ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

କରୋନା ସଂକ୍ରମଣକୁ ନେଇ ଦେଶ ଚିନ୍ତାରେ

0

ନୂଆଦିଲ୍ଲୀ; ପୁଣି ଦେଶରେ ବଢିଚାଲିଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୫ହଜାର ୮ଶହ କରୋନା ସଂକ୍ରମଣ ରେକର୍ଡ କରାଯାଇଛି । ଦୈନିକ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆ ଆଂଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ କ୍ଷେତ୍ରପାଲ ସିଂହ । ସେ କହିଛନ୍ତି ଭାରତରେ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମିବାରେ ଲାଗିଛି । ତେଣୁ କରୋନାର ଚତୁର୍ଥ ଲହର ଆସିବ ବୋଲି ଆଶଙ୍କା କରାଯାଉଛି । ହେଲେ ଏହି ଲହର ପୂର୍ବ ଭଳି ଘାତକ ହେବ ନାହିଁ । ମୁକାବିଲା ପାଇଁ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ନେବାକୁ ପଡିବ । କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଟିକାକରଣ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେବାକୁ ସେ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ: ଦେଶରେ କରୋନ ସଂକ୍ରମଣକୁ ଆଖିଆଗରେ ରଖି କରୋନା ମୁକାବିଲା ପାଇଁ ଆଜିଠାରୁ ସାରା ଦେଶରେ ଦୁଇ ଦିନିଆ ମକ୍ ଡ୍ରିଲ କରାଯାଉଛି । କରୋନା ମୁକାବିଲା ଓ ପରିଚାଳନା ନେଇ ହସ୍ପିଟାଲ କେତେ ପ୍ରସ୍ତୁତ ଅଛନ୍ତି ତା’ ଉପରେ ମକଡ୍ରିଲ କରାଯାଉଛି । କରୋନା ପାଇଁ ହସ୍ପିଟାଲରେ କୋଭିଡ ବେଡ୍ ଠାରୁ ଆରମ୍ଭ କରି ଅକ୍ସିଜେନ୍ ପ୍ରସ୍ତୁତି ଉପରେ ବିଶେଷ ଜୋର ଦିଆଯାଉଛି ।

ଅନ୍ୟପକ୍ଷରେ ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟର ସରକାରମାନେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଛନ୍ତି। କିଛି ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ହସ୍ପିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ତେବେ ତିନି ରାଜ୍ୟ ହରିୟାଣା, କେରଳ ଓ ପୁଡୁଚେରିରେ ମାସ୍କ କଟକଣା ପୁଣି ଫେରିଛି । ହରିୟାଣା ସରକାର ସର୍ବସାଧାରଣ ସ୍ଥଳରେ ଫେସମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିଛନ୍ତି । ସେପଟେ କେରଳରେ ଗର୍ଭବତୀ ଓ ବୟସ୍କଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ପୁଡୁଚେରୀ ପ୍ରଶାସନ ମଧ୍ୟ ମାସ୍କ ବାଧ୍ୟତାମୂଳକ କରିଛନ୍ତି ।

ଏହାଛଡା, ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏଠାରେ ୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟିପିଆର ୨୧.୧୫% ରହିଛି। ୪ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଯଦି ଗତ ୩ବର୍ଷର ରେକର୍ଡ ଉପରେ ନଜର ପକାଯାଏ ତେବେ ଦେଶରେ ଫେବୃଆରୀ ମାସ ଶେଷ ବେଳକୁ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଚଳିତଥର ମଧ୍ୟ ସମାନ ସ୍ଥିତି ଉପଜିଛି । ବିଶେଷଜ୍ଞଙ୍କ ମତରେ କରୋନା ପ୍ରତିଥର ରୂପ ବଦଳାଇ ସଂକ୍ରମଣ ବଢାଉଛି । ଏନେଇ ସର୍ବଦା ସଜାଗ ଓ ସତର୍କ ରହିବା ଜରୁରୀ ।

Leave A Reply

Your email address will not be published.