ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

କେନ୍ଦ୍ର ସରକାରୀଙ୍କ ମହଙ୍ଗାଭତ୍ତା ୪ ପ୍ରତିଶତ ବଢ଼ିଲା

0

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀଙ୍କ ମହଙ୍ଗାଭତ୍ତା ୪% ବଢ଼ିଲା । ମହଙ୍ଗାଭତ୍ତା ୪ ପ୍ରତିଶତ ବୃଦ୍ଧି କରିବା ପ୍ରସ୍ତାବକୁ କେନ୍ଦ୍ର କ୍ୟାବିନେଟ ଶୁକ୍ରବାରଦିନ ମଂଜୁରୀ ଦେଇଛି । ଅତିରିକ୍ତ କିସ୍ତି ଆକାରରେ ଏହା କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଧାରୀଙ୍କୁ ମିଳିବ । ଦରଦାମ ବୃଦ୍ଧିର ମୁକାବିଲା ପାଇଁ ସରକାରୀ କର୍ମଚାରୀଙ୍କୁ ସରକାର ଏହି ସୁବିଧା ଦେଇଛନ୍ତି । ୨୦୨୩ ଜାନୁଆରି ପହିଲାରୁ ଏହା ପ୍ରଦାନ କରାଯିବ। ଏହା ସହିତ କେନ୍ଦ୍ରୀୟ କର୍ମଚାରୀଙ୍କ ଡିଏ ୩୮ ପ୍ରତିଶତରୁ ୪୨ ପ୍ରତିଶତକୁ ବୃଦ୍ଧି ପାଇଛି।

ଏ ସଂପର୍କରେ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର କହିଛନ୍ତି, କେନ୍ଦ୍ର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରାଯାଇଛି। ଏଥିପାଇଁ ସରକାର ୧୨,୮୧୫ ଟଙ୍କା ଖର୍ଚ୍ଚ କରିବେ। ମହଙ୍ଗା ଭତ୍ତା ୩୮%ରୁ ୪୨%କୁ ବୃଦ୍ଧି କରାଯାଇଛି। ୨୦୨୩ ଜାନୁଆରି ପହିଲାରୁ ଏହା ପିଛିଲା ଭାବେ କାର୍ଯ୍ୟକାରୀ ହେବ  ବୋଲି ସେ କହିଛନ୍ତି ।

Leave A Reply

Your email address will not be published.