ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ବଢ଼ିଲା କରୋନା ସଂକ୍ରମଣ, ସର୍ତକ ରହିବାକୁ ପରାମର୍ଶ ଦେଲା ସ୍ବାସ୍ଥ୍ୟ ବିଭାଗ

0

ଭୁବନେଶ୍ବର : ଦେଶରେ ଧୀରେ ଧୀରେ କରୋନା ସଂକ୍ରମଣ ବଢ଼ୁଛି। ହେଲେ କିଛି ରାଜ୍ୟରେ ଆବଶ୍ୟକ ଟେଷ୍ଟିଂ ହେଉ ନ ଥିବାରୁ ଏହାକୁ ନେଇ ଚିନ୍ତା ପ୍ରକାଶ କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ। ଆଜି କେନ୍ଦ୍ର ସରକାର ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖି ନୂଆ ନିର୍ଦେଶାବଳୀ ସଂପର୍କରେ ଅବଗତ କରିଛନ୍ତି। ତେବେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୭ ନୂଆ କୋଭିଡ ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩୪ ଦିନ ଭିତରେ ସର୍ବାଧିକ ସ୍ତରରେ ରାଜ୍ୟର ଦୈନିକ ସଂକ୍ରମଣ । ସକ୍ରିୟ ରୋଗୀ ସଂଖ୍ୟା ୭୩ ଛୁଇଁଲା ବୋଲି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ରଙ୍କ ସୂଚନା ଦେଇଛନ୍ତି।

ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ଚିଠିରେ କୁହାଯାଇଛି ଯେ କିଛି ସପ୍ତାହ ହେଲାଣି କେତେକ ରାଜ୍ୟରେ କୋଭିଡ ସଂକ୍ରମଣ ବଢ଼ିବାରେ ଲାଗିଛି। କେରଳ, ଗୁଜୁରାଟ, କର୍ଣ୍ଣାଟକ, ତାମିଲନାଡ଼ୁରେ ସର୍ବାଧିକ ସଂଖ୍ୟକ ଚିକିତ୍ସାଧୀନ ରୋଗୀ ରହିଛନ୍ତି। ମାତ୍ର କୋଭିଡ ଟିକାକରଣ ପାଇଁ କମ୍ ସଂଖ୍ୟକ ରୋଗୀ ହସ୍ପିଟାଲରେ ଭର୍ତି ହେଉଛନ୍ତି। ହେଲେ ରାଜ୍ୟମାନେ କମ୍ ସଂଖ୍ୟାରେ ଟେଷ୍ଟିଂ କରୁଛନ୍ତି। ଏପରିକି ଜିଲ୍ଲା ଓ ବ୍ଲକ୍‌ରେ ‌ହେଉଥିବା ଟେଷ୍ଟିଂ ସଂଖ୍ୟା ଭିନ୍ନ ଭିନ୍ନ ଦେଖିବାକୁ ମିଳିଛି। ଅନେକ ରାଜ୍ୟ କେବଳ ଆଣ୍ଟିଜେନ୍ କିଟ୍‌ ଉପରେ ନିର୍ଭର କରୁଛନ୍ତି। ତେଣୁ ବର୍ତ୍ତମାନ ସମୟରେ ଟେଷ୍ଟିଂ ବଢ଼ାଇବା ସହିତ ଏହାକୁ ଏକ ନିର୍ଦ୍ଦିଷ୍ଟ ସ୍ତରରେ ରଖିବା ଦରକାର। ସଂକ୍ରମଣର ହଟ୍‌ସ୍ପଟକୁ ତୁରନ୍ତ ଚିହ୍ନଟ କରିବା ସହିତ ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କୁହାଯାଇଛି।

ଏହାସହ ରାଜ୍ୟମାନେ ଆଇଏଲଆଇ, ଏସ୍‌ଏଆରଆଇ ମାମଲା ଉପରେ ନଜର ରଖିବା ଉଚିତ୍। କୋଭିଡ ଓ ଇନ୍‌ଫ୍ଲୁଏଞ୍ଜାର ଲକ୍ଷଣ ପ୍ରାୟତଃ ସମାନ। ତେଣୁ ଲୋକମାନେ ସତର୍କତା ଅବଲମ୍ବନ କରିବା ସହି ଜନଗହଳିପୂର୍ଣ୍ଣ ସ୍ଥାନ, କାଶ କିମ୍ବା ଛିଙ୍କ ବେଳେ ରୁମାଲ-ଟିସୁ ବ୍ୟବହାର କରିବା, ଉପଯୁକ୍ତ ପରିମଳ ବ୍ୟବସ୍ଥା ଓ ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ଏଡ଼ାଇବା ଜରୁରୀ। ସେହିପରି ହସ୍ପିଟାଲମାନେ ଔଷଧ, ଶଯ୍ୟା, ମେଡିକାଲ ଯନ୍ତ୍ରପାତି, ମେଡିକାଲ ଅକ୍ସିଜେନ, ମାନବ ସମ୍ବଳର ଦକ୍ଷତା ବିକାଶ ଉପରେ ରାଜ୍ୟ ସରକାର ଗୁରୁତ୍ବ ଦେବା ଜରୁରୀ। ଏଥିପାଇଁ ଆସନ୍ତା ଏପ୍ରିଲ ୧୦ ଓ ୧୧ ତାରିଖରେ ଦେଶବ୍ୟାପୀ ସ୍ବାସ୍ଥ୍ୟାନୁଷ୍ଠାନରେ ମକ୍ ଡ୍ରିଲ ଅନୁଷ୍ଠିତ ହେବ। ମକଡ୍ରିଲ ସଂପର୍କିତ ବିସ୍ତୃତ ନିର୍ଦେଶାବଳୀ ଚଳିତମାସ ୨୭ ତାରିଖରେ ପ୍ରଦାନ କରାଯିବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.