ପ୍ରମୁଖ ଖବର

ଖୁବଶୀଘ୍ର ଯୋଗ୍ୟ ହିତାଧିକାରୀଙ୍କୁ ମିଳିବ ନୂଆ ରାସନ କାର୍ଡ
ୟୁନେସ୍କୋ ମେମୋରୀ ଅଫ ଦ ଓ୍ବର୍ଲ୍ଡ ରେଜିଷ୍ଟରରେ ସ୍ଥାନ ପାଇଲା ‘ଭଗବଦ ଗୀତା’ ଓ ‘ନାଟ୍ୟଶାସ୍ତ୍ର’
ମାଲେସିଆ ଗସ୍ତରେ ଯିବେ ଓଡ଼ିଶା ଚାଷୀ
ଛତିଶଗଡ଼ ସୁକମାରେ ୯ ମହିଳା ନକ୍ସଲଙ୍କ ସମେତ ୨୨ ଜଣଙ୍କ ଆତ୍ମସମର୍ପଣ କରିଛନ୍ତି
କ୍ରୀଡ଼ା ବିକାଶ ପାଇଁ ୪ ହଜାର କୋଟି ଟଙ୍କା ଖର୍ଚ୍ଚ କରିବେ ଓଡ଼ିଶା ସରକାର
ସଂସଦୀୟ ବ୍ୟାପାର ସଚିବ ଭାବେ ନିଯୁକ୍ତ ହେଲେ ଆଇଏଏସ ନିକୁଞ୍ଜ ବିହାରୀ ଧଳ
୩୫ଟି ଔଷଧ ଉପରେ କଟକଣା ଲଗାଇଲେ ସରକାର

ଦେଶରେ ବଢ଼ିଛି ବାଘଙ୍କ ସଂଖ୍ୟା

0

ନୂଆଦିଲ୍ଲୀ: ୨୦୨୨ ବାଘ ଗଣନା ଅନୁଯାୟୀ ଏବେ ଦେଶର ବିଭିନ୍ନ ଜଙ୍ଗଲରେ ମୋଟ ୩୧୬୭ଟି ବାଘ ରହିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କର୍ଣ୍ଣାଟକାର ମହୀଶୂରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଅବସରରେ ବାଘଙ୍କ ସଂଖ୍ୟା ସାର୍ବଜନୀନ କରିଛନ୍ତି। ୨୦୨୨ରେ ହୋଇଥିବା ବାଘ ଗଣନା ଅନୁସାରେ ସେମାନଙ୍କ ସଂଖ୍ୟା ୩ ହଜାର ପାର୍ ହୋଇଛି ବୋଲି କୁହାଯାଇଛି । ୨୦୦୬ରେ ବାଘ ସଂଖ୍ୟା ୧୪୧୧ ଥିବାବେଳେ ୨୦୧୦ରେ ସେମାନଙ୍କ ସଂଖ୍ୟା ହୋଇଥିଲା ୧୭୦୬ । ୨୦୧୪ରେ ଦେଶର ବାଘ ସଂଖ୍ୟା ଥିଲା ୨ ହଜାର ୨୨୬ । ଗତ ୧୦ ବର୍ଷ ମଧ୍ୟରେ ଦେଶରେ ବାଘ ସଂଖ୍ୟା ୭୫ ପ୍ରତିଶତ ବୃଦ୍ଧି ପାଇଛି । ଦେଶରେ ବାଘ ସଂଖ୍ୟା ବଢାଇବା ଲାଗି ନିରନ୍ତର ଉଦ୍ୟମ ଜାରି ରହିଛି ।

ଦେଶରେ ବର୍ତ୍ତମାନ ୫୩ଟି ବ୍ଯାଘ୍ର ପ୍ରକଳ୍ପ ରହିଥିବାବେଳେ ଜାତୀୟ ବ୍ଯାଘ୍ର ସଂରକ୍ଷଣ ପ୍ରାଧିକରଣ ବା ଏନଟିସିଓ ଦ୍ବାରା ସ୍ବୀକୃତିପ୍ରାପ୍ତ ହୋଇଛନ୍ତି ୩୫ଟି ପ୍ରକଳ୍ପ । ୨୦୨୨ରେ ଦେଶର ୫୩ତମ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଭାବେ ଘୋଷିତ ହୋଇଥିଲା ଉତ୍ତରପ୍ରଦେଶର ରାଣୀପୁର ବନ୍ୟପ୍ରାଣୀ ଅଭୟାରଣ୍ୟ । ବର୍ତ୍ତମାନ ବିଶ୍ବର ମୋଟ ବାଘ ସଂଖ୍ୟାର ପ୍ରାୟ ୭୫ ପ୍ରତିଶତ ରହିଛନ୍ତି ଭାରତରେ ।

Leave A Reply

Your email address will not be published.