ପ୍ରମୁଖ ଖବର

ଗାଁରେ ମିଳିବ ସହରୀ ସୁବିଧା, ପ୍ରତି ପଞ୍ଚାୟତରେ ଆଦର୍ଶ ଖେଳ ପଡ଼ିଆ ଓ କଲ୍ୟାଣ ମଣ୍ଡପ
ଇଭି ଓ ପରିବେଶ ଅନୁକୂଳ ଯାନକୁ ପରମିଟ୍ ଫି’ ଛାଡ଼
ବାଂଲାଦେଶର ୨୩ତମ ରାଷ୍ଟ୍ରପତି ହେଲେ ମିର୍ଜା ଫକରୁଲ୍ ଇସଲାମ୍ ଆଲମଗୀର
ଜେପିଏସ୍‌ସି ପରୀକ୍ଷା ରଦ୍ଦ ନିଷ୍ପତ୍ତି ଉପରେ ରୋକ୍‌, ହେମନ୍ତ ସରକାରଙ୍କୁ ଝଟକା
ଅଟୋ ଚାଳକଙ୍କ ହଙ୍ଗାମା: ୪୦୦ ଅଟୋ ଜବତ, ପରମିଟ ରଦ୍ଦ ପାଇଁ ପଦକ୍ଷେପ
ମହାରାଷ୍ଟ୍ରରେ ଛାତ୍ରୀଙ୍କୁ ମିଳିଵ ମାସକୁ ୨ ହଜାର ଟଙ୍କା ପକେଟ ମନି
ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ
ବୀମା ନଥିଲେ ପେଟ୍ରୋଲ ନାହିଁ: ପାଇଲଟ୍ ପ୍ରକଳ୍ପ ଲାଗୁ କରିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରମାଦେବୀ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

0

ଭୁବନେଶ୍ବର: ଆଜି ରମାଦେବୀ ବିଶ୍ବବିଦ୍ୟାଳୟରେ +୨ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତ ଛାତ୍ରୀ ଯୁକ୍ତ ୨ ଦ୍ୱିତୀୟ ବର୍ଷର ବୋଲି ଜଣାପଡିଛି  । ତାଙ୍କ ଘର ରାୟଗଡା ଜିଲ୍ଲାରେ ହୋଇଥିବା ଜଣାପଡିଛି  । ପରୀକ୍ଷା ଚାଲିଥିବା ବେଳେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଛନ୍ତି  । ୨ଟି ପେପର ଖରାପ ହୋଇଥିବାରୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି । ହଷ୍ଟେଲରୁ ପୋଲିସକୁ ସୁଇସାଇଡ ନୋଟ ମିଳିଛି  । ମୃତ୍ୟୁର କାରଣ ଅସ୍ପଷ୍ଟ ଥିବାବେଳେ ଘଟଣାସ୍ଥଳରେ ସହିଦନଗର ପୋଲିସ ପହଞ୍ଚି ତଦନ୍ତ କରୁଛି  ।

ସୂଚନାଯୋଗ୍ୟ; ପ୍ରଜ୍ଞା ମହାନ୍ତି +୨ ଦ୍ୱିତୀୟ ବର୍ଷ କଳାର ଛାତ୍ରୀ। ସେ ହଷ୍ଟେଲ୍‌ରେ ରହି ପାଠ ପଢ଼ୁଥିଲେ। ଆଜି ତାଙ୍କ ମୃତଦେହ ହଷ୍ଟେଲ୍‌ ପଙ୍ଖାରେ ଝୁଲୁଥିବା ଦେଖିବାକୁ ମିଳିଥିଲା। କଲେଜ କର୍ତ୍ତୃପକ୍ଷ ଏନେଇ କମିଶନରେଟ୍‌ ପୁଲିସ୍‌ ଓ ପରିବାର ଲୋକଙ୍କୁ ଖବର ଦେଇଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହ ପୁଲିସ ହଷ୍ଟେଲ୍‌ରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ଛାନଭିନ୍‌ ପରେ ମୃତଦେହ ପାଖରୁ ଗୋଟିଏ ସାଇସାଇଡ୍‌ ନୋଟ୍‌ ମିଳିଥିବା ଚର୍ଚ୍ଚା ହେଉଛି। ମାନସିକ ଚାପ ଯୋଗୁ ପ୍ରଜ୍ଞା ଆତ୍ମହତ୍ୟା କରିଥିବା ଚିଠିରେ ଉଲ୍ଲେଖ ରହିଛି। ତେବେ କେଉଁ ପ୍ରକାର ମାନସିକ ଚାପରେ ପ୍ରଜ୍ଞା ଥିଲେ? ତାହା ସୁଇସାଇଡ୍‌ ଚିଠିରେ ଉଲ୍ଲେଖ ନାହିଁ।

Leave A Reply

Your email address will not be published.