ପ୍ରମୁଖ ଖବର

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ତିରୁପରଙ୍କୁନ୍ଦ୍ରମ ପାହାଡ଼ରେ ଜଳିଲା କାର୍ତ୍ତିଗାଇ ଦୀପମ୍
ମହିଳା ସଂରକ୍ଷଣକୁ ମାୟାବତୀଙ୍କ ସମର୍ଥନ, ଏସ୍‌ସି-ଏସ୍‌ଟି ମହିଳାଙ୍କ ପାଇଁ ସ୍ୱତନ୍ତ୍ର କୋଟା ଦାବି
ଇଟାଲୀରେ ବୁର୍ଖା, ନକାବ ପିନ୍ଧିବା ଉପରେ ରୋକ୍
ଆଫଗାନିସ୍ତାନରେ ସ୍କୁଲରେ ବିସ୍ଫୋରଣ, ୭ ମୃତ; ୯୭ ଆହତ
ଉତ୍ତରାଖଣ୍ଡରେ ଘାଟିକୁ ଖସିଲା ଗାଡ଼ି, ୭ ମୃତ
ମହିଳା ସଂରକ୍ଷଣ ଲାଗୁ କରିବାକୁ ସରକାର ପ୍ରତିବଦ୍ଧ: ମୋଦି
ବିସଲେରି ପାଣିର ମାନ ନେଇ ପ୍ରଶ୍ନ, କମ୍ପାନୀ ବିରୋଧରେ ମାମଲା
ସୀମା ନିର୍ଦ୍ଧାରଣ ବିଲ୍‌କୁ ଡିଏମକେର ସମର୍ଥନ

କେନ୍ଦୁଝର ଜିଲ୍ଲାରେ ୪ ମଇଁଷିଙ୍କୁ ଖାଇଲା ବାଘ

0

ଘଟଗାଁ; କେନ୍ଦୁଝର ଜିଲ୍ଲା ଘଟଗାଁ ବନାଞ୍ଚଳ ଅଟେଇ ସଂରକ୍ଷିତ ଜଙ୍ଗଲରେ ୪ଟି ମଇଁଷିକୁ ବାଘ ମାରି ଖାଇଥିବା ରେଞ୍ଜର ସୂଚନା ଦେଇଛନ୍ତି । ଅଟେଇ ସଂରକ୍ଷିତ ଜଙ୍ଗଲ ନିକଟରେ ଥିବା ଏକ ଗାଁର କିଛି ମଇଁଷି ଶୁକ୍ରବାର ରାତିରେ ଜଙ୍ଗଲରେ ଥିଲେ। ଏହି ମଇଁଷ ପଲରୁ ୪ଟିକୁ ବାଘ ମାରି ଦେଇଥିବା ଜଣାପଡ଼ିଛି। ଏନେଇ ସ୍ଥାନୀୟ ଲୋକେ ଗତକାଲି ସକାଳେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀ ଘଟଣାର ତଦନ୍ତ କରୁଛନ୍ତି। 

କିଛିଦିନ ପୂର୍ବରୁ ଅଟେଇ ସଂରକ୍ଷିତ ଜଙ୍ଗଲରେ ମହାବଳ ବାଘ ଥିବା ଟ୍ରାକ କ୍ୟାମେରାରୁ ଜଣାପଡିଥିଲା। ପରେ ପରେ ବନ ବିଭାଗ ଅଟେଇ ସଂରକ୍ଷିତ ଜଙ୍ଗଲର ୪ ଗୋଟି ରାସ୍ତାରେ ଚଳପ୍ରଚଳ ଉପରେ ଅଙ୍କୁଶ ଲଗାଯାଇଥିଲା। ଏଥିସହିତ ଏସିଏଫଙ୍କ ନେତୃତ୍ୱରେ ଏକ ସ୍କ୍ୱାଡ୍‌ ଗଠନ କରାଯାଇ ବାଘର ଗତିବିଧି ଉପରେ ନଜର ରଖାଯାଇଥିଲା। ତେବେ ଗୋଟିଏ ବାଘ ମଇଁଷିଙ୍କୁ ମାରି ଖାଇଛି ନା ଆଉ ବାଘ ଅଛନ୍ତି, ସେ ନେଇ ବନ କର୍ମଚାରୀ ଅନୁସନ୍ଧାନ ଚଳାଇଛନ୍ତି। ଏହି ଘଟଣା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଯାଇଛି।

ତେବେ ନୂଆପଡ଼ା ଜିଲ୍ଲାରେ ମଧ୍ୟ ବାଘ ଆତଙ୍କ ଦେଖିବାକୁ ମିଳିଛି। ଜିଲ୍ଲାର ଧରମବନ୍ଧା ସେକ୍ସନ ସିଲିଆରିବାହାଲ ଗାଁରେ ବାଘ ଏକ ବାଛୁରୀକୁ ଖାଇ ଦେଇଥିବା ଜଣାପଡ଼ିଛି। 

Leave A Reply

Your email address will not be published.