ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଜୟଶଙ୍କର, ଆଡଭାନି, ସିସୋଦିଆଙ୍କ ସମେତ ବହୁ ହାଇପ୍ରୋଫାଇଲ୍‌ ଭୋଟରଙ୍କୁ SIR ନୋଟିସ୍‌
ଇମ୍ରାନଙ୍କ ଭଉଣୀ ଅଲିମା ଗିରଫ
ଡ୍ୟୁଟି ସମୟରେ ପୋଲିସଙ୍କୁ ମୋବାଇଲ ମନା, ନମାନିଲେ ହେବ କାର୍ଯ୍ୟାନୁଷ୍ଠାନ
ଏସୀୟ କ୍ରୀଡ଼ାରେ ଭାରତର ଚମକ, ସୁଟିଂରେ ଦୁଇ ରୌପ୍ୟ
ଆମେରିକା ନିକଟରେ ଆତ୍ମସମର୍ପଣର ପ୍ରଶ୍ନ ନାହିଁ: କ୍ୟୁବା ରାଷ୍ଟ୍ରଦୂତ
ମହାନଦୀ ବିବାଦ ମଧ୍ୟରେ ଓଡ଼ିଶା ଗସ୍ତରେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ଆସନ୍ତା ୫ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା!

0

ଭୁବନେଶ୍ବର; ଉତ୍ତର ପୂର୍ବ ବାଂଲାଦେଶ ଓ ନିକଟବର୍ତ୍ତୀ ଅଞ୍ଚଳ ରେ ସମୁଦ୍ର ପତନ ଠାରୁ ୧.୫କିମି ଉପରେ ଏକ ଟ୍ରପ ରେଖା ସକ୍ରିୟ ରହିଛି । ଏହି କ୍ଷେତ୍ର ପ୍ରଭାବ ରେ ବଙ୍ଗୋପସାଗର ରୁ ଜାଳୀୟବାଷ୍ପ ପୂର୍ଣ୍ଣ ଆଦ୍ର ପୂର୍ବ ଦିଗ ରୁ ବାୟୁ ପ୍ରବାହ ହେତୁ ଆସନ୍ତା ୪-୫ ଦିନ ଯାଏଁ ରାଜ୍ୟ ର ବିଭିନ୍ନ ଅଞ୍ଚଳ ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।

ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉପକୂଳ ଓଡ଼ିଶା ଓ ପାର୍ଶ୍ଵବର୍ତ୍ତୀ ଜିଲ୍ଲା ର ଅନେକ ଅଞ୍ଚଳ ସମେତ ଅବଶିଷ୍ଟ ଓଡ଼ିଶା ର କିଛି ଅଞ୍ଚଳ ରେ ଆକାଶ କେତେକାଂଶ ରେ ମେଘାଚ୍ଛନ୍ନ ରହିବା ସହ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି।ଏହି ସମୟ ରେ ପବନ ର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ବହିବା ସମ୍ଭାବନା। କେଉଁଝର, ମୟୂରଭଞ୍ଜ, କନ୍ଧମାଳ , ଦେଓଗଡ଼ ଜିଲ୍ଲା ର ଗୋଟାଏ ଦୁଇଟି ସ୍ଥାନରେ କୁଆପଥର ବର୍ଷା ସମ୍ଭାବନା।

ସେହିପରି ଆସନ୍ତା କାଲି ଆଭ୍ୟନ୍ତର ଓଡ଼ିଶା ର ଅନେକ ଅଞ୍ଚଳ ସହ ଉପକୂଳ ଓଡ଼ିଶା ର କିଛି ଅଞ୍ଚଳ ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ୨୭,୨୮ ଏପ୍ରିଲ ରେ ରାଜ୍ୟ ର ଅନେକ ଅଞ୍ଚଳ ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ପବନ ର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ରହିବା ସହ ସ୍ଥାନେ ସ୍ଥାନେ କୁଆପଥର ବର୍ଷା ସମ୍ଭାବନା ରହିଛି। ଆସନ୍ତା ୩୦ ଏପ୍ରିଲ ଯାଏଁ ରାଜ୍ୟ ରେ ବର୍ଷା ସମ୍ଭାବନା ରହିବା ସହ ଦିନ ତାପମାତ୍ରା କମ୍ ରହିବ। ଏହା ପରେ ଦିନ ତାପମାତ୍ରା ୨-୪°ସି ଯାଏଁ ବଢିବ।

ପୂର୍ବାନୁମାନ – ସାର୍ଥକ ମିଶ୍ର

Leave A Reply

Your email address will not be published.