ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

‘ମାଷ୍ଟରଶେଫ୍ ଇଣ୍ଡିଆ-୭’ ର ବିଜେତା ହେଲେ ନୟନଜ୍ୟୋତି ସୈକିୟା

0

ମୁମ୍ବାଇ; ଲୋକପ୍ରିୟ କୁକିଙ୍ଗ ରିୟାଲିଟି ଶୋ’ ‘ମାଷ୍ଟରଶେଫ୍ ଇଣ୍ଡିଆ-୭’ ର ବିଜେତା ହେଲେ ଆସାମର ନୟନଜ୍ୟୋତି ସୈକିୟା। ନୟନଜ୍ୟୋତି ଶୋ’ରେ ନିଜର ଦମଦାର କୁକିଙ୍ଗ ଦକ୍ଷତା ସହ ନିଜର ନିଷ୍ଠାକୁ ପ୍ରମାଣିତ କରିପାରିଛନ୍ତି । ସପ୍ତାହେ ଧରି ଅନେକ ଚ୍ୟାଲେଞ୍ଜକୁ ସାମନା କରି ସେ ଆଜି ଏହି ପଦ ପାଇଁ ବିବେଚିତ ହୋଇପାରିଛନ୍ତି ।

ସୂଚନାଯୋଗ୍ୟ, ‘ମାଷ୍ଟରଶେଫ୍ ଇଣ୍ଡିଆ ଶୋ’ରେ ମୋଟ ୩୬ଜଣ ପ୍ରତିଯୋଗୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୧୬ଜଣଙ୍କୁ ବଛାଯାଇଥିଲା । ୧୬ ଜଣଙ୍କ ମଧ୍ୟରୁ ପୁଣି ୭ ଟପ୍ ପ୍ରତିଯୋଗୀଙ୍କୁ ଚୟନ କରାଗଲା । ସେମାନଙ୍କ ମଧ୍ୟରେ ସବୁଠୁ ଆଗରେ ରହି ମାଷ୍ଟରଶେଫ୍ ଇଣ୍ଡିଆର ବିଜେତା ହୋଇପାରିଛନ୍ତି । ଏହି କୁକିଙ୍ଗ ରିଆଲିଟି ଶୋ’ରେ ନୟନଜ୍ୟୋତିଙ୍କୁ ଚମକୁଥିବା ଟ୍ରଫି ମିଳିବା ସହ ୨୫ ଲକ୍ଷ ଟଙ୍କାର ଆର୍ଥିକ ପୁରସ୍କାର ମିଳିଛି ।

ତେବେ ଶୋ’ର ପ୍ରଥମ ରନର୍ସଅପ୍ ଆସାମର ସନ୍ତାସ ରମାହ ହୋଇଥିବାବେଳେ ମୁମ୍ବାଇର ସୁବର୍ଣ୍ଣା ବାଗୁଲ ଦ୍ୱିତୀୟ ରନର୍ସଅପ୍ ହୋଇଛନ୍ତି । ଏହି ଦୁଇ ରନର୍ସଅପ୍ଙ୍କୁ ୫ ଲକ୍ଷ ଲେଖାଏଁ ପୁରସ୍କାର ମିଳିଛି। 

Leave A Reply

Your email address will not be published.