ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

ପୁଲିସ କନଷ୍ଟେବଲ ନିଯୁକ୍ତି ପାଇଁ ଦୈାଡ ପରୀକ୍ଷା ବେଳେ ଅଘଟଣ

0

ଗଞ୍ଜାମ/ରାୟଗଡା; ପୁଲିସ କନଷ୍ଟେବଲ ନିଯୁକ୍ତି ପାଇଁ ହେଉଥିବା ଶାରୀରିକ ପରୀକ୍ଷା ନିମନ୍ତେ ହେଉଥିବା ଦୌଡ଼ ପ୍ରତିଯୋଗିତା ବେଳେ ଜଣେ ମୃତ, ୨ ଗୁରୁତର। ଗଞ୍ଜାମ ଜିଲ୍ଲା ଛତ୍ରପୁରରେ ଓ ରାୟଗଡା ଜେକେପୁର ଠାରେ ଚାଲିଥିବା ଦୌଡ଼ ପରୀକ୍ଷା ବେଳେ ଏହି ଅଘଟଣ ଘଟିଛି।

ସୂଚନାନୁସାରେ, ଛତ୍ରପୁରରେ କନଷ୍ଟେବଲ ନିଯୁକ୍ତ ପାଇଁ ଦୌଡ଼ିବା ବେଳେ ଜଣେ ଯୁବକ ଅସୁସ୍ଥ ହେବାରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ। ହେଲେ ମେଡିକାଲରେ ତାଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର। ମୃତକ ଖଲ୍ଲିକୋଟ ଅଞ୍ଚଳର।

ସେହିପରି ରାୟଗଡା ଜିଲ୍ଲା ପୁଲିସ ପକ୍ଷରୁ ଜେକେପୁର ଠାରେ ଥିବା ପୁଲିସ ରିଜର୍ଭ ପଡ଼ିଆରେ ପୁଲିସ କନେଷ୍ଟବଲ ନିଯୁକ୍ତି ଦୌଡ଼ ପରୀକ୍ଷା ବେଳେ ୨ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେରେ ଭର୍ତ୍ତି କରାଯାଇଛି। ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ଗୁରୁତର ଦୁଇ ଯୁବକଙ୍କ ଘର ଆମ୍ବାଦଳା ଓ ଗୁଣୁପୁରୁ ବୋଲି ଜଣାପଡ଼ିଛି।

ଜେକେପୁର ଠାରେ ଥିବା ପୁଲିସ ରିଜର୍ଭ ପଡ଼ିଆରେ ଦୌଡ଼ ପରୀକ୍ଷା ଚାଲିଥିବା ବେଳେ ଏଥିରେ ଭାଗ ନେଇଥିବା ଏହି ଦୁଇ ଯୁବକ ଅଚେତ ହୋଇ ତଳେ ପଡି ଯାଇଥିଲେ। ସେମାନଙ୍କୁ ଉଦ୍ଧାର କରାଯାଇ ତୁରନ୍ତ ଆମ୍ବୁଲାନ୍ସ ଯୋଗେ ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତେବେ ଏନେଇ କାହାରି ପ୍ରତିକ୍ରିୟା ମିଳି ପାରିନାହିଁ।

Leave A Reply

Your email address will not be published.