ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ଦଶ ଲକ୍ଷରେ ଗୋଟିଏ କ୍ଷେତ୍ରରେ ଦେଖାଦେଉଥିବା ଜନ୍ମଗତ ତ୍ରୁଟିର ସମ୍ ରେ ସଫଳ ଅସ୍ତ୍ରୋପଚାର

0

ଭୁବନେଶ୍ୱର, ୨୪/ ୦୩ : ଏକ ବିରଳ ଘଟଣାରେ ଜନ୍ମଗତ ତ୍ରୁଟି ଯୋଗୁଁ ମୁହଁର ବିଭିନ୍ନ ଅଂଶରେ ଛିଦ୍ର ଓ ଫାଙ୍କ (ଟେସିୟର୍ କ୍ଲେଫ୍ଟ) ଥିବା ଗୋଟିଏ ୧୫ ମାସର ଶିଶୁ କନ୍ୟାର ସଫଳ ଅସ୍ତ୍ରୋପଚାର କରିଛନ୍ତି ସମ୍ ଅଲ୍ଟିମେଟ୍ ମେଡିକେୟାରର ସର୍ଜନ । ଶିଶୁ କନ୍ୟା ସ୍ମୃତିର ଆଖି ଏବଂ ନାକରେ ଅନେକ ତ୍ରୁଟି ଥିବା ବେଳେ ତା’ର ଚିକିତ୍ସା ନିମନ୍ତେ ତା’ର ବାପା-ମା ବିଭିନ୍ନ ହସ୍ପିଟାଲ୍ ବୁଲି ନିରାଶ ହୋଇଯାଇଥିଲେ । ପରେ ସେମାନେ ଶିଶୁଟିକୁ ସମ୍ମମ୍‌କୁ ଆଣିଥିଲେ । ଏହା ଏକ ବିପଦପୂର୍ଣ୍ଣ ଅସ୍ତ୍ରୋପଚାର ଥିବାରୁ ଅନେକ ହସ୍ପିଟାଲ୍ ଏହାର ଚିକିତ୍ସା ନିମନ୍ତେ ରାଜି ହୋଇ ନଥିଲେ ।

ସମର ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର କନ୍‌ସଲ୍‌ଟାଂଟ ଡାକ୍ତର ଉନ୍ମେଶ କୁମାର ଜେନାଙ୍କ ନେତୃତ୍ୱରେ ଏକ ଟିମ୍ ଏହି ଅସ୍ତ୍ରୋପଚାର ସମ୍ପନ୍ନ କରିଥିଲେ । ଏହି ଟିମ୍‌ରେ ଆନେସ୍‌ଥେସିଓଲୋଜି ବିଭାଗର ସିନିୟର୍ କନ୍‌ସଲ୍‌ଟାଂଟ ଡାକ୍ତର ଦୀପଙ୍କର ପଢ଼ିଆରୀ, ଆନେସ୍‌ଥେସିଓଲୋଜିଷ୍ଟ ଡାକ୍ତର ସବ୍ୟସାଚୀ ତ୍ରିପାଠୀ ଏବଂ ପ୍ଲାଷ୍ଟିକ୍ ସର୍ଜରୀ ବିଭାଗର ଡାକ୍ତର ରୋଶନୀ ସାମିଲ୍ ଥିଲେ । ଏହି ବିରଳ ଜନ୍ମଗତ ତ୍ରୁଟିକୁ ମଧ୍ୟ “କ୍ରାନିଓଫେସିଆଲ୍ କ୍ଲେଫ୍ଟ” କୁହାଯାଉଥିବା ବେଳେ ବର୍ତମାନ ସୁଦ୍ଧା ବିଶ୍ୱରେ ମୋଟ ୫୦ ରୁ ୬୦ଟି ଓ ଭାରତରେ ୧୫ ରୁ କମ୍ ଏପରି ଘଟଣା ଦୃଷ୍ଟିକୁ ଆସିଛି । ଓଡ଼ିଶାରେ ଏହା ତୃତୀୟ ଘଟଣା ବୋଲି ଡାକ୍ତର ଜେନା କହିବା ସହ ଜନ୍ମଗତ ତ୍ରୁଟି ଥିବା ଏକ ଲକ୍ଷ ଶିଶୁଙ୍କ ମଧ୍ୟରେ ୧ ରୁ ୪ ଜଣଙ୍କ ମଧ୍ୟରେ ଏଭଳି ସମସ୍ୟା ଦେଖାଯାଏ ବୋଲି ସେ କହିଛନ୍ତି ।

ଖୁବ୍ ଯତ୍ନ ଓ ସଫଳତାର ସହ ଜନ୍ମଗତ ତ୍ରୁଟି ଥିବା ଏହି ଶିଶୁ କନ୍ୟାଟିର ଅସ୍ତ୍ରୋପଚାର କରାଯାଇଥିବା ବେଳେ ସେ ବର୍ତମାନ ଧୀରେ ଧୀରେ ସୁସ୍ଥ ହେଉଛି । ତା’ ନାକରେ ଏକ ଛିଦ୍ର ଥିବା ବେଳେ ବାମ ଆଖିରେ ମଧ୍ୟ ଛିଦ୍ର ରହିଥିଲା । ତେଣୁ ତା’ର ଆଖିଟି ବନ୍ଦ ହୋଇଯାଇଥିଲା ଏବଂ ନିଃଶ୍ୱାସ ନେବାରେ ମଧ୍ୟ ସେ କଷ୍ଟ ଅନୁଭବ କରୁଥିଲା ବୋଲି ଡାକ୍ତର ଜେନା କହିଛନ୍ତି ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଏହି ବିପଦପୂର୍ଣ୍ଣ ଅସ୍ତ୍ରୋପଚାର କରିବା ପାଇଁ ହସ୍ପିଟାଲ୍ ପକ୍ଷରୁ ନିଷ୍ପତି ନିଆଯାଇଥିବା ବେଳେ ପରିବାର ଉପରେ କୌଣସି ଆର୍ଥିକ ବୋଝ ଦିଆଯାଇ ନଥିଲା । ଶିଶୁଟିକୁ ୧୮ବର୍ଷ ହେବା ପରେ ତା’ର ନାକରେ ଦ୍ୱିତୀୟ ଅସ୍ତ୍ରୋପଚାର କରାଯିବାର ଆବଶ୍ୟକତା ପଡ଼ିପାରେ ବୋଲି ଡାକ୍ତର ଜେନା କହିଛନ୍ତି । ଏହି ଜୀବନ ରକ୍ଷାକାରୀ ଅସ୍ତ୍ରୋପଚାର ତୁରନ୍ତ କରାଯାଇ ନଥିଲେ ଆଖିରେ ସଂକ୍ରମଣ ଯୋଗୁଁ ଶିଶୁଟି ତା’ର ଦୃଷ୍ଟିଶକ୍ତି ସମ୍ପୂର୍ଣ୍ଣ ହରାଇବାର ସମ୍ଭାବନା ଥିଲା ।

Leave A Reply

Your email address will not be published.