ପ୍ରମୁଖ ଖବର

୨୭ ରୁ ପିଜି ନାମଲେଖା ପ୍ରବେଶିକା ପରୀକ୍ଷା ପାଇଁ ଅନଲାଇନ୍ ଫର୍ମ ପୂରଣ
ନୂଆଦିଲ୍ଲୀରେ ଓଡ଼ିଶା ଭବନର ନୂତନ ବିଲ୍‍ଡିଂ ପାଇଁ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ
ଓଟିଇଟି ପ୍ରଶ୍ନପତ୍ର ଜାଲିଆତି ମାମଲା: ୫ ତାରିଖରେ ହେବ ଶୁଣାଣି
ଦୁଇ ଦିନ ମଧ୍ୟରେ ଭାଜପାର ରାଜ୍ୟସଭା ପ୍ରାର୍ଥୀ ଚୂଡ଼ାନ୍ତ ହେବେ: ବିଜୟପାଲ ସିଂ ତୋମାର
ଇସ୍ରାଏଲର ସର୍ବୋଚ୍ଚ ସଂସଦୀୟ ସମ୍ମାନରେ ସମ୍ମାନିତ ହେଲେ ପିଏମ୍ ମୋଦୀ
ମାର୍ଚ୍ଚ ୧୬ରେ ରାଜ୍ୟସଭା ନିର୍ବାଚନ, ପ୍ରକାଶ ପାଇଲା ବିଜ୍ଞପ୍ତି

ପପାୟା ଟ୍ରିରେ ସକାଳେ ଭୟାବହ ଅଗ୍ନିକାଣ୍ଡ

0

ଇନ୍ଦୋର; ମଧ୍ୟପ୍ରଦେଶ ଇନ୍ଦୋରର ରାଉରେ ଅବସ୍ଥିତ ୫ ମହଲା ବିଶିଷ୍ଟ ହୋଟେଲ ପପାୟା ଟ୍ରିରେ ବୁଧବାର ସକାଳେ ଭୟାବହ ଅଗ୍ନିକକାଣ୍ଡ ଘଟିଥିଲା। ଏହି ନିଆଁ ସବୁ ଫ୍ଲୋରକୁ ବ୍ୟାପି ଯିବା ଫଳରେ ରୁମ୍ ଗୁଡିକରେ ଧୂଆଁ ଭର୍ତ୍ତି ହୋଇଯାଇଛି। ନିଆଁ ଲାଗିବା ଖବର ପାଇବା ମାତ୍ରେ ନିଆଁ ଲିଭାଇବାକୁ ଘଟଣାସ୍ଥଳରେ ୩ଟି ଦମକଳ ଗାଡି ଓ ୫ଟି ଟ୍ୟାଙ୍କର  ପହଞ୍ଚିଥିଲା। ହୋଟେଲରେ ଧୁଆଁ ଭରି ଯାଇଥିବାରୁ ଉଦ୍ଧାରକାର୍ଯ୍ୟରେ ଅସୁବିଧା ପରିଲକ୍ଷିତ ହୋଇଥିଲା।

ସୂଚନା ମୁତାବକ, ହୋଟେଲରେ ଫସି ରହିଥିବା ଲୋକଙ୍କ ମଧ୍ୟରେ ମହିଳା ଓ ଛୋଟ ପିଲା ସାମିଲ ରହିଥିଲେ। ଧୂଆଁ ହେତୁ ହୋ‌ଟେଲରେ ଥିବା ଜଣେ ମହିଳା ଯାତ୍ରୀ ଚେତାଶୂନ୍ୟ ହୋଇ ପଡ଼ିଥିବା ବେଳେ ଅନ୍ୟ ସମସ୍ତଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା। ଏବେ ବି ହୋଟେଲରେ ଥିବା ଯାତ୍ରୀଙ୍କୁ ଶିଢ଼ି, କ୍ରେନ ଲଗାଇ ହୋଟେଲ ଭିତରୁ ସୁରକ୍ଷିତ ଭାବେ ବାହାର କରିବାକୁ ଉଦ୍ୟମ ଜାରି ରଖିଛନ୍ତି ଅଗ୍ନିଶମ ବିଭାଗ କର୍ମଚାରୀ।

ହୋଟେଲ କାଫେଟେରିଆରେ ପ୍ରଥମେ ଏହି ଅଗ୍ନିକାଣ୍ଡ ଘଟିଥିଲା। ୫ ମହଲା ବିଶିଷ୍ଟ ଏହି ହୋଟେଲରେ ୬୦ଟି ରୁମ୍ ରହିଛି। ନିଆଁ ଲାଗିବା ଯୋଗୁଁ ହୋଟେଲର ଦୁଇଟି ମହଲା ଜଳି ସମ୍ପୂର୍ଣ୍ଣ ଭାବେ ନଷ୍ଟ ‌ହୋଇଯାଇଛି। ସୌଭାଗ୍ୟବଶତଃ ଏହି ଅଗ୍ନିକାଣ୍ଡରେ ହୋଟେଲରେ ରହିଥିବା କୌଣସି ଯାତ୍ରୀଙ୍କୁ  ବିଶେଷ କିଛି କ୍ଷତି ପହଞ୍ଚିନାହିଁ। ତେବେ ଅଗ୍ନିକାଣ୍ଡରେ ହୋଟେଲର କେତେ କ୍ଷୟକ୍ଷତି ଘଟିଛି ତାହାର କୌଣସି ସବିଶେଷ ବିବରଣୀ ମିଳି ପାରି ନାହିଁ।

Leave A Reply

Your email address will not be published.