ପ୍ରମୁଖ ଖବର

ଆଇଏମ୍‌ଏସ୍ ଆଣ୍ଡ ସମ ହସ୍ପିଟାଲ୍ କ୍ୟାମ୍ପସ-୨ରେ ଏଆରଟି ସେଂଟର ଉଦ୍‌ଘାଟିତ
ପଞ୍ଚମ ଏବଂ ଅଷ୍ଟମ ଶ୍ରେଣୀ ପାଇଁ ୧୭ଟି ନୂତନ ପାଠ୍ୟପୁସ୍ତକକୁ ମିଳିଲା ଅନୁମୋଦନ
କ୍ୟାବିନେଟରେ ୫ବିଭାଗର ୬ପ୍ରସ୍ତାବକୁ ମଞ୍ଜୁରୀ
ବିନା ଅନୁମତିରେ ବିଡିଓ ଓ ତହସିଲଦାର ଛୁଟିରେ ରହିଲେ ନିଆଯିବ କାର୍ଯ୍ୟାନୁଷ୍ଠାନ
ଯାତ୍ରୀଙ୍କ ପାଇଁ ଆଡଭାଇଜରି ଜାରି କଲା ଦିଲ୍ଲୀ ବିମାନବନ୍ଦର
ବାଲେଶ୍ବର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଅଗ୍ନିକାଣ୍ଡ

ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ହେଲେ ବିଜୟ ପଟ୍ଟନାୟକ

0

ଭୁବନେଶ୍ବର: କଂଗ୍ରେସରେ ଯୋଗ ଦେଇଥିବା ପୂର୍ବତନ ପ୍ରଶାସକ ବିଜୟ ପଟ୍ଟନାୟକଙ୍କୁ ରାଜ୍ୟ କଂଗ୍ରେସ ପ୍ରଚାର କମିଟିର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି।  ଏ ଆଇସିସି ସଭାପତିଙ୍କ ଅନୁମୋଦନ କ୍ରମେ ବିଜୟଙ୍କ ନାଁରେ ମୋହର ଲାଗିଛି।

ଅନ୍ୟପକ୍ଷରେ ରାଜ୍ୟ କଂଗ୍ରେସ ପକ୍ଷରୁ ୨୭ ଜଣିଆ ରାଜନୀତିକ ବ୍ୟାପାର କମିଟି ଗଠନ କରାଯାଇଛି। ଏହି କମିଟିରେ ଦଳର ରାଜ୍ୟ ପ୍ରଭାରୀ ଚେଲ୍ଲା କୁମାର, ପିସିସି ସଭାପତି ଶରତ ପଟ୍ଟନାୟକ, ନରସିଂହ ମିଶ୍ର, ନିରଞ୍ଜନ ପଟ୍ଟନାୟକ, ଜୟଦେବ ଜେନା, ପ୍ରସାଦ ହରିଚନ୍ଦନ, ଭକ୍ତ ଦାସ, ତାରା ପ୍ରସାଦ ବାହିନୀପତି, ରାମଚନ୍ଦ୍ର ଖୁଣ୍ଟିଆ, ସୁଶିଳା ତିରିଆ, ବିଜୟ ପଟ୍ଟନାୟକ, ଚିରଞ୍ଜୀବ ବିଶ୍ୱାଳ, ପଞ୍ଚାନନ କାନୁନଗୋ, ସପ୍ତଗିରି ଉଲ୍ଲାକା ଓ ବିଧାୟକ ସନ୍ତୋଷ ସିଂହ ସାଲୁଜା ପ୍ରମୁଖ ଅଛନ୍ତି।

Leave A Reply

Your email address will not be published.