ପ୍ରମୁଖ ଖବର

ପଶ୍ଚିମବଙ୍ଗରେ ମୁକ୍ତ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ନିର୍ବାଚନ, ନିର୍ବାଚନ କମିଶନଙ୍କ ପ୍ରାଥମିକତା
ଦାଦନ ଶ୍ରମିକ ଯିବାରେ ବଲାଙ୍ଗୀର ଜିଲ୍ଲା ସର୍ବାଗ୍ରେ
ପୁରୀ: ପୋଲିସର ନିର୍ଯାତନା ସହି ନପାରି ଯୁବକଙ୍କ ଆତ୍ମହତ୍ୟା
ଓଡିଶାର ୯ଟି ଷ୍ଟେସନ ଦେଇ ଚାଲିବ ଅମୃତ ଭାରତ ଟ୍ରେନ୍
ସିବିଏସଇ ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକକୁ ନେଇ କ୍ଷମା ପ୍ରାର୍ଥନା କଲା ଏନସିଇଆରଟି
କରୁର ଦଳାଚକଟା ମାମଲାରେ ଅଭିନେତା ବିଜୟଙ୍କୁ ପୁଣିଥରେ ସିବିଆଇ ସମନ୍
ଦିଲ୍ଲୀ ଦଙ୍ଗା ମାମଲାରେ ଶର୍ଜିଲ ଇମାମଙ୍କୁ ୧୦ ଦିନ ପାଇଁ ଅନ୍ତରୀଣ ଜାମିନ
ରାଜ୍ୟରେ ଖାଲି ପଡ଼ିଛି ୪,୬୦୭ ଡାକ୍ତର ପଦବୀ: ସ୍ୱାସ୍ଥ୍ୟମନ୍ତ୍ରୀ

ଜାତୀୟ ସମ୍ମିଳନୀରେ ସର୍ବୋଚ୍ଚ ଅଭିନବ ଡେଂଟାଲ୍ କଲେଜ ଭାବେ ଆଇଡିଏସ୍ ସମ୍ମାନିତ

0

ଭୁବନେଶ୍ୱର, ୨୯/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନସେସ (ଆଇଡିଏସ୍‌) ସର୍ବୋକୃଷ୍ଟ ଅଭିନବ ଡେଂଟାଲ୍ କଲେଜ (ମୋଷ୍ଟ ଇନୋଭେଟିଭ୍ ଡେଂଟାଲ୍‌କଲେଜ) ଭାବେ ସ୧ାନିତ ହୋଇଛି । ନୂଆଦିଲ୍ଲୀ ଠାରେ ଆୟୋଜିତ ଓରାଲ୍ ହେଲ୍‌ଥ ଇନୋଭେସନ୍‌ କନ୍‌କ୍ଲେଭ୍‌ରେ ଆଇଡିଏସ୍‌କୁ ଏହି ସ୧ାନ ପ୍ରଦାନ କରାଯାଇଛି । ଇଣ୍ଡିଆନ୍ ଡେଂଟାଲ୍ ଆସୋସିଏସନ୍ (ଆଇଡିଏ)ର ଜାତୀୟ ସଭାପତି ଡାକ୍ତର ରାଜୀବ ଚୁଗ୍‌ଙ୍କ ଠାରୁ ଆଇଡିଏସ୍‌ର ଡିନ୍ ପ୍ରଫେସର ନୀତା ମହାନ୍ତି ଏହି ସ୧ାନ ଗ୍ରହଣ କରିଥିଲେ ।

ଆଇଡିଏ ପକ୍ଷରୁ ଏହି ସମ୍ମିଳନୀର ଆୟୋଜନ କରାଯାଇଥିବା ବେଳେ ନୀତି ଆୟୋଗ ଏହାକୁ ସହଯୋଗ କରିବା ସହ ଡେଂଟାଲ୍ କାଉନ୍‌ସିଲ୍ ଅଫ୍ ଇଣ୍ଡିଆ, ୱାର୍ଲ୍ଡ ହେଲ୍‌ଥ ଅର୍ଗାନାଇଜେସନ୍‌, ଆଇସିଏମ୍‌ଆର୍‌, ସିଏସ୍‌ଆଇଆର୍‌, ଏଫ୍‌ଡିଆଇ, ବିଆଇଆର୍‌ଏସି ଓ ଡିଆର୍‌ଡିଓ ସମେତ ବିଭିନ୍ନ ଡେଂଟାଲ୍ କଲେଜ ଓ ଶିଳ୍ପାନୁଷ୍ଠାନର କାର୍ଯ୍ୟକର୍ତା ଏହି ସ୧ିଳନୀରେ ସାମିଲ ହୋଇଥିଲେ ।

ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମବଣାଳୟର ଯୁଗ୍ମ ସଚିବ ଡକ୍ଟର ଲଭ୍ ଅଗ୍ରୱାଲ୍ ଏହି ସ୧ିଳନୀରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ସମ୍ମିଳନୀରେ ଆଇଡିଏସ୍‌ର ଡିନ୍ ପ୍ରଫେସର ମହାନ୍ତି “ଷ୍ଟିୟରିଂ ଇନୋଭେସନ୍ ଥ୍ରୁ ଏଭିଡେନ୍ସ ବେସ୍‌ଡ ରେଜଲ୍ଟ” ଶୀର୍ଷକ ବକ୍ତବ୍ୟ ରଖିଥିବା ବେଳେ ଡାକ୍ତର ଲୋରା ମିଶ୍ର, ଡାକ୍ତର ସୌରଭ ପଣ୍ଡା, ଡାକ୍ତର ରୁପ୍‌ସା ଦାସ, ଡାକ୍ତର ସ୍ୱାଗତିକା ପଣ୍ଡା ଏବଂ ସୋଆ ସଭାପତିଙ୍କର ଅଫିସର ଅନ୍ ସ୍ପେଶାଲ୍ ଡ୍ୟୁଟି ଶ୍ରୀ ପ୍ରୀତମ୍ ନାୟକ ଏକ ବୁଥ୍ ମାଧ୍ୟମରେ ଆଇଡିଏସ୍ ଏବଂ ସୋଆର ସଫଳତା ବିଷୟରେ ସୂଚନା ଦେଇଥିଲେ । ଆଇଡିଏସ୍‌ର ଛାତ୍ରଛାତ୍ରୀ ଓ ଇଂଟର୍ଣ୍ଣମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ସହ ସେମାନଙ୍କର ଗବେଷଣା ସନ୍ଦର୍ଭ ଏବଂ ପୋଷ୍ଟର ପ୍ରଦର୍ଶନ ବିଚାରପତିମାନଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।

Leave A Reply

Your email address will not be published.