ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ପଞ୍ଚଭୂତରେ ଲୀନ ହେଲା ସହିଦ ଦେବାଶିଷଙ୍କ ପାର୍ଥୀବ ଶରୀର

0

ସତ୍ୟବାଦୀ: ଶହୀଦ ଦେବାଶିଷ ବିଶ୍ୱାଳ ଅମର ରହେ । ପୁଞ୍ଚରେ ଆତଙ୍କୀ ଆକ୍ରମଣରେ ସହିଦ ହୋଇଥିବା ସତ୍ୟବାଦୀର ସହିଦ ଦେବାଶିଷ ବିଶ୍ୱାଳ ପଞ୍ଚଭୂତରେ ଲୀନ ହୋଇଛନ୍ତି । ଜନ୍ମସ୍ଥାନ ଅଳଗୁମରେ ତାଙ୍କୁ ଅନ୍ତିମ ବିଦାୟ ଦିଆଯାଇଛି । ଅଳଗୁମ ଶ୍ମଶାନରେ ଶେଷ ଦର୍ଶନ ପରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଛି । ତାଙ୍କ ପାର୍ଥିବ ଶରୀରକୁ ସମ୍ପର୍କୀୟ ମୁଖାଗ୍ନି ଦେବାପରେ ପଞ୍ଚଭୂତରେ ଲୀନ ହୋଇଛନ୍ତି ଶହୀଦ ଦେବାଶିଷ ।

ମୁଖାଗ୍ନି ପୂର୍ବରୁ ସେନା ପକ୍ଷରୁ ତାଙ୍କୁ ୨୧ ତୋପ ସଲାମ ଦିଆଯାଇଥିଲା । ଅମର ରହେ ଶହୀଦ ଦେବାଶିଷ ବିଶ୍ୱାଳ ଧ୍ୱନୀରେ ପ୍ରକମ୍ପିତ ହୋଇଥିଲା ଗାଁ ଶ୍ମଶାନ । ଶେଷ ଦର୍ଶନ ପାଇଁ ହଜାର ହଜାର ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଆଖି ଲୁହରେ ଭିଜିଥିଲା ସତ୍ୟବାଦୀ ଅଳଗୁମ ଶ୍ମଶାନ । ଅନ୍ତିମ ସଂସ୍କାର ସମୟରେ ଲୋକଙ୍କ ଲୁହରେ ଭିଜିଥିଲା ଅଳଗୁମ ଶ୍ମଶାନ ପଡ଼ିଆ । ଶହୀଦ ଦେବାଶିଷ ଅମର ରହେ ନାରାରେ ପ୍ରକମ୍ପିତ ହୋଇଥିଲା ସମ୍ପୂର୍ଣ୍ଣ ସତ୍ୟବାଦୀ ।

ଏହା ପୂର୍ବରୁ ରାଷ୍ଟ୍ରୀୟ ସମ୍ମାନ ସହ ତ୍ରିରଙ୍ଗାରେ ଘୋଡ଼ାଯାଇ ତାଙ୍କ ପାର୍ଥିବ ଶରୀରକୁ ଶେଷ ଦର୍ଶନ ପାଇଁ କିଛି ସମୟ ରଖାଯାଇଥିଲା । ସତ୍ୟବାଦୀ ସମେତ ରାଜ୍ୟର ବିଭିନ୍ନ ପ୍ରତିଷ୍ଠିତ ବ୍ୟକ୍ତିମାନେ ଶହୀଦଙ୍କୁ ଶେଷ ବିଦାୟ ଦେଇଥିଲେ ।

ସୂଚନାଥାଉକି, ଗତ ଗୁରୁବାର ଅପରାହ୍ନରେ ଜମ୍ମୁକାଶ୍ମୀରର ପୁଞ୍ଚରେ ସେନା ଗାଡି ଉପରକୁ ଆତଙ୍କୀ ଆକ୍ରମଣ ହୋଇଥିଲା । ଏଥିରେ ରାଷ୍ଟ୍ରୀୟ ରାଇଫଲ୍ସର ୫ ଯବାନ ଶହୀଦ ହୋଇଯାଇଥିଲେ । ୫ ଯବାନଙ୍କ ମଧ୍ୟରେ ଓଡ଼ିଆ ଯବାନ ଦେବାଶିଷ ବିଶ୍ୱାଳ ମଧ୍ୟ ଶହୀଦ ହୋଇଥିଲେ ।

Leave A Reply

Your email address will not be published.