ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

ସମଲିଙ୍ଗୀ ବିବାହର ସ୍ୱୀକୃତିକୁ କେନ୍ଦ୍ର ସରକାରଙ୍କ ବିରୋଧ

0

ନୂଆଦିଲ୍ଲୀ; ଆଜି ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ହୋଇଥିବା ଆବେଦନକୁ କେନ୍ଦ୍ର ସରକାର ବିରୋଧ କରିଛନ୍ତି। ସୁପ୍ରିମକୋର୍ଟରେ ଜବାବ ଦାଖଲ କରି କେନ୍ଦ୍ର ସରକାର ସମସ୍ତ ୧୫ଟି ଆବେଦନକୁ ବିରୋଧ କରିଥିବା ଜଣାପଡ଼ିଛି। ସମଲିଙ୍ଗୀ ବିବାହକୁ ଆଇନଗତ ଅନୁମୋଦନ ଦିଆଯାଇପାରିବ ନାହିଁ ବୋଲି କେନ୍ଦ୍ର କହିବା ସହ ଏହା ଭାରତୀୟ ପରିବାରର ଚିନ୍ତାଧାରା ବିରୋଧୀ ବୋଲି କହିଛନ୍ତି।

କେନ୍ଦ୍ର ସରକାର ଆହୁରି କହିଛନ୍ତି, ଏହି ସମଲିଙ୍ଗୀ ବିବାହକୁ ମଞ୍ଜୁରୀ ଦିଆଯାଇ ପାରିବ ନାହିଁ। ଏହା ଭାରତୀୟ ପରିବାରର ଅବଧାରଣା ବିରୋଧୀ। ସ୍ୱାମୀ-ସ୍ତ୍ରୀ ଏବଂ ସେମାନଙ୍କ ଠାରୁ ଜନ୍ମ ହୋଇଥିବା ପିଲାମାନଙ୍କୁ ନେଇ ପରିବାର ଗଠିତ।  ସହଭାଗୀ ଭାବରେ ଏକାଠି ରହିବା ଏବଂ ସମଲିଙ୍ଗୀ ବ୍ୟକ୍ତିଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସ୍ୱାମୀ, ସ୍ତ୍ରୀ ଏବଂ ପିଲାମାନଙ୍କର ଭାରତୀୟ ପରିବାର ଏକକ ଧାରଣା ସହିତ ତୁଳନାତ୍ମକ ନୁହେିଁ। ଭାରତୀୟ ପରିବାରରେ ଜଣେ ପୁରୁଷ ଏବଂ ଜଣେ ମହିଳା ବିବାହ କରି ରହିଥାନ୍ତି। ପୁରୁଷ ସ୍ୱାମୀ ଏବଂ ମହିଳା ସ୍ତ୍ରୀ ଭାବେ ଏକାଠି ବାସ କରନ୍ତି। ବିବାହ ପରେ ସେମାନଙ୍କର ସନ୍ତାନ ହେବା ଦ୍ୱାରା ପୁରୁଷ ’ପିତା’ ଏବଂ ସ୍ତ୍ରୀ ’ମାତା’ ହୋଇଥାନ୍ତି। 

ସତ୍ୟପାଠରେ ଆହୁରି କୁହାଯାଇଛି ଯେ, ଆମ ଦେଶର ସାମାଜିକ ଓ ଧାର୍ମିକ ମୂଲ୍ୟବୋଧ ଆଧାରିତ ପରିବାରର ଚିନ୍ତାଧାରା ଓ ଏ ସଂକ୍ରାନ୍ତୀୟ ଆଇନକୁ ଅଦାଲତଙ୍କ ପକ୍ଷରେ ବଦଳାଇବା ସମ୍ଭବ ନୁହେଁ। ତେଣୁ ସମଲିଙ୍ଗୀ ବିବାହକୁ ଅନୁମତି ଦେବା ପାଇଁ ହୋଇଥିବା ଆବେଦକୁ ଖାରଜ କରାଯିବା ଉଚିତ୍।

ତେବେ କେନ୍ଦ୍ର ଦାଖଲ କରିଥିବା ଏହି ସତ୍ୟପାଠ ଉପରେ ଆସନ୍ତାକାଲି ସୁପ୍ରିମକୋର୍ଟ ଶୁଣାଣି କରିବେ। ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ, ଜଷ୍ଟିସ୍ ପି.ଏସ୍ ନରସିଂହ ଏବଂ ଜେ.ବି ପାରଦୀୱାଲାଙ୍କ ଖଣ୍ଡପୀଠ ଏହାର ଶୁଣାଣି କରିବେ ବୋଲି ଜଣାପଡ଼ିଛି।

Leave A Reply

Your email address will not be published.