ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ସୋଆ ଏନ୍‌ଏସ୍‌ଏସ୍ ପକ୍ଷରୁ ବିଭିନ୍ନ ପୋଷ୍ୟ ଗ୍ରାମରେ ଏକ ସପ୍ତାହ ଧରି ସ୍ୱତବ ଶିବିର ଆୟୋଜିତ

0

ଭୁବନେଶ୍ୱର, ୨୯/୦୩: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସ୍କୁଲ ଅଫ୍ ଫାର୍ମାସ୍ୟୁଟିକାଲ ସାଇନ୍‌ସେସ୍ (ଏସ୍‌ପିଏସ୍‌), ସ୍କୁ୍‌ଲ୍ ଅଫ୍‌ ହୋଟେଲ ମ୍ୟାନେଜମେଂଟ (ଏସ୍‌ଏଚ୍‌ଏମ୍‌), ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ ଏବଂ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଏଗ+ କଲ୍‌ଚରାଲ୍‌ ସାଇନ୍‌ସେସ୍ (ଆଇଏଏସ୍‌) ଓ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (ଆଇଟିଇଆର୍‌)ର ସମସ୍ତ ଜାତୀୟ ସେବା ଯୋଜନା(ଏନ୍‌ଏସ୍‌ଏସ୍‌) ଯୁନିଟ୍ ଗୁଡିକ ପକ୍ଷରୁ ନିକଟବର୍ତୀ ମଳିପଡା, ଜାମୁଝରି, ଅଙ୍ଗାରପଡା, ଭଗବତୀପୁର, ଭୋଳା, କଳାପିତ ଓ ଛତାବର ଗ୍ରାମରେ ଏକ ସପ୍ତାହ ବ୍ୟାପି ସ୍ୱତବ ଶିବିର ଆୟୋଜନ କରାଯାଇଛି ।

ଆଇଟିଇଆର୍ ଓ ଏସ୍‌ଏଚ୍‌ଏମ୍‌ର ମିଳିତ ସହଯୋଗରେ ମାର୍ଚ୍ଚ ୨୧ରୁ ୨୭ ତାରିଖ ପର୍ଯ୍ୟନ୍ତ ମଳିପଡା ଓ ଜାମୁଝରି ଗ୍ରାମରେ ଏନ୍‌ଏସ୍‌ଏସ୍‌ ପକ୍ଷରୁ ସ୍ୱତବ ଶିବିର ଆୟୋଜନ କରାଯାଇଥିବା ବେଳେ ଏହାର ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର କମଳ ଲୋଚନ ମହାନ୍ତ, ଡକ୍ଟର କନକଲତା ଓଝା ଓ ଡକ୍ଟର ଶାନ୍ତିଲତା ଚମ୍ପତିଙ୍କ ତତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ପ୍ରଥମ ଦିନରେ ପ୍ରତୀକ ଦାଶ, ଉଦିତ୍‌ ରଂଜନ ଦାଶ ଓ ମନୋରଥ ଜୟଦେବଙ୍କ ନେତୃତ୍ୱ ରେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀ ମାନେ ପ୍ରାୟ ୯୨ ରୁ ଅଧିକ ପରିବାର ଉପରେ ସର୍ଭେ କରିଥିଲେ ଏବଂ ଦାରିଦ୍ର‌୍ୟ, ଶିକ୍ଷା, ବିଦ୍ୟୁତ୍ , ଜଳ ନିଷ୍କାସନ ଭଳି ସମସ୍ୟା ବିଷୟରେ ସୂଚନା ସଂଗ୍ରହ କରିଥିଲେ । ଡିଜିଟାଲ୍ ପେମେଂଟ ବିଷୟରେ ସେମାନେ ମଧ୍ୟ ସଚେତନତା ସୃଷ୍ଟି କରିଥିଲେ । ଏହା ସହ ବାଳିକାମାନଙ୍କୁ ଶିକ୍ଷା ମାଧ୍ୟମରେ ମାସିକ ଋତୁସ୍ରାବ ଏବଂ ଲିଙ୍ଗଗତ ସମାନତା ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ ।

ଦ୍ୱିତୀୟ ଦିନରେ ସେମାନେ ସ୍ୱଚ୍ଛତା ଓ ଜଙ୍ଗଲ ସଂରକ୍ଷଣ ଉପରେ ସଚେତନତା ସୃଷ୍ଟି କରିଥିଲେ । ବିଶ୍ୱଜଳ ଦିବସ ଅବସରରେ ଗ୍ରାମବାସୀଙ୍କ ସହାୟତାରେ ଗାଁ ପୋଖରୀକୁ ସଫା କରିଥିଲେ । ଶେଷ ଦିନରେ ବିଶ୍ୱବିଦ୍ୟାଳୟର ଅଗ୍ନି ନିରାପତା ଦଳ ତଥା ସୋଆର ଅଗ୍ନିଶମ ଅଧିକାରୀ ଶ୍ରୀ ଆର୍ତତ୍ରାଣ ବସ୍ତିଆ ଓ ଅଗ୍ନିଶ୍ରମ ଓ ନିରାପତା ପର୍ଯ୍ୟବେକ୍ଷକ ଶ୍ରୀ ସୁଶାନ୍ତ କୁମାର ସାହୁଙ୍କ ନେତୃତ୍ୱରେ ଏକ ଅଗ୍ନି ସଚେତନତା କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା ।

ସେହିପରି ଏସ୍‌ପିଏସ୍‌ର ଏନ୍‌ଏସ୍‌ଏସ୍ କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ଶ୍ୟାମଳେନ୍ଦୁ ତ୍ରିପାଠୀଙ୍କ ତତ୍ୱାବଧାନରେ ମାର୍ଚ୍ଚ ୨୫ ରୁ ୩୧ ତାରିଖ ପର୍ଯ୍ୟନ୍ତ ଅଙ୍ଗାରପଡା ଗ୍ରାମରେ ଏକ ଶିବିରର ଆୟୋଜନ କରାଯାଇଥିଲା । ପ୍ରଥମ ଦିନରେ ଏନ୍‌ଏସ୍‌ଏସ୍ ସ୍ୱେଚ୍ଛାସେବୀମାନେ ଗ୍ରାମରେ ଏକ କ୍ଷୁଦ୍ର ସର୍ବେକ୍ଷଣ କରିଥିଲେ ଓ ପ୍ରାଣୀ ଚିକିତ୍ସା, ପ୍ରାଥମିକ ଚିକିତ୍ସା ତଥା ପ୍ରଧାନମବୀ ଜନଧନ ଯୋଜନା ବିଷୟରେ ଗ୍ରାମବାସୀଙ୍କୁ ବିସ୍ତାର ଭାବରେ ବୁଝାଇଥିଲେ । ଦ୍ୱିତୀୟ ଦିନରେ ସେମାନେ ବିଦ୍ୟାଳୟ ପରିସର ଓ ଗ୍ରାମ ଅଚଂଳକୁ ପରିଷ୍କାର କରି ସମସ୍ତଙ୍କୁ ସ୍ୱଚ୍ଛତା ବିଷୟରେ ସଚେତନ କରାଇଥିଲେ । ତୃତୀୟ ଦିନରେ ସେମାନେ ଗ୍ରାମ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହିତ ଏକ ପାରସ୍ପରିକ ଆଦାନ ପ୍ରଦାନ ଅଧିବେଶନର ବ୍ୟବସ୍ଥା କରିଥିଲେ । ଶ୍ରେଣୀ ଗୃହ ଭିତରେ ଖେଳ, ନୃତ୍ୟ ଓ ଗୀତର କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲା ।

ସେହିପରି ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲର ଏନ୍‌ଏସ୍‌ଏସ୍ ୟୁନିଟ୍‌ର କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସୌର୍ଯ୍ୟ ରଂଜନ ଦାସଙ୍କ ତତ୍ୱାବଧାନରେ କଂଟାବାଡ ଗ୍ରାମରେ ସେମାନଙ୍କର ସ୍ୱତବ ଶିବିର ମାର୍ଚ୍ଚ ୨୪ ରୁ ୩୦ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ଏବଂ ଯତ୍ନ ବିଷୟରେ ସେମାନେ ପ୍ରାଥମିକ ଯାଂଚ କରିଥିଲେ ।

ଏହି ଶିବିରରେ ୫୦ ରୁ ଉର୍ଦ୍ଧ୍ୱ ଏମ୍‌.ବି.ବି.ଏସ୍ ଛାତ୍ରଛାତ୍ରୀ ଯୋଗଦାନ କରିବା ସହିତ ଶିଶୁ ବିଭାଗର ଡାକ୍ତର ଅମିର ଅଲ୍ଲି, ମେଡିସିନ୍‌ ବିଭାଗର ଡାକ୍ତର ଅନ୍‌ମୋଲ ସାହୁ ଏବଂ କମ୍ୟୁନିଟି ମେଡିସିନ୍ ବିଭାଗର ଡାକ୍ତର ରିତ୍ୟୁକ୍ ମିଶ୍ର ଏହାକୁ ପରିଚାଳନା କରିଥିଲେ । ବ୍ୟକ୍ତିଗତ ସ୍ୱଚ୍ଛତା, ଯତ୍ନ ଓ ଉପଯୁକ୍ତ ସ୍ୱାସ୍ଥ୍ୟସେବା ବିଷୟରେ ଗ୍ରାମବାସୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଇଥିଲା । ଶିବିରରେ ଗ୍ରାମବାସୀଙ୍କ ମଧ୍ୟରେ ବହୁ ପରିମାଣରେ ରୋଗ ନିରାକରଣ ପାଇଁ ସଚେତନତାର ବାର୍ତା ପ୍ରଚାର କରାଯିବା ସହିତ ବହୁ ମାତ୍ରାରେ ରୋଗ ବିଷୟରେ ପରାମର୍ଶ ଦିଆଯାଇଥିଲା ।

ଏହି ଶିବିର ଆୟୋଜନ ଦ୍ୱାରା ଗ୍ରାମରେ ବାସ କରୁଥିବା ବହୁ ବୃଦ୍ଧାମାନେ ଉପକୃତ ହୋଇଛନ୍ତି । ଗ୍ରାମବାସୀଙ୍କର ମିଳିତ ସହଯୋଗରେ ଏହି ସ୍ୱାସ୍ଥ୍ୟ ଶିବିର ସୂଚାରୁ ରୂପେ ସମ୍ପାଦନ କରାଯାଇଥିଲା । ସୋଆ ଜାତୀୟ ସେବା ଯୋଜନା (ଏନ୍‌ଏସ୍‌ଏସ୍‌) ର କାର୍ଯ୍ୟକ୍ରମ ସଂଯୋଜକ ଡକ୍ଟର ପ୍ରଫେସର ନଚିକେତା କେ. ଶର୍ମାଙ୍କ ତତ୍ୱାବଧାନରେ ଏହି ଶିବିର ପରିଚାଳନା କରାଯାଇଥିବା ବେଳେ ଓ ଏସ୍‌ଏଚ୍‌ଏମ୍‌ର ପ୍ରୋଗ୍ରାମ୍ ଅଫିସର ଶ୍ରୀମତି ମଉ ରୟ ତଥା ଏନ୍‌ଏସ୍‌ଏସ୍ ବ୍ୟୁରୋର ଶ୍ରୀ ଶିବ ପଟ୍ଟନାୟକ ଏହି ଶିବିର ପରିଦର୍ଶନରେ କରିଥିଲେ ।

Leave A Reply

Your email address will not be published.