ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ଆମେରିକାରେ ଭୟଙ୍କର ଝଡତୋଫାନ; ୨୫ରୁ ଅଧିକ ମୃତ

0

ଓ୍ୱାଶିଂଟନ: ଆମେରିକା ମିସିସିପି, ଆଲାବାମା ଓ ଟେନେସେରେ ଭୟଙ୍କର ଝଡ଼ ତୋଫାନ । ବିଭିନ୍ନ ସ୍ଥାନରେ ପ୍ରାଣ ହରାଇଛନ୍ତି ୨୫ ଲୋକ । ଆହତ ହୋଇଛନ୍ତି ଶତାଧିକ ଲୋକ । ତୋଫାନରେ ସହର ଛାରଖାର ହୋଇଯାଇଥିବାବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଜରୁରୀକାଳୀନ ସ୍ଥିତି ଘୋଷଣା କରିଛନ୍ତି । ତୋଫାନରେ ମିସିସିପି ଛାରଖାର ହୋଇଥିବାବେଳେ ଶହ ଶହ ଗଛ ଉପୁଡ଼ି ପଡ଼ିଛି । ଯାତାୟତ ଠପ୍ ହୋଇଥିବାବେଳେ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ଏନେଇ ରାଷ୍ଟ୍ରପତି ବାଇଡେନଙ୍କ ସହ ଆଲୋଚନା କରିଛନ୍ତି ମିସିସିପି ଗଭର୍ଣ୍ଣର ଟାଟେ ରିଭିସ । ଝଡ଼ ବାତ୍ୟା ପରେ କ୍ଲିନ୍ ଅପରେସନ ଜାରି ରହିବ ବୋଲି କହିଛି ନ୍ୟାସନାଲ ଓ୍ବେଦର ସର୍ଭିସ । ଝଡ଼ ବାତ୍ୟାରେ ଶହ ଶହ ଲୋକ ବାସଚ୍ୟୁତ ହୋଇଥିବା ସୂଚନା ମିଳିଛି ।

୨୭୪ କିଲୋମିଟର ପରିମିତ ଅଞ୍ଚଳରେ ଏହି ତାଣ୍ଡବର ପ୍ରଭାବ ପଡ଼ିଛି । ୨୬ ହଜାର ପରିବାରକୁ ବିଦ୍ୟୁତ ବିଚ୍ଛିନ୍ନ ହୋଇଛି । ସେପଟେ ଆଫଗାନିସ୍ତାନରେ ପ୍ରବଳ ବର୍ଷାଜନିତ ବନ୍ୟାର ତାଣ୍ଡବ । ପ୍ରାଣ ହରାଇଛନ୍ତି ୩ ଜଣ । ବନ୍ୟାରେ ପ୍ରଭାବିତ ହୋଇଛି ୯ଟି ପ୍ରଜାତନ୍ତ୍ର । ଧୂଳିସାତ ହୋଇଛି ପ୍ରାୟ ୮ ଶହ ଘର । କାବୁଲ, କୁନାର, ପାକ୍ତିକା, ତଖର, ଲେଘମାନ, ବାଘଲାମ, କୁନ୍ଦୁଜ ଆଦି ପ୍ରଜାତନ୍ତ୍ରରେ ତାଣ୍ଡବ ରଚିଛି ପ୍ରବଳ ବର୍ଷା ।

Leave A Reply

Your email address will not be published.