ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

୩୦ ମିନିଟ୍ ମଧ୍ୟରେ ୫ ହଜାର ୪ଶହ ଥର ବଜ୍ରପାତ

0

ଭଦ୍ରକ; ପଶ୍ଚିମା ଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଝଡ଼ ବର୍ଷା ହୋଇଥିବା ବେଳେ ଭୟ ବଢ଼ାଇଛି ବଜ୍ରପାତ । ଭଦ୍ରକ ବାସୁଦେବପୁର ଅଞ୍ଚଳରେ ମାତ୍ର ୩୦ ମିନିଟ୍ ମଧ୍ୟରେ ୫ ହଜାର ୪ଶହ ଥର ବଜ୍ରପାତ ହୋଇଛି । କେନ୍ଦ୍ର ସରକାରଙ୍କ ଦାମିନୀ ଆପ୍ର ସୂଚନାକୁ ଆଧାର କରି ଏ ନେଇ ଟ୍ୱିଟ୍ କରିଛନ୍ତି ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ । ବାସୁଦେବପୁର ଅଞ୍ଚଳରେ ୫ ହଜାରରୁ ଅଧିକ ବଜ୍ରପାତ ହୋଇଥିବା ବେଳେ ଏହା କେତେ ଘାତକ ହୋଇପାରେ, ଏ ନେଇ ସତର୍କ କରାଇଛନ୍ତି ନିଜ ଟ୍ୱିଟର ହ୍ୟାଣ୍ଡେଲରେ ଲେଖିଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ ।

ଏଥିରେ ୫ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସେ ସୂଚନା ଦେଇଛନ୍ତିି । ଓଡ଼ିଶାରେ ମାତ୍ର ଅଧ ଘଣ୍ଟା ମଧ୍ୟରେ ଗୋଟିଏ ଅଞ୍ଚଳରେ ୫ ହଜାରରୁ ଅଧିକ ଥର ବଜ୍ରପାତ ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି । ଘଡ଼ଘଡ଼ି ସଂପର୍କୀତ ସୂଚନା ପାଇବା ପାଇଁ ‘ଦାମିନୀ’ ଆପ୍ ଡାଉନଲୋଡ୍ କରିବାକୁ ପରାମର୍ଶ ଦେଇଛନ୍ତି ଉମାଶଙ୍କର । ବଜ୍ରପାତ ସମୟରେ ସୁରକ୍ଷିତ ସ୍ଥାନରେ ରହିବା ଲାଗି ନିବେଦନ କରିଛନ୍ତି ।

ସେପଟେ ଓଡ଼ିଶାକୁ ଆସୁଛି ଆଉ ଏକ ପଶ୍ଚିମା-ଝଡ଼। ଅପ୍ରେଲ ୨ ତାରିଖ ବେଳକୁ ଭାରତର ଉତ୍ତର-ପଶ୍ଚିମ ଭାଗକୁ ଏକ ନୂଆ ପଶ୍ଚିମା-ଝଡ଼ ପ୍ରଭାବିତ କରିବାର ସମ୍ଭାବନା ରହିଛି। ସେଥିପାଇଁ ଓଡ଼ିଶାରେ ଝଡ଼ବର୍ଷା ସହ ବଜ୍ରପାତ ଓ ଘଡ଼ଘଡ଼ି ହେବାର ସମ୍ଭାବନା ରହିଛି।

Leave A Reply

Your email address will not be published.