ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ଆସନ୍ତା ୩୦ ରୁ ଆଉ ଏକ ପଶ୍ଚିମା-ଝଡ଼ ର ପ୍ରଭାବ

0

ଭୁବନେଶ୍ବର; ୩୦ ମାର୍ଚ୍ଚ ରେ ଆଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳ ସହ ଉପକୂଳ ଓଡ଼ିଶା ର ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ଏହି ସମୟ ରେ ଝାରସୁଗୁଡ଼ା, ସୁନ୍ଦରଗଡ଼, ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗୀର, ସୋନପୁର, ସମ୍ବଲପୁର, ଦେଓଗଡ଼, ମୟୂରଭଞ୍ଜ, ବାଲେଶ୍ଵର, ଭଦ୍ରକ ଜିଲ୍ଲା ର ଗୋଟିଏ ଦୁଇଟି ସ୍ଥାନରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି ଓ ଏହି ସମୟ ରେ ପବନ ର ବେଗ ଘଣ୍ଟା ପ୍ରତି ୪୦-୫୦କିମି ଯାଏଁ ବହିବା ସମ୍ଭାବନା ରହିଛି ।

୩୧ ମାର୍ଚ୍ଚ ରେ ପଶ୍ଚିମା- ଝଡ଼ ର ସର୍ବାଧିକ ପ୍ରଭାବ ରହିବ। ଏହି ଦିନ ଓଡ଼ିଶା ର ଅନେକ ଅଞ୍ଚଳ ରେ ବର୍ଷା ହେବା ସହ ବର୍ଷା ର ବିସ୍ତୃତି ଓ ପରିମାଣ ବଢିବ। କିଛି ଅଞ୍ଚଳ ରେ ୭-୧୧ ସେମି ଯାଏଁ ବର୍ଷା ସମ୍ଭାବନା ରହିଛି। ଉତ୍ତର- ଆଭ୍ୟନ୍ତର ଓଡ଼ିଶା ର ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ସେହିପରି ଆଭ୍ୟନ୍ତର ଓଡ଼ିଶା ସମେତ ଉପକୂଳ ଅଞ୍ଚଳ ରେ ଆକାଶ ମେଘାଚ୍ଛନ୍ନ ରହିବା ସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। କିଛି ଅଞ୍ଚଳ ରେ କୁଆପଥର ବର୍ଷା ସମ୍ଭାବନା କୁ ଏଡାଇ ଦିଆଯାଇନପାରେ। ପବନ ର ବେଗ ଘଣ୍ଟା ପ୍ରତି ପ୍ରାୟ ୪୦-୫୦କିମି ରହିପାରେ ।

୧ ଏପ୍ରିଲ ରେ ଆଭ୍ୟନ୍ତର ଓଡ଼ିଶା ର କିଛି ଅଞ୍ଚଳ ଓ ଉପକୂଳ ଓଡ଼ିଶା ର ଅନେକ ଅଞ୍ଚଳ ରେ ଘଡ଼ଘଡ଼ି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି। ପବନ ଘଣ୍ଟା ପ୍ରତି ପ୍ରାୟ ୪୦-୫୦କିମି ରହିବ। ଏହାପରେ ପାଗ ରେ ଉନ୍ନତି ଆସିବ। ଆସନ୍ତା ୩ ଦିନ ଯାଏଁ ରାଜ୍ୟ ର କିଛି ଅଞ୍ଚଳ ରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.