ପ୍ରମୁଖ ଖବର

ମେସି ଇଭେଣ୍ଟ ଅବ୍ୟବସ୍ଥା: ୩୩ ହଜାର ଦର୍ଶକଙ୍କୁ ଟଙ୍କା ଫେରାଇବାକୁ ଘୋଷଣା
କଟକ କଂଗ୍ରେସରେ ଫାଟ ବଢ଼ିଲା, ଓଜେସିରୁ ଲଢ଼ିବେ ସୋଫିଆ: ମୋକିମ
ପାଲଲହଡ଼ାରେ ସ୍କ୍ରବ୍‌ ଟାଇଫସ୍‌ ଆତଙ୍କ, ୨ ଦିନରେ ୧୯ ପଜିଟିଭ୍‌, ଜଣେ ମୃତ
ଉଜବେକିସ୍ତାନର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ମୋଦି
ଚାଷୀଙ୍କୁ ଆଶ୍ୱସ୍ତି: ଧାନ ପଞ୍ଜୀକରଣ ଅବଧି ବଢ଼ିଲା ଆଉ ୭ ଦିନ
‘ମନ୍ କୀ ବାତ୍‌’ରେ ଓଡ଼ିଶାର ମୈଥିଲୀଙ୍କ କାହାଣୀ, ଇକୋ-ଟୁରିଜିମ୍‌ ବଦଳାଇଲା ଜୀବିକା
ନେପାଳକୁ ସହାୟତା , ୬୮.୫ ଟନ୍‌ ରିଲିଫ୍‌ ସାମଗ୍ରୀ ପଠାଇଲା ଭାରତ

ଫିଲ୍ମ ‘ଆରଆରଆର’ର ଗୀତ ନାଟୁ ନାଟୁ ପାଇଲା ଓସ୍କାର ପୁରସ୍କାର

0

ନୂଆଦିଲ୍ଲୀ; ଭାରତୀୟ ଫିଲ୍ମ ‘ଦ ଏଲିଫେଣ୍ଟ ହ୍ବିସ୍‌ପର‘ ପରେ ପରେ ଇତିହାସ ରଚିଲା ଏସ. ରାଜାମୌଲିଙ୍କ ଆରଆରଆର। ଏହି ଫିଲ୍ମର ‘ନାଟୁ ନାଟୁ’ ଗୀତ ବେଷ୍ଟ ଅରିଜିନାଲ୍ ଗୀତ ଭାବେ ପାଇଲା ସମ୍ମାନଜନକ ଓସ୍କାର ପୁରସ୍କାର।

ସୂଚନାଯୋଗ୍ୟ; ଓସ୍କାର ଆୱାର୍ଡ ୨୦୨୩ରେ ଏଥର କମାଲ କରିଛି ଭାରତୀୟ ଫିଲ୍ମ । ୯୫ ତମ ଓସ୍କାର ଆୱାର୍ଡରେ ଦୁଇ ଦୁଇଟି ବିଭାଗରେ ଭାରତୀୟ ଫିଲ୍ମ ବାଜିମାରି ନେବା ସିନେମା ପ୍ରେମୀଙ୍କୁ ଉତ୍ସାହିତ କରିଛି । ବହୁ ଚର୍ଚ୍ଚିତ ଫିଲ୍ମ ‘ଆରଆରଆର’ର ଗୀତ ନାଟୁ ନାଟୁ ଓସ୍କାର ପୁରସ୍କାର ପାଇଛି । ବେଷ୍ଟ ଅରଜିନାଲ ସଙ୍ଗ କ୍ୟାଟାଗୋରୀରେ ନାଟୁ ନାଟୁ ଗୀତ ଓସ୍କାର ପୁରସ୍କାର ବିଜୟୀ ହୋଇଛି । ଦକ୍ଷିଣ ଭାରତର ପ୍ରସିଦ୍ଧ ଅଭିନେତା ରାମଚରଣ ତେଜା ଓ ଜୁନିୟର ଏନଟିଆର ଅଭିନୟ କରିଛନ୍ତି।

ନିର୍ଦ୍ଦେଶକ ରାଜାମୌଲିଙ୍କ ଫିଲ୍ମ ଆରଆରଆରକୁ ବେଷ୍ଟ ଅରଜିନାଲ ସଙ୍ଗ କାଟାଗୋରୀରେ ମନୋନୀତ କରାଯାଇଥିଲା । ଏହି ବର୍ଗରେ ପ୍ରଥମ ଥର ପାଇଁ ଓସ୍କାର ଜିଣି ନାଟୁ ନାଟୁ ଭାରତକୁ ଗର୍ବିତ କରିଛି । ଏହି ଗୀତର ସଙ୍ଗୀତ ନିର୍ଦ୍ଦେଶକ ଏମଏମ କରୀମ ହୋଇଥିବା ବେଳେ କୋରିଓଗ୍ରାଫର ଥିଲେ ପ୍ରେମ ରକ୍ଷିତ । ଗୀତ ରଚନା କରିଛନ୍ତି ରିୟା ମୁଖାର୍ଜୀ ଓ ଗୀତଟିକୁ ଗାଇଛନ୍ତି ବିଶାଳ ମିଶ୍ର ଓ ରାହୁଲ ଶିପଲିଗୁଞ୍ଜ । ସେପଟେ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ବର୍ଗରେ ଭାରତୀୟ ଫିଲ୍ମ ଦ ଏଲିଂଫାଟ ହ୍ୱିସପରର୍ସ ଓସ୍କାର ବିଜୟୀ ହୋଇଛି । ପ୍ରଡ୍ୟୁସର ଗୁନୀତ ମୁଙ୍ଗାଙ୍କ ଏହି ଫିଲ୍ମକୁ ଦର୍ଶକ ବେଶ ପ୍ରଶଂସା କରିଛନ୍ତି ।

Leave A Reply

Your email address will not be published.