ପ୍ରମୁଖ ଖବର

ହିଞ୍ଜିଳିରେ ପ୍ରଚାର କରିଛନ୍ତି ଅଭିନେତା ବାବୁସାନ ମହାନ୍ତି ,ଗୀତ ଗାଇ ବାବୁସାନଙ୍କ ପ୍ରଚାର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓଡ଼ିଶା ଗସ୍ତରେ ଆସି, ଓଡ଼ିଶାରେ ବିଜେପି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି
ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କଲେ ବ୍ୟାଡମିଣ୍ଟନ ଷ୍ଟାର ସାଇନା ନେହ୍ୱାଲ
ପାଟନା ଜଙ୍କସନ ରେଳଷ୍ଟେସନ ନିକଟରେ ଥିବା ହୋଟେଲରେ ଭୟାନକ ଅଗ୍ନିକାଣ୍ଡ: ୬ ମୃତ, ୧୮ ଗୁରୁତର

ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ

0

ଭୁବନେଶ୍ବର: ରାଜ୍ୟ କ୍ୟାବିନେଟ୍ ବୈଠକରେ ୧୫ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି  । ଆହୁରି ୧୦ବର୍ଷ ପାଇଁ ଓଡ଼ିଶା ରହିବ ଭାରତୀୟ ହକି ଟିମର ପ୍ରାୟୋଜକ। ଏ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି  । ସେହିପରି ବିଜୁ ସେତୁ ଯୋଜନାର ଅବଧିକୁ ୨୦୨୫-୨୬ ମସିହାକୁ ବୃଦ୍ଧି କରାଯିବା ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁର କରିଛି।

ଉଲ୍ଲେଖଯୋଗ୍ୟ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକର୧୫ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଆଜି କ୍ୟାବିନେଟ୍ ଅନୁମୋଦନ ଲାଭ କରିଥିବା ପ୍ରସ୍ତାବ ମଧ୍ୟରେ  କଟକ ରିଂ ରୋଡକୁ ୬ ଲେନ ବିଶିଷ୍ଟ କରାଯିବା ନିଷ୍ପତ୍ତି ରହିଛି । ଏହି ପ୍ରକଳ୍ପ ୨୪ ମାସ ମଧ୍ୟରେ ଶେଷ କରାଯିବ ବୋଲି ଜଣାପଡ଼ିଛି। ଏହାଦ୍ବାରା କଟକ ସହରର ଟ୍ରାଫିକ ସମସ୍ୟା ଅନେକାଂଶରେ ଦୂର ହୋଇପାରିବ।

ସେହିଭଳି, ଓଡ଼ିଶା ଇଭି ପଲିସି-୨୦୨୧ର ସଂଶୋଧନ,ବିଦ୍ୟୁତ ବଣ୍ଟନ କମ୍ପାନୀଙ୍କୁ ଆର୍ଥିକ ସହାୟତା ଓ ଓବିସି କମିଶନ ସଂଶୋଧନ ଅଧ୍ୟାଦେଶକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି । ଖୁବଶୀଘ୍ର ଓଡ଼ିଶା ସ୍ବତନ୍ତ୍ର ଲଘୁଖଣିଜ ନିଲାମୀ ଅଧିନିୟମରେ ସଂଶୋଧନ ପାଇଁ ଆସିବ ସ୍ବତନ୍ତ୍ର ସଂଶୋଧିତ ଅଧିନିୟମ-୨୦୨୩ । ଓଡ଼ିଶା ଖଦି ଓ ଗ୍ରାମଦ୍ୟୋଗ ବୋର୍ଡ ଅଧିନିୟମରେ ଆସିବ ସଂଶୋଧନ ।

ଓଡ଼ିଶା ଜଙ୍ଗଲ ସେବା କ୍ୟାଡରର ପୁନର୍ଗଠନ, ଜିପିଏଫ୍ ଅଧିନିୟମ-୧୯୩୮ର ସଂଶୋଧନ, ଅବକାରୀ ମନ୍ତ୍ରାଳୟରେ ସହାୟକ, ବରିଷ୍ଠ ସହାୟକ ଓ ସେକ୍ସନ ଅଫିସରଙ୍କ ନିଯୁକ୍ତି ନେଇ ନୂଆ ସର୍ତ୍ତାବଳୀକୁ ରାଜ୍ୟ କ୍ୟାବିନେଟ ମୋହର ମାରିଛି  । ସେହିପରି ଅବକାରୀ ସବଇନସ୍ପେକ୍ଟର ନିଯୁକ୍ତି ନେଇ ନୂଆ ଅଧିନିୟମ-୨୦୨୩ ଆସିବାକୁ ଥିବାବେଳେ ପୂର୍ବରୁ ଥିବା ନିଯୁକ୍ତି ଅଧିନିୟମ ଅକାମୀ ହେବ ।

Leave A Reply

Your email address will not be published.