ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ଏସବିଆଇର ପୂର୍ବତନ ଡେପୁଟି ମ୍ୟାନେଜର ଗିରଫ

0

ଫୁଲବାଣୀ; ଏସବିଆଇର ପୂର୍ବତନ ଡେପୁଟି ମ୍ୟାନେଜର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଦ୍ବାରା ଗିରଫ ହୋଇଛନ୍ତି। ଫେକ୍‌ କାଗଜପତ୍ର ଦେଇ କୋଟି କୋଟି ଟଙ୍କା ହଡପ୍‌ କରିଥିବା ଅଭିଯୋଗରେ ଫୁଲବାଣୀ ଏସବିଆଇ ବ୍ରାଞ୍ଚର ପୂର୍ବତନ ଡେପୁଟି ମ୍ୟାନେଜରଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ପୁଲିସ।

ଫୁଲବାଣୀ ଟାଉନ୍‌ ଏସବିଆଇ ବ୍ରାଞ୍ଚର ଡେପୁଟି ମ୍ୟାନେଜର ଓ ଫିଲଡ ମ୍ୟାନେଜର ଥିଲେ ଆଶୁତୋଷ ଆଚାର୍ଯ୍ୟ। ସେ ନିଜ ପରିବାର ଓ ସମ୍ପର୍କୀମାନଙ୍କ ନାଁରେ ଫେକ୍‌ କାଗଜପତ୍ର ଦେଇ ପ୍ରାୟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ହଡପ୍‌ କରିଥିଲେ। ନିଜର ଚାକିରି କାଳ ଭିତରେ ସେ ବେଆଇନ୍‌ ଭାବେ ୫୯ଟି ଏକ୍ସପ୍ରେସ୍‌ କ୍ରେଡିଟ୍‌ ଋଣ ଓ ୨୬ଟି ପେନ୍‌ସନ୍‌ ଋଣକୁ ଅନୁମତି ଦେଇଥିଲେ। ଯେଉଁମାନେ ପେନସନ ପାଇବା ଯୋଗ୍ୟ ନୁହନ୍ତି, ସେମାନଙ୍କୁ ଅନୁମତି ଦେଇଥିଲେ। ୨୦୨୧ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ଏହି ଘୋଟଲା ହୋଇଥିଲା। ଏହି ଘୋଟାଲା ସାମ୍ନାକୁ ଆସିବା ପରେ ଶ୍ରୀ ଆଚାର୍ଯ୍ୟଙ୍କୁ ଚାକିରିରୁ ବିଦା କରାଯାଇଥିଲା।

ତେବେ ବୁଧବାର ଆଶୁତୋଷ ଆଚାର୍ଯ୍ୟଙ୍କୁ କଟକରୁ ଗିରଫ କରିଥିଲା। ଆଜି ତାଙ୍କୁ ଫୁଲବାଣୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା।

Leave A Reply

Your email address will not be published.