ପ୍ରମୁଖ ଖବର

ପିକନିକ୍ ପାଇଁ ମାର୍ଗଦର୍ଶିକା ଜାରି କଲା ପରିବହନ ବିଭାଗ
ନୂଆବର୍ଷ ଭିଡକୁ ଦୃଷ୍ଟିରେ ରଖି ପୁରୀରେ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
ଜାନୁଆରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ୍ ପରୀକ୍ଷା
ଭୁବନେଶ୍ବର ବିମାନବନ୍ଦରରୁ ୪ କୋଟି ଟଙ୍କାର ମରିଜୁଆନା ଜବତ
ନିୟନ୍ତ୍ରଣ ହରାଇ ଘାଇକୁ ଖସିଲା ବସ୍, ୭ମୃତ

ଆମେରିକାରେ ଭୟଙ୍କର ଝଡତୋଫାନ; ୨୫ରୁ ଅଧିକ ମୃତ

0

ଓ୍ୱାଶିଂଟନ: ଆମେରିକା ମିସିସିପି, ଆଲାବାମା ଓ ଟେନେସେରେ ଭୟଙ୍କର ଝଡ଼ ତୋଫାନ । ବିଭିନ୍ନ ସ୍ଥାନରେ ପ୍ରାଣ ହରାଇଛନ୍ତି ୨୫ ଲୋକ । ଆହତ ହୋଇଛନ୍ତି ଶତାଧିକ ଲୋକ । ତୋଫାନରେ ସହର ଛାରଖାର ହୋଇଯାଇଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ତୋଫାନରେ ମିସିସିପି ଛାରଖାର ହୋଇଥିବାବେଳେ ଶହ ଶହ ଗଛ ଉପୁଡ଼ି ପଡ଼ିଛି । ଯାତାୟତ ଠପ୍ ହୋଇଥିବାବେଳେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଏନେଇ ରାଷ୍ଟ୍ରପତି ବାଇଡେନଙ୍କ ସହ ଆଲୋଚନା କରିଛନ୍ତି ମିସିସିପି ଗଭର୍ଣ୍ଣର ଟାଟେ ରିଭିସ । ଝଡ଼ ବାତ୍ୟା ପରେ କ୍ଲିନ୍ ଅପରେସନ ଜାରି ରହିବ ବୋଲି କହିଛି ନ୍ୟାସନାଲ ଓ୍ବେଦର ସର୍ଭିସ । ଝଡ଼ ବାତ୍ୟାରେ ଶହ ଶହ ଲୋକ ବାସଚ୍ୟୁତ ହୋଇଥିବା ସୂଚନା ମିଳିଛି ।

୨୭୪ କିଲୋମିଟର ପରିମିତ ଅଞ୍ଚଳରେ ଏହି ତାଣ୍ଡବର ପ୍ରଭାବ ପଡ଼ିଛି । ୨୬ ହଜାର ପରିବାରକୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି । ସେପଟେ ଆଫଗାନିସ୍ତାନରେ ପ୍ରବଳ ବର୍ଷାଜନିତ ବନ୍ୟାର ତାଣ୍ଡବ । ପ୍ରାଣ ହରାଇଛନ୍ତି ୩ ଜଣ । ବନ୍ୟାରେ ପ୍ରଭାବିତ ହୋଇଛି ୯ଟି ପ୍ରଜାତନ୍ତ୍ର । ଧୂଳିସାତ ହୋଇଛି ପ୍ରାୟ ୮ ଶହ ଘର । କାବୁଲ, କୁନାର, ପାକ୍ତିକା, ତଖର, ଲେଘମାନ, ବାଘଲାମ, କୁନ୍ଦୁଜ ଆଦି ପ୍ରଜାତନ୍ତ୍ରରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା ।

Leave A Reply

Your email address will not be published.