ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ବିଲରେ ଖେଳୁଥିବା ବେଳେ କୀଟନାଶକ ପିଇଦେଲେ ୪ ଶିଶୁ

0

ଭଦ୍ରକ; ଭଦ୍ରକ ଜିଲ୍ଲା ତିହିଡ଼ି ଥାନା ଝିଙ୍କିରିଆରେ ଘଟିଛି ଅଭାବନୀୟ ଘଟଣା। ବିଲରେ ଖେଳୁଥିବା ବେଳେ କୀଟନାଶକ ପିଇଦେଇଛନ୍ତି ୪ ଜଣ ଶିଶୁ। ସେମାନଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ଏହି ଶିଶୁମାନଙ୍କ ବୟସ ଦେଢ଼ ବର୍ଷରୁ ୩ ବର୍ଷ ମଧ୍ୟରେ। ସେମାନଙ୍କ ମଧ୍ୟରେ ଦୁଇ ଜଣ ଭାଇଭଉଣୀ ଅଛନ୍ତି। ଅନ୍ୟ ଦୁଇ ଛୁଆ (ଜଣେ ଦେଢ଼ ବର୍ଷର ପୁଅ ଓ ଜଣେ ୩ ବର୍ଷର ଝିଅ) ଅନ୍ୟ ଦୁଇ ପରିବାରର।

କୀଟନାଶକ ପିଇ ଅସୁସ୍ଥ ହୋଇପଡ଼ିଥିବା ଭାଇଭଉଣୀଙ୍କ ଦାଦା କହିଛନ୍ତି ଯେ ପିଲାମାନେ ବିଲ ପାଖରେ ଖେଳୁଥିବା ବେଳେ ଏହି ଘଟଣା ଘଟିଛି। ସେମାନେ କୀଟନାଶକ ପିଇବା ବେଳେ ଗାଁର ଜଣେ ବ୍ୟକ୍ତି ଦେଖି ଦେଇଥିଲେ। ସେ ପାଟି କରିବା ପରେ ଘଟଣା ସଂପର୍କରେ ଜଣାପଡ଼ିଲା। ଛୁଆମାନଙ୍କୁ ପ୍ରଥମେ ତିହିଡ଼ି ଡାକ୍ତରଖାନା ନିଆଯାଇଥିଲା। ସେଠାରୁ ଭଦ୍ରକ ଡାକ୍ତରଖାନା ଅଣାଯାଇଛି।

Leave A Reply

Your email address will not be published.