ପ୍ରମୁଖ ଖବର

ଅଟଳ ବସ୍‌ଷ୍ଟାଣ୍ଡର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଦୁର୍ଘଟଣା ରୋକିବାକୁ ‘୪-ଇ’ ପାଳନ କରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଏମ୍ସରେ ଭର୍ତ୍ତିହେଲେ ପୂର୍ବତ୍ତନ ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼
ସୋଲାନରେ ଭୟଙ୍କର ଅଗ୍ନିକାଣ୍ଡ: ୮ ବର୍ଷର ଶିଶୁ ମୃତ, ୯ ଆହତ
ନିର୍ମାଣ ହେବ ନୂଆ ବିଧାନସଭା ଓ ଲୋକସେବା ଭବନ

ନାମିବ୍ୟାରୁ ଆସିଥିବା ଚିତା ଗାଆଁରେ ବୁଲୁଛି

0

ମଧ୍ୟପ୍ରଦେଶ; କୁନୋ ଜାତୀୟ ଉଦ୍ୟାନରୁ ଚିତା ବାହାରି ହଠାତ୍ ଚିତା ଗାଁରେ ପ୍ରବେଶ କରିବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି । ଏହି ଚିତାର ନାଁ ଓବାନ୍ ବୋଲି କୁହାଯାଉଛି, ଯାହାକୁ ସେପ୍ଟେମ୍ବର ୨୦୨୨ରେ ନାମ୍ବିଆରୁ ଭାରତକୁ ଅଣାଯାଇଥିଲା । ଫେବ୍ରୁଆରି ମାସରେ, ଏହି ଚିତାଗୁଡିକୁ ବଡ଼ ଏନକ୍ଲୋଜରରୁ ବାହାର କରି ଜଙ୍ଗଲକୁ ଛାଡି ଦିଆଯାଇଥିଲା । ଏବେ ଜଙ୍ଗଲରୁ ଚିତାଟି ଗାଁକୁ ଚାଲିଯାଇଥିବା ଜଣାପଡ଼ିଛି । ଚିତାକୁ ଘଉଡାଇବା ପାଇଁ ଗ୍ରାମବାସୀ ଲାଠି ଧରି ଜଗିଥିବା ବେଳେ ବନବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ‌ସର୍ଚ୍ଚ ଅପରେସନ ଆରମ୍ଭ କରିଛନ୍ତି ।

କୁନୋ ଜାତୀୟ ଉଦ୍ୟାନର ଡିଏଫଓ ପ୍ରକାଶ ବର୍ମା କହିଛନ୍ତି ଯେ ଚିତାକୁ ଜଙ୍ଗଲକୁ ଫେରାଇ ଆଣିବାକୁ ଉଦ୍ୟମ ଚାଲିଛି । ବନ ବିଭାଗ ଦଳ ଚିତାବାଘ ଉପରେ ନଜର ରଖିଛନ୍ତି । ଉଦ୍ଧାର କାର୍ୟ୍ୟ ସମୟରେ ଚିତାକୁ ବିରକ୍ତ କରାଯାଇପାରିବେ ନାହିଁ। ଧୀରେ ଧୀରେ ତାକୁ କୁନୋ ପାର୍କକୁ ଆଣିବା ପାଇଁ ଉଦ୍ୟମ କରାଯାଉଛି । ସନ୍ଧ୍ୟା ସୁଦ୍ଧା ଏହି ଚିତା କୁନୋ ପାର୍କରେ ପହଞ୍ଚିବ । ଚିତାବାଘ ଓ ନାଗରିକଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦିଆଯାଉଛି ।

Leave A Reply

Your email address will not be published.