ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଏସବିଆଇର ପୂର୍ବତନ ଡେପୁଟି ମ୍ୟାନେଜର ଗିରଫ

0

ଫୁଲବାଣୀ; ଏସବିଆଇର ପୂର୍ବତନ ଡେପୁଟି ମ୍ୟାନେଜର କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଦ୍ବାରା ଗିରଫ ହୋଇଛନ୍ତି। ଫେକ୍‌ କାଗଜପତ୍ର ଦେଇ କୋଟି କୋଟି ଟଙ୍କା ହଡପ୍‌ କରିଥିବା ଅଭିଯୋଗରେ ଫୁଲବାଣୀ ଏସବିଆଇ ବ୍ରାଞ୍ଚର ପୂର୍ବତନ ଡେପୁଟି ମ୍ୟାନେଜରଙ୍କୁ ବାନ୍ଧିଛି କ୍ରାଇମବ୍ରାଞ୍ଚ ପୁଲିସ।

ଫୁଲବାଣୀ ଟାଉନ୍‌ ଏସବିଆଇ ବ୍ରାଞ୍ଚର ଡେପୁଟି ମ୍ୟାନେଜର ଓ ଫିଲଡ ମ୍ୟାନେଜର ଥିଲେ ଆଶୁତୋଷ ଆଚାର୍ଯ୍ୟ। ସେ ନିଜ ପରିବାର ଓ ସମ୍ପର୍କୀମାନଙ୍କ ନାଁରେ ଫେକ୍‌ କାଗଜପତ୍ର ଦେଇ ପ୍ରାୟ ୮ କୋଟି ୧ ଲକ୍ଷ ୮୭ ହଜାର ଟଙ୍କା ହଡପ୍‌ କରିଥିଲେ। ନିଜର ଚାକିରି କାଳ ଭିତରେ ସେ ବେଆଇନ୍‌ ଭାବେ ୫୯ଟି ଏକ୍ସପ୍ରେସ୍‌ କ୍ରେଡିଟ୍‌ ଋଣ ଓ ୨୬ଟି ପେନ୍‌ସନ୍‌ ଋଣକୁ ଅନୁମତି ଦେଇଥିଲେ। ଯେଉଁମାନେ ପେନସନ ପାଇବା ଯୋଗ୍ୟ ନୁହନ୍ତି, ସେମାନଙ୍କୁ ଅନୁମତି ଦେଇଥିଲେ। ୨୦୨୧ସେପ୍ଟେମ୍ବରରୁ ୨୦୨୨ ସେପ୍ଟେମ୍ବର ମଧ୍ୟରେ ଏହି ଘୋଟଲା ହୋଇଥିଲା। ଏହି ଘୋଟାଲା ସାମ୍ନାକୁ ଆସିବା ପରେ ଶ୍ରୀ ଆଚାର୍ଯ୍ୟଙ୍କୁ ଚାକିରିରୁ ବିଦା କରାଯାଇଥିଲା।

ତେବେ ବୁଧବାର ଆଶୁତୋଷ ଆଚାର୍ଯ୍ୟଙ୍କୁ କଟକରୁ ଗିରଫ କରିଥିଲା। ଆଜି ତାଙ୍କୁ ଫୁଲବାଣୀ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ହାଜର କରାଯାଇଥିଲା।

Leave A Reply

Your email address will not be published.