଡ୍ରାଇଭର ମହାସଂଘ ୧୦ ଦଫା ଦାବି ନେଇ ଆସନ୍ତା ୧୫ ତାରିଖ ଠାରୁ ଆନ୍ଦୋଳନ କରିବାକୁ ଯାଉଛି। ଏହି ଆନ୍ଦୋଳନରେ ମହାସଂଘର ୫ ଲକ୍ଷ ଡ୍ରାଇଭର ‌ସାମିଲ ହେବେ। ଡ୍ରାଇଭରମାନେ ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ୧୫ ତାରିଖ ଠାରୁ ଅନିର୍ଦ୍ଦିଷ୍ଟକାଳ ପର୍ଯ୍ୟନ୍ତ ଆନ୍ଦୋଳନ କରିବେ। ଜରୁରୀକାଳୀନ ଗାଡ଼ି ଓ ମାଟ୍ରିକ ପରୀକ୍ଷା ପାଇଁ ଗାଡିକୁ ଛଡ଼ାଯିବ। ନଚେତ କୌଣସି ଗାଡ଼ି ଚାଲିବନି କି ଚଲେଇଦିଆଯିବନି ବୋଲି ଓଡ଼ିଶା ଡ୍ରାଇଭର

ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଗାଡ଼ି ନ ଚାଲିଲେ ଜନସାଧାରଣ ଅସୁବିଧାର ସମ୍ମୁଖୀନ ହେବେ। ମହାସଂଘ ଜନସାଧାରଣଙ୍କ ସହଯୋଗ ଲୋଡ଼ିଛି। ଏହି ପ୍ରତିବାଦ ପରେ ସରକାର ଯଦି ନ ଶୁଣିବେ ତେବେ ଆଗାମୀ ନିର୍ବାଚନରେ ସବୁ ଜାଗାରେ ଡ୍ରାଇଭରମାନେ ନୋମିନେସନ ଫାଇଲ କରି ସରକାରଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ।

ମାର୍ଚ୍ଚ ୧୫ ତାରିଖରେ ୨0୨୩ ରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାଜ୍ୟବ୍ୟାପି ଡ୍ରାଇଭର ଧର୍ମଘଟ ଏବଂ ଅଖଚକ ବନ୍ଦ ଡାକରାକୁ ଶାନ୍ତି ପୂର୍ଣ୍ଣ ଭାବେ ପାଳନ କରାଯିବା ପାଇଁ ଡାକରା ଦିଆ ଯାଇଛି। ତେବେ ଜରୁରୀକାଳୀନ ସେବା, ଆମ୍ବୁଲାନ୍ସ ସେବା, ଅଗ୍ନିଶମ ବାହିନୀ ସେବା ଓ ପ୍ରଶାସନ ଗମନା ଗମନ ଅବ୍ୟାହତ ରହିବ । ଏହାକୁ ତୃଣମୂଳ ସ୍ତରରେ ପ୍ରତ୍ୟେକ ଡ୍ରାଇଭରଙ୍କୁ ଏକତ୍ରିତ ହୋଇ ଆନ୍ଦୋଳନକୁ ସହଯୋଗ କରିବା ପାଇଁ ସମସ୍ତ ଡ୍ରାଇଭରଙ୍କୁ ଆହ୍ୱାନ ଦିଆଯାଇଛି।

Leave A Reply

Your email address will not be published.