ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

କରୋନା ସଂକ୍ରମଣକୁ ନେଇ ଦେଶ ଚିନ୍ତାରେ

0

ନୂଆଦିଲ୍ଲୀ; ପୁଣି ଦେଶରେ ବଢିଚାଲିଛି କରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଂଟାରେ ୫ହଜାର ୮ଶହ କରୋନା ସଂକ୍ରମଣ ରେକର୍ଡ କରାଯାଇଛି । ଦୈନିକ ସଂକ୍ରମଣ ବୃଦ୍ଧିକୁ ଆଖିରେ ରଖି ସତର୍କ କରାଇଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଦକ୍ଷିଣ ପୂର୍ବ ଏସିଆ ଆଂଚଳିକ ନିର୍ଦ୍ଦେଶକ ଡକ୍ଟର ପୁନମ କ୍ଷେତ୍ରପାଲ ସିଂହ । ସେ କହିଛନ୍ତି ଭାରତରେ ଲୋକଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି କମିବାରେ ଲାଗିଛି । ତେଣୁ କରୋନାର ଚତୁର୍ଥ ଲହର ଆସିବ ବୋଲି ଆଶଙ୍କା କରାଯାଉଛି । ହେଲେ ଏହି ଲହର ପୂର୍ବ ଭଳି ଘାତକ ହେବ ନାହିଁ । ମୁକାବିଲା ପାଇଁ ଅତ୍ୟନ୍ତ ସତର୍କତାର ସହ ପଦକ୍ଷେପ ନେବାକୁ ପଡିବ । କୋଭିଡ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଟିକାକରଣ ବୃଦ୍ଧି କରିବା ଉପରେ ଗୁରୁତ୍ୱ ଦେବାକୁ ସେ ଭାରତ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ।

ସୂଚନାଯୋଗ୍ୟ: ଦେଶରେ କରୋନ ସଂକ୍ରମଣକୁ ଆଖିଆଗରେ ରଖି କରୋନା ମୁକାବିଲା ପାଇଁ ଆଜିଠାରୁ ସାରା ଦେଶରେ ଦୁଇ ଦିନିଆ ମକ୍ ଡ୍ରିଲ କରାଯାଉଛି । କରୋନା ମୁକାବିଲା ଓ ପରିଚାଳନା ନେଇ ହସ୍ପିଟାଲ କେତେ ପ୍ରସ୍ତୁତ ଅଛନ୍ତି ତା’ ଉପରେ ମକଡ୍ରିଲ କରାଯାଉଛି । କରୋନା ପାଇଁ ହସ୍ପିଟାଲରେ କୋଭିଡ ବେଡ୍ ଠାରୁ ଆରମ୍ଭ କରି ଅକ୍ସିଜେନ୍ ପ୍ରସ୍ତୁତି ଉପରେ ବିଶେଷ ଜୋର ଦିଆଯାଉଛି ।

ଅନ୍ୟପକ୍ଷରେ ସଂକ୍ରମଣ ବଢ଼ୁଥିବାରୁ ବିଭିନ୍ନ ରାଜ୍ୟର ସରକାରମାନେ ପ୍ରତିଷେଧକମୂଳକ ବ୍ୟବସ୍ଥା ଗ୍ରହଣ କରିବା ଆରମ୍ଭ କରିଛନ୍ତି। କିଛି ରାଜ୍ୟରେ ମାସ୍କ ବାଧ୍ୟତାମୂଳକ କରାଯାଇଥିବା ବେଳେ ଆଉ କିଛି ରାଜ୍ୟରେ ହସ୍ପିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରାଯାଉଛି। ତେବେ ତିନି ରାଜ୍ୟ ହରିୟାଣା, କେରଳ ଓ ପୁଡୁଚେରିରେ ମାସ୍କ କଟକଣା ପୁଣି ଫେରିଛି । ହରିୟାଣା ସରକାର ସର୍ବସାଧାରଣ ସ୍ଥଳରେ ଫେସମାସ୍କ ପିନ୍ଧିବା ବାଧ୍ୟତା ମୂଳକ କରିଛନ୍ତି । ସେପଟେ କେରଳରେ ଗର୍ଭବତୀ ଓ ବୟସ୍କଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । ପୁଡୁଚେରୀ ପ୍ରଶାସନ ମଧ୍ୟ ମାସ୍କ ବାଧ୍ୟତାମୂଳକ କରିଛନ୍ତି ।

ଏହାଛଡା, ଦିଲ୍ଲୀରେ ମଧ୍ୟ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏଠାରେ ୬୯୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଟିପିଆର ୨୧.୧୫% ରହିଛି। ୪ ଜଣ କରୋନା ଭାଇରସରେ ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି। ଯଦି ଗତ ୩ବର୍ଷର ରେକର୍ଡ ଉପରେ ନଜର ପକାଯାଏ ତେବେ ଦେଶରେ ଫେବୃଆରୀ ମାସ ଶେଷ ବେଳକୁ କରୋନା ସଂକ୍ରମଣ ବୃଦ୍ଧି ପାଉଛି । ଚଳିତଥର ମଧ୍ୟ ସମାନ ସ୍ଥିତି ଉପଜିଛି । ବିଶେଷଜ୍ଞଙ୍କ ମତରେ କରୋନା ପ୍ରତିଥର ରୂପ ବଦଳାଇ ସଂକ୍ରମଣ ବଢାଉଛି । ଏନେଇ ସର୍ବଦା ସଜାଗ ଓ ସତର୍କ ରହିବା ଜରୁରୀ ।

Leave A Reply

Your email address will not be published.