ପ୍ରମୁଖ ଖବର

ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ମୟାଙ୍ଗି ଛକ ନିକଟରେ ଘଟିଥିବା ଭୟାବହ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ
ଓଡିଶାର ନୂଆପଡାରେ ହୀରା ଓ କଳାହାଣ୍ଡିରେ ରହିଛି ମାଣିକ ଖଣି: ମନ୍ତ୍ରୀ ବିଭୂତି ଭୂଷଣ ଜେନା
ପଶ୍ଚିମ ଏସିଆ ପରିସ୍ଥିତି ନେଇ ୩ ଦେଶର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ
ଅଯୋଧ୍ୟାରେ ରାଷ୍ଟ୍ରପତିଙ୍କ ପ୍ରାର୍ଥନା; ଶ୍ରୀରାମ ଯନ୍ତ୍ର ସ୍ଥାପନ ସହ ମନ୍ଦିର କାର୍ଯ୍ୟ ପୂର୍ଣ୍ଣ
ପାକିସ୍ତାନରେ ଝଡ଼-ବର୍ଷାର ତାଣ୍ଡବ; ୧୯ ମୃତ
ପ୍ରଧାନମନ୍ତ୍ରୀଙ୍କ ନୂଆ ଉପସଚିବ ହେଲେ ଆଇଏଏସ ରବି ମିତ୍ତଲ
ଆସାମ ନିର୍ବାଚନ: ୮୮ ଆସନ ପାଇଁ ବିଜେପି ପ୍ରଥମ ପ୍ରାର୍ଥୀ ତାଲିକା

ଅସହ୍ୟ ଖରାର ପ୍ରକୋପ ଆହୁରି ୩୬ ଘଣ୍ଟା !

0

ଭୁବନେଶ୍ବର: ସମଗ୍ର ରାଜ୍ୟ ରେ ଜାରି ରହିଛି ପ୍ରଚଣ୍ଡ ଖରା ର ପ୍ରକୋପ। ଦିନ କୁ ଦିନ ନୂଆ ରେକର୍ଡ କରୁଛି ତାତି। ପଶ୍ଚିମ ରୁ ଉପକୂଳ ସବୁଠାରେ ଅଧିକ ତାପମାତ୍ରା ରେକର୍ଡ ହେଉଛି। ଗତ କାଲି ବାରିପଦା, ନୂଆପଡ଼ା, ବଲାଙ୍ଗୀର ରେ ୪୪.୦ସି ଅତିକ୍ରମ କରିଥିଲା ପାରଦ। ଆଜି ମଧ୍ୟ ପ୍ରବଳ ଖର ଓ ଗୁଳୁଗୁଳି ଅନୁଭୁତ ହେଉଛି। ସକାଳ ୯.୦୦ ରୁ ଦିନ ୪.୦୦ ଯାଏଁ ଅସହ୍ୟ ଗ୍ରୀଷ୍ମ ପ୍ରବାହ ହେଉଛି। ଉତ୍ତର ପଶ୍ଚିମ ଦିଗ ରୁ ରାଜ୍ୟକୁ ଶୁଷ୍କ ଓ ଗରମ ବାୟୁ ପ୍ରବାହ, ମେଘମୁକ୍ତ ଆକାଶ ତାପମାତ୍ରା ବୃଦ୍ଧି ରେ ସହାୟକ ହେଉଛି। ବିଭିନ୍ନ ଅଞ୍ଚଳ ରେ ପାରଦ ସ୍ଵାଭାବିକ ଠାରୁ ୩-୫ସି ଯାଏଁ ଅଧିକ ରହିଛି।

ଖରା ସହ ଗୁଳୁଗୁଳି ଅନୁଭୁତ ହେଉଛି। ଆହୁରି ୩୬ ଘଣ୍ଟା ଯାଏଁ ଜାରି ରହିବ ଗ୍ରୀଷ୍ମ ପ୍ରବାହ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଝାରସୁଗୁଡା, ମୟୂରଭଞ୍ଜ, କଟକ, ଖୋର୍ଦ୍ଧା ଜିଲ୍ଲା ର କିଛି ଅଞ୍ଚଳ ରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ଏହି ୪ ଜିଲ୍ଲା କୁ ଆରେଞ୍ଜ ସତର୍କ ସୂଚନା ଜାରି କରାଯାଇଛି। ସେହିପରି ବଲାଙ୍ଗୀର, ବୌଦ୍ଧ, କେଉଁଝର, ଅନୁଗୁଳ, ଦେଓଗଡ଼, ସୁନ୍ଦରଗଡ, ସମ୍ବଲପୁର, ସୋନପୁର ଜିଲ୍ଲା କୁ ୟେଲୋ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୨୪ ଘଣ୍ଟା ରେ ସମଗ୍ର ରାଜ୍ୟ ରେ ଅଧିକ ଖରା ର ପ୍ରଭାବ ରହିବ ଓ ଗୁଳୁଗୁଳି ଅନୁଭୁତ ହେବ।

୨୨ ତାରିଖ ଅପରାହ୍ନ ରୁ ଖରାର ପ୍ରକୋପ କମିବା ସହ ବିଭିନ୍ନ ଅଞ୍ଚଳ ରେ ତାପମାତ୍ରା ୨-୪°ସି ଯାଏଁ କମିବ। ସେହିପରି ୨୨ ଅପରାହ୍ନ ରୁ ୨୫ ତାରିଖ ଯାଏଁ ଅନେକ ଅଞ୍ଚଳ ରେ ଆକାଶ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ଘଡ଼ଘଡ଼ି ବିଜୁଳି ସହ ବର୍ଷା ର ପ୍ରଭାବ ରହିବାର ସମ୍ଭାବନା ରହିଛି।

ସାର୍ଥକ ମିଶ୍ର

Leave A Reply

Your email address will not be published.