ଭୁବନେଶ୍ବର; ଅକ୍ଟୋବର ୨୦୨୩ ସୁଦ୍ଧା ତାଳଚେରରେ ୩୩୦ ଶଯ୍ୟା ବିଶିଷ୍ଟ ମେଡିକାଲ କଲେଜ କାର୍ଯ୍ୟକ୍ଷମ ହେବା ନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶାଳୀନ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଆଜି ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।
ସୂଚନାନୁସାରେ; ରାଜ୍ୟର ସ୍ୱାସ୍ଥ୍ୟ ସେବାରେ ଯୋଡି ହେବାକୁ ଯାଉଛି ଆଉ ଏକ ନୂଆ ଅଧ୍ୟାୟ । କେବଳ ଚିକିତ୍ସା ନୁହେଁ ମେଡିକାଲ କଲେଜ ମଧ୍ୟ ହେବାକୁ ରାଜ୍ୟ ସରକାର ନେଇଛନ୍ତି ନିଷ୍ପତ୍ତି । ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶିକା ଶୀଲିନୀ ପଣ୍ଡିତ । ଏହା ସହିତ ମିଶିବ ନେହେରୁ ଶତାବ୍ଦୀ ହସ୍ପିଟାଲର ୧୦୦ ବେଡ୍। ମେ ମାସ ଶେଷ ସୁଦ୍ଧା ଡାକ୍ତର ନିଯୁକ୍ତି ହେବେ ।