ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ଓଡିଶାରେ ଗଡିବ ମେଟ୍ରୋ ଟ୍ରେନ୍

0

ଭୁବନେଶ୍ୱର: ଭୁବନେଶ୍ବରରୁ କଟକକୁ ଗଡ଼ିବ ମେଟ୍ରୋ ଟ୍ରେନ୍। ଆଜି ମେଟ୍ରୋ ଟ୍ରେନ୍‌ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ କରିଛନ୍ତି। ବାଣିଜ୍ୟ ପରିବହନ ବିଭାଗ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ଟ୍ବିଟ୍ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ଏୟାରପୋର୍ଟରୁ ତ୍ରିଶୁଳିଆ ପର୍ଯ୍ୟନ୍ତ କାମକୁ ଅନୁମୋଦନ ମିଳିଥିବାବେଳେ ଭୁବନେଶ୍ବର-କଟକ-ପୁରୀକୁ ସଂଯୋଗ କରିବ ମେଟ୍ରୋ ଟ୍ରେନ୍। ମେଟ୍ରୋ ଟ୍ରେନ୍ ପ୍ରଥମ ପର୍ଯ୍ୟାୟରେ ବିମାନବନ୍ଦରରୁ ତ୍ରିଶୁଳିଆକୁ, ଚନ୍ଦ୍ରଶେଖରପୁର ଦେଇ ସଂଯୋଗ କରିବ। ଏହି ମେଟ୍ରୋ ବିମାନବନ୍ଦରରୁ ବାହାରି ରେଳଷ୍ଟେସନ, ବାଣୀବିହାର, ପଟିଆ, ନନ୍ଦନକାନନ ଦେଇ ତ୍ରିଶୁଳିଆକୁ ଯୋଡ଼ିବ।

ଭୁବନେଶ୍ବର ଏୟାରପୋର୍ଟରୁ କଟକ ନେତାଜୀ ବ୍ରିଜ୍ ତ୍ରିଶୁଳିଆ ପର୍ଯ୍ୟନ୍ତ ଏହା ଗଡ଼ିବ। ଭୁବନେଶ୍ବର ବିମାନବନ୍ଦର ଛକରୁ ଶିଶୁଭବନ ଛକ, ରାଜମହଲ ଛକ, ମାଷ୍ଟର କ୍ୟାଣ୍ଟିନ, ବାଣୀବିହାର ଛକ, ଜୟଦେବ ବିହାର ଦେଇ କଳିଙ୍ଗ ହସ୍ପିଟାଲ ଛକ, ପଟିଆ, ନନ୍ଦନକାନନ ଛକ ଦେଇ ତ୍ରିଶୂଳିଆ ଛକ ପର୍ଯ୍ୟନ୍ତ ମେଟ୍ରୋ ଚାଲିବ । ଏଥିପାଇଁ ଏଲିଭେଟେଡ୍ କରିଡର କରାଯିବ ।

ଉଲ୍ଲେଖ ଥାଉ କି ଶନିବାର ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀ ଆଜି ଏ ନେଇ ସର୍ଭେ କରିଥିଲେ। ମେଟ୍ରୋ ଟ୍ରେନ ଗଡ଼ିବା ପାଇଁ ସୁବିଧା ଅଛି କି ନାହିଁ, କେଉଁଠୁ କେଉଁଠିକି ମେଟ୍ରୋ ଟ୍ରେନ ଗଡିବ, ସେଥିପାଇଁ କ’ଣ କ’ଣ ଆବଶ୍ୟକ ତାହା ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଏ ନେଇ ଅନୁଷ୍ଠିତ ସର୍ଭେ କାର୍ଯ୍ୟରେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା,୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ୍, ଉନ୍ନୟନ କମିଶନର ଅନୁ ଗର୍ଗ, ପରିବହନ ସଚିବ ଉଷା ପାଢ଼ୀ , ଗୃହ ଓ ନଗର ଉନ୍ନୟନ ବିଭାଗର ସଚିବ ଜି ମାଥିଭାଥାନନ୍, ଆଇଟି ପ୍ରମୁଖ ସଚିବ ମନୋଜ ମିଶ୍ର ଓ ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସାମିଲ ଥିଲେ। କେଉଁ କେଉଁ ରୁଟ ଦେଇ ଯିବ ମେଟ୍ରୋ ସେଇ ସମସ୍ତ ଲାଇନ ଉପରେ ସମୀକ୍ଷା କରାଯାଇଥିଲା।

Leave A Reply

Your email address will not be published.