ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଆସନ୍ତା ୫ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା!

0

ଭୁବନେଶ୍ବର; ଉତ୍ତର ପୂର୍ବ ବାଂଲାଦେଶ ଓ ନିକଟବର୍ତ୍ତୀ ଅଞ୍ଚଳ ରେ ସମୁଦ୍ର ପତନ ଠାରୁ ୧.୫କିମି ଉପରେ ଏକ ଟ୍ରପ ରେଖା ସକ୍ରିୟ ରହିଛି । ଏହି କ୍ଷେତ୍ର ପ୍ରଭାବ ରେ ବଙ୍ଗୋପସାଗର ରୁ ଜାଳୀୟବାଷ୍ପ ପୂର୍ଣ୍ଣ ଆଦ୍ର ପୂର୍ବ ଦିଗ ରୁ ବାୟୁ ପ୍ରବାହ ହେତୁ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ର ଅନେକ ଅଞ୍ଚଳ ସମେତ ଅବଶିଷ୍ଟ ଓଡ଼ିଶା ର କିଛି ଅଞ୍ଚଳ ରେ ଆକାଶ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।ଏହି ସମୟ ରେ ପବନ ର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ବହିବା ସମ୍ଭାବନା। କେଉଁଝର, ମୟୂରଭଞ୍ଜ, କନ୍ଧମାଳ , ଦେଓଗଡ଼ ଜିଲ୍ଲା ର ଗୋଟାଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା।

ସେହିପରି ଆସନ୍ତା କାଲି ଆଭ୍ୟନ୍ତର ଓଡ଼ିଶା ର ଅନେକ ଅଞ୍ଚଳ ସହ ଉପକୂଳ ଓଡ଼ିଶା ର କିଛି ଅଞ୍ଚଳ ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୨୭,୨୮ ଏପ୍ରିଲ ରେ ରାଜ୍ୟ ର ଅନେକ ଅଞ୍ଚଳ ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ପବନ ର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ରହିବା ସହ ସ୍ଥାନେ ସ୍ଥାନେ କୁଆପଥର ବର୍ଷା ସମ୍ଭାବନା ରହିଛି। ଆସନ୍ତା ୩୦ ଏପ୍ରିଲ ଯାଏଁ ରାଜ୍ୟ ରେ ବର୍ଷା ସମ୍ଭାବନା ରହିବା ସହ ଦିନ ତାପମାତ୍ରା କମ୍ ରହିବ। ଏହା ପରେ ଦିନ ତାପମାତ୍ରା ୨-୪°ସି ଯାଏଁ ବଢିବ।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.