ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଅସହ୍ୟ ଖରାର ପ୍ରକୋପ ଆହୁରି ୩୬ ଘଣ୍ଟା !

0

ଭୁବନେଶ୍ବର: ସମଗ୍ର ରାଜ୍ୟ ରେ ଜାରି ରହିଛି ପ୍ରଚଣ୍ଡ ଖରା ର ପ୍ରକୋପ। ଦିନ କୁ ଦିନ ନୂଆ ରେକର୍ଡ କରୁଛି ତାତି। ପଶ୍ଚିମ ରୁ ଉପକୂଳ ସବୁଠାରେ ଅଧିକ ତାପମାତ୍ରା ରେକର୍ଡ ହେଉଛି। ଗତ କାଲି ବାରିପଦା, ନୂଆପଡ଼ା, ବଲାଙ୍ଗୀର ରେ ୪୪.୦ସି ଅତିକ୍ରମ କରିଥିଲା ପାରଦ। ଆଜି ମଧ୍ୟ ପ୍ରବଳ ଖର ଓ ଗୁଳୁଗୁଳି ଅନୁଭୁତ ହେଉଛି। ସକାଳ ୯.୦୦ ରୁ ଦିନ ୪.୦୦ ଯାଏଁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଛି। ଉତ୍ତର ପଶ୍ଚିମ ଦିଗ ରୁ ରାଜ୍ୟକୁ ଶୁଷ୍କ ଓ ଗରମ ବାୟୁ ପ୍ରବାହ, ମେଘମୁକ୍ତ ଆକାଶ ତାପମାତ୍ରା ବୃଦ୍ଧି ରେ ସହାୟକ ହେଉଛି। ବିଭିନ୍ନ ଅଞ୍ଚଳ ରେ ପାରଦ ସ୍ଵାଭାବିକ ଠାରୁ ୩-୫ସି ଯାଏଁ ଅଧିକ ରହିଛି।

ଖରା ସହ ଗୁଳୁଗୁଳି ଅନୁଭୁତ ହେଉଛି। ଆହୁରି ୩୬ ଘଣ୍ଟା ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ଏହି ୪ ଜିଲ୍ଲା କୁ ଆରେଞ୍ଜ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ବଲାଙ୍ଗୀର, ବୌଦ୍ଧ, କେଉଁଝର, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ, ସମ୍ବଲପୁର, ସୋନପୁର ଜିଲ୍ଲା କୁ ୟେଲୋ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ରେ ସମଗ୍ର ରାଜ୍ୟ ରେ ଅଧିକ ଖରା ର ପ୍ରଭାବ ରହିବ ଓ ଗୁଳୁଗୁଳି ଅନୁଭୁତ ହେବ।

୨୨ ତାରିଖ ଅପରାହ୍ନ ରୁ ଖରାର ପ୍ରକୋପ କମିବା ସହ ବିଭିନ୍ନ ଅଞ୍ଚଳ ରେ ତାପମାତ୍ରା ୨-୪°ସି ଯାଏଁ କମିବ। ସେହିପରି ୨୨ ଅପରାହ୍ନ ରୁ ୨୫ ତାରିଖ ଯାଏଁ ଅନେକ ଅଞ୍ଚଳ ରେ ଆକାଶ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ଘଡ଼ଘଡ଼ି ବିଜୁଳି ସହ ବର୍ଷା ର ପ୍ରଭାବ ରହିବାର ସମ୍ଭାବନା ରହିଛି।

ସାର୍ଥକ ମିଶ୍ର

Leave A Reply

Your email address will not be published.