ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ୟୁଏଇ ଗସ୍ତର ପ୍ରଥମ ଦିନରେ ଓଡ଼ିଶାରେ ନିବେଶ ଓ ବାଣିଜ୍ୟିକ ସହଯୋଗ ବୃଦ୍ଧି ନେଇ ଏକାଧିକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା
ଭୋଟର ତାଲିକାରେ ନାମର ବନାନ ତ୍ରୁଟି; ଭାରତ ରତ୍ନ ବୈଜ୍ଞାନିକ ସିଏନଆର ରାଓଙ୍କୁ ନୋଟିସ୍‌
ଫାୟାର ସେଫ୍ଟି ନିୟମ ଭାଙ୍ଗିଲେ ବନ୍ଦ ହେବ କୋଚିଂ ସେଣ୍ଟର; ସେପ୍ଟେମ୍ବର ୧୫ରୁ ସ୍ୱତନ୍ତ୍ର ଯାଞ୍ଚ
ଇରାନ-ଆମେରିକା ମୁହାଁମୁହିଁ; ଖାର୍ଗ ଦ୍ୱୀପ ନିକଟରେ ୫ ତୈଳ ଟ୍ୟାଙ୍କର ଧ୍ୱଂସ
୧୧ରେ ମୋଦୀ-ପୁଟିନ୍‌ ଦ୍ୱିପାକ୍ଷିକ ଆଲୋଚନା
୭ଟି ହାଇ-ଡେନ୍ସିଟି ରେଳ କରିଡୋରକୁ ଫୋର୍‌-ଲେନ୍‌ କରିବାକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ
୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର, ୩ ଦିନ ଯାଏଁ ବର୍ଷା ସମ୍ଭାବନା
ସମ୍ ରେ ପଂଚମ ମଲ୍‌ଟିପଲ୍ କ୍ୟାଡାଭେରିକ୍ ଅର୍ଗାନ୍ ରିଟ୍ରିଭାଲ୍‌

କ୍ରିକେଟ୍ ମଇଦାନରେ ଅଘଟଣ: ବ୍ୟାଟ୍ ଓ ଛୁରା ମାଡ଼ରେ ଯୁବକ ମୃତ

0

କଟକ; କ୍ରିକେଟ ଖେଳକୁ ନେଇ ଦୁଇ ଟିମ୍ ମଧ୍ୟରେ ଗଣ୍ଡୋଗୋଳ ଘଟିଛି। ଏମିତିକି ବ୍ୟାଟ ଓ ଛୁରୀ ମାଡ଼ରେ ଯୁବକଙ୍କ ମୃତ୍ୟୁ । ମୃତକ ହେଲେ କଟକ ଜିଲ୍ଲା ଚୌଦ୍ୱାର ଥାନା ମହିଷାନଣ୍ଡା ପଂଚାୟତର ଲକି ରାଉତ । ଉଭୟ ଟିମ ମଧ୍ୟରେ ରନ ରେଟକୁ ନେଇ ପାଟିତୁଣ୍ଡ ହୋଇଥିଲା ।

ସୁଚନାଯୋଗ୍ୟ, ଚୌଦ୍ୱାର ଥାନା ମହିଷାନଣ୍ଡା ପଂଚାୟତର କ୍ରିକେଟ୍ ପଡ଼ିଆରେ ମ୍ୟାଚ୍ ଚାଲିଥିଲା ବେଳେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ମୃତ ଯୁବକ ଜଣକ ପ୍ରତ୍ୟକ୍ଷଦର୍ଶୀ ବୋଲି କୁହାଯାଉଛି । ମ୍ୟାଚ୍ ଚାଲିଥିବା ବେଳେ ଅମ୍ପାୟାରଙ୍କ ନିଷ୍ପତିକୁ ନେଇ ବ୍ୟାଟିଂ ଦଳ ଅସନ୍ତୋଷ ପ୍ରକାଶ କରିଥିଲା । ଦେଖୁ ଦେଖୁ ପରବର୍ତୀ ସମୟରେ ପଡ଼ିଆ ରଣକ୍ଷେତ୍ରରେ ପରିଣତ ହୋଇଥିଲା ।

ଏହାରି ଭିତରେ ମ୍ୟାଚ୍ ଦେଖୁଥିବା ଜଣେ ଯୁବକ ପଡ଼ିଆ ଭିତରକୁ ଆସି ଘଟଣା ସମ୍ପର୍କରେ ଜାଣିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଓଲଟା ତାଙ୍କୁ ବ୍ୟାଟରେ ଆକ୍ରମଣ କରାଯାଇଥିଲା । ଯୁବକଙ୍କ ମୁଣ୍ଡ ପଛକୁ ବ୍ୟାଟରେ ଆକ୍ରମଣ କରାଯାଇଥିବା ଏବଂ ଛାତିରେ ଛୁରାମାଡ଼ ମଧ୍ୟ କରାଯାଇଥିଲା । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ବଡ଼ ମେଡିକାଲରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ଘଟଣା ପାଇଁ ଗାଁରେ ପ୍ରବଳ ଉତେଜନା ଲାଗି ରହିଥିବା ବେଳେ ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.