ପ୍ରମୁଖ ଖବର

ଭୁବନେଶ୍ୱର ଲୋକସଭା ଆସନରୁ ବିଜେପି ପ୍ରାର୍ଥୀ ଅପରାଜିତା ଷଡଙ୍ଗୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି
୬ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି, ନୀଳିଗିରି ପାଇଁ ସ୍ପଷ୍ଟ କଲାନି ଦଳ
ସମ୍ବଲପୁର ଲୋକସଭା ଆସନ ପାଇଁ ନାମାଙ୍କନ ଭରିଲେ ଧର୍ମେନ୍ଦ୍ର ପ୍ରଧାନ, ହଜାର ହଜାର ସମର୍ଥକଙ୍କ ସହ ଉପ ଜିଲ୍ଲାପାଳ କାର୍ଯ୍ୟାଳୟରେ ଭରିଲେ ନାମାଙ୍କନ
ବିଜେଡିରୁ ଇସ୍ତଫା ଦେଲେ ଅନୁଭବ ପଟ୍ଟନାୟକ
୩ ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି: ନୀଳଗିରିରୁ ସୁକାନ୍ତ ନାୟକ, କୋରେଇରୁ ସନ୍ଧ୍ୟାରାଣୀ ଦାସ ଓ ଖଣ୍ଡପଡାରୁ ସାବିତ୍ରୀ ପ୍ରଧାନଙ୍କୁ ଦଳ ପ୍ରାର୍ଥୀ କରିଛି
ସେହିଭଳି ଦେବଗଡ ଆସନରେ ପୂର୍ବରୁ ପ୍ରାର୍ଥୀ ଘୋଷଣା କରିଥିବା ଅରୁନ୍ଧତୀ ଦେବୀଙ୍କ ସ୍ଥାନରେ ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କୁ ବିଜେଡି ପ୍ରାର୍ଥୀ କରିଛି
ଆଦର୍ଶ ଆଚରଣ ଵିଧି ଉଲ୍ଲଂଘନ ଅଭିଯୋଗରେ ମିଶନଶକ୍ତିର ଦୁଇ ଜଣ ସିଆରପିଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ ନିଲମ୍ବିତ କରିଛନ୍ତି
କଣ୍ଟାବାଞ୍ଜି ବିଧାନସଭା ପାଇଁ ନାମାଙ୍କନ ଦାଖଲ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଫିଲିପ୍ସ ଏଜୁକେସନ୍ ସହିତ ସୋଆର ବୁଝାମଣା ସ୍ୱାକ୍ଷରିତ

0

ଭୁବନେଶ୍ୱର ,୧୪/ ୦୩ : ଶିକ୍ଷକ ଓ ଛାତ୍ରଛାତ୍ରୀମାନେ ଶିଳ୍ପ କ୍ଷେତ୍ରର ବିଭିନ୍ନ ସମସ୍ୟା ସହ ପରିଚିତ ହେବା ନିମନ୍ତେ ସ୍ଥାନୀୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ନଭି ମୁମ୍ବାଇସ୍ଥିତ ଫିଲିପ୍ସ ଏଜୁକେସନ୍‌, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସହିତ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ କରିଛି ।ଶନିବାର ଦିନ ସ୍ୱାକ୍ଷରିତ ବୁଝାମଣା ଅନୁଯାୟୀ ଫିଲିପ୍ସ ଏଜୁକେସନ୍‌, ଫିଲିପ୍ସ ମେସିନ୍ ଟୁଲ୍ସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍ ସୋଆ ସହ ମିଳିତ ଭାବେ ଏହାର ଛାତ୍ରଛାତ୍ରୀ ଓ ଫ୍ୟାକଲ୍ଟିମାନଙ୍କୁ ସ୍ୱଳ୍ପ ଏବଂ ଦୀର୍ଘ ମିଆଦୀ ପ୍ରଶିକ୍ଷଣ ପ୍ରଦାନ କରିବ ଏବଂ ପ୍ରତ୍ୟେକ ବର୍ଷ ନିଯୁକ୍ତି ମଧ୍ୟ ପ୍ରଦାନ କରିବ । ଏହି ଲକ୍ଷ୍ୟକୁ ପୂରଣ କରିବା ନିମନ୍ତେ ବିଭିନ୍ନ ପ୍ରଶିକ୍ଷଣ ଏବଂ ନିଯୁକ୍ତି କାର୍ଯ୍ୟକ୍ରମ ସହିତ କର୍ମଶାଳା ଏବଂ ସେମିନାର ମଧ୍ୟ ଆୟୋଜନ କରାଯିବ ।

ସୋଆର ଉପକୁଳପତି ପ୍ରଫେସର ପ୍ରଦୀପ୍ତ କୁମାର ନନ୍ଦ ଏବଂ ଫିଲିପ୍ସ ଏଜୁକେସନ୍‌ର ମୁଖ୍ୟ , ସେଲ୍ସ ଷ୍ଟ୍ରାଟେଜୀ ଶ୍ରୀ କମଲ ବାତ୍ରା ଏ ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି ଅବସରରେ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ଆଡିସ୍‌ନାଲ୍ ଡିନ୍ (ଏକାଡେମିକ୍‌) ପ୍ରଫେସର ଡି.ଏନ୍‌. ଥାଟୋଇ, ଟ୍ରେନିଂ ଓ ପ୍ଲେସ୍‌ମେଂଟର ମୁଖ୍ୟ ଡକ୍ଟର ସୁଜିତ କୁମାର ଦାଶ, କ୍ୟାରିୟର ଡେଭଲପ୍‌ମେଂଟ ସେଲ୍‌ର ମୁଖ୍ୟ ଶ୍ରୀ ସୁମିତ ମିତ୍ର, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ଡକ୍ଟର ସରୋଜ କୁମାର ଆଚାର୍ଯ୍ୟ, ମେକାନିକାଲ୍ ଇଞ୍ଜିନିୟରିଂ ବିଭାଗର ପ୍ରଫେସର ଡକ୍ଟର ଜୟଦେବ ବଳ, ଆସୋସିଏଟ୍ ପ୍ରଫେସର ଡକ୍ଟର ସସ୍ମିତା ତ୍ରିପାଠୀ, ଫିଲିପ୍ସ ଏଜୁକେସନ୍‌ର ମ୍ୟାନେଜର ସେଲ୍ସ ଶ୍ରୀ ପ୍ରସାଦ ଅଟି ଏବଂ ପିନାକୋର ମ୍ୟାନେଜର (ମାର୍କେଟିଂ) ଶ୍ରୀ ଏମ୍‌. ମଥାନ୍ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.