ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ନାମିବ୍ୟାରୁ ଆସିଥିବା ଚିତା ଗାଆଁରେ ବୁଲୁଛି

0

ମଧ୍ୟପ୍ରଦେଶ; କୁନୋ ଜାତୀୟ ଉଦ୍ୟାନରୁ ଚିତା ବାହାରି ହଠାତ୍ ଚିତା ଗାଁରେ ପ୍ରବେଶ କରିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏହି ଚିତାର ନାଁ ଓବାନ୍ ବୋଲି କୁହାଯାଉଛି, ଯାହାକୁ ସେପ୍ଟେମ୍ବର ୨୦୨୨ରେ ନାମ୍ବିଆରୁ ଭାରତକୁ ଅଣାଯାଇଥିଲା । ଫେବ୍ରୁଆରି ମାସରେ, ଏହି ଚିତାଗୁଡିକୁ ବଡ଼ ଏନକ୍ଲୋଜରରୁ ବାହାର କରି ଜଙ୍ଗଲକୁ ଛାଡି ଦିଆଯାଇଥିଲା । ଏବେ ଜଙ୍ଗଲରୁ ଚିତାଟି ଗାଁକୁ ଚାଲିଯାଇଥିବା ଜଣାପଡ଼ିଛି । ଚିତାକୁ ଘଉଡାଇବା ପାଇଁ ଗ୍ରାମବାସୀ ଲାଠି ଧରି ଜଗିଥିବା ବେଳେ ବନବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ‌ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

କୁନୋ ଜାତୀୟ ଉଦ୍ୟାନର ଡିଏଫଓ ପ୍ରକାଶ ବର୍ମା କହିଛନ୍ତି ଯେ ଚିତାକୁ ଜଙ୍ଗଲକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ବନ ବିଭାଗ ଦଳ ଚିତାବାଘ ଉପରେ ନଜର ରଖିଛନ୍ତି । ଉଦ୍ଧାର କାର୍ୟ୍ୟ ସମୟରେ ଚିତାକୁ ବିରକ୍ତ କରାଯାଇପାରିବେ ନାହିଁ। ଧୀରେ ଧୀରେ ତାକୁ କୁନୋ ପାର୍କକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି । ସନ୍ଧ୍ୟା ସୁଦ୍ଧା ଏହି ଚିତା କୁନୋ ପାର୍କରେ ପହଞ୍ଚିବ । ଚିତାବାଘ ଓ ନାଗରିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି ।

Leave A Reply

Your email address will not be published.