ପ୍ରମୁଖ ଖବର

ୟୁପିଆଇ ପେମେଣ୍ଟରେ ଲାଗିପାରେ ଚାର୍ଜ, ସଂସଦରେ ସଂଶୋଧନ ବିଲ୍
ବିକଶିତ ଓଡ଼ିଶା ଲକ୍ଷ୍ୟରେ ସଚିବସ୍ତରୀୟ ବୈଠକ, ଗଜପତି ବିକାଶ ରୋଡମ୍ୟାପ୍‌କୁ ମିଳିଲା ଗୁରୁତ୍ୱ
ପୋଲିସ ଅଫିସ୍‌ରେ ଆଉ ଚାର୍ଜ ହେବନି ଇଭି, ବିଦ୍ୟୁତ ଅପବ୍ୟବହାର ରୋକିବାକୁ କଡ଼ା ନିର୍ଦ୍ଦେଶ
ତ୍ରିଷାଙ୍କୁ ନେଇ ବିବାଦୀୟ ମନ୍ତବ୍ୟ: ଉଦୟନିଧି ଷ୍ଟାଲିନ ଗିରଫ
ଯୌନ ନିର୍ଯାତନା ମାମଲା: ଫେରାର ପୂର୍ବତନ ଆଇଆଇସି ସୁଜିତ ଦାସଙ୍କ ଆତ୍ମସମର୍ପଣ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କ ପାଇଁ ମାସିକ ଭତ୍ତା ଘୋଷଣା, ଜାଣନ୍ତୁ କିଏ ପାଇବେ ଓ କିଏ ପାଇବେନି
ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଅଦଳବଦଳ, ଜାରି ହେଲା ନୂଆ ନିଯୁକ୍ତି ତାଲିକା
‘ପ୍ରେସିଡେଣ୍ଟ ସ୍ପେଶାଲ’ ଟ୍ରେନରେ ବ୍ରହ୍ମପୁର ପହଞ୍ଚିଲେ ରାଷ୍ଟ୍ରପତି, ଭବ୍ୟ ସ୍ୱାଗତ
ଓୟୁଏଟି ପିଜି ଓ ପିଏଚ୍‌ଡି ଛାତ୍ରଙ୍କୁ ମାସିକ ଭତ୍ତା, ପିଜିଙ୍କୁ ୧୦ ହଜାର ଓ ପିଏଚ୍‌ଡି ଗବେଷକଙ୍କୁ ୧୫ ହଜାର ଟଙ୍କା
ସୁପ୍ରିମକୋର୍ଟରେ ବଢ଼ିବ ବିଚାରପତି ସଂଖ୍ୟା, ଲୋକସଭାରେ ବିଲ୍‌ ଗୃହୀତ
ପେଟ୍ରୋଲ-ଡିଜେଲ ରପ୍ତାନି ଉପରେ ବଢ଼ିଲା ୱିଣ୍ଡଫଲ ଟ୍ୟାକ୍ସ
ବିହାରରେ ପ୍ରଶାନ୍ତ କିଶୋରଙ୍କ ବଡ଼ ବିଜୟ, ବାଙ୍କିପୁରରେ ଭାଙ୍ଗିଲା ବିଜେପିର ୩୧ ବର୍ଷର ଦୁର୍ଗ
ୟୁନେସ୍କୋ ଅମୂର୍ତ୍ତ ଐତିହ୍ୟ ତାଲିକାରେ ରଥଯାତ୍ରା ସାମିଲ ପାଇଁ କେନ୍ଦ୍ରକୁ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ

ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ଉତ୍ପାଦନ କରିବା ହେଉଛି ଇସ୍ପାତଶିଳ୍ପର ଭବିଷ୍ୟତ

0

ଭୁବନେଶ୍ୱର, ୨୬/୦୪/୨୦୨୩: ହାଇଡ୍ରୋଜେନ ଇନ୍ଧନ ବ୍ୟବହାର କରି ଇସ୍ପାତ ଉତ୍ପାଦନ କରିବା ଇସ୍ପାତ ଶିଳ୍ପର ଭବିଷ୍ୟତ ବୋଲି ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଲିମିଟେଡ୍ ଦ୍ୱାରା ଆୟୋଜିତ ଭାରତରେ ଷ୍ଟିଲ୍ ମେକିଂର ଭବିଷ୍ୟତ ବିଷୟରେ ଆଲୋଚନାଚକ୍ରକୁ ସମ୍ବୋଧିତ କରି ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାରର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବିମଲେନ୍ଦ୍ର ଝା କହିଛନ୍ତି ।

ଭୁବନେଶ୍ବରରେ ୨୬ତାରିଖରେ ଦିନ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇ ସେ କହିଥିଲେ ଯେ, ନୂତନ ଜ୍ଞାନକୌଶଳର ବିକାଶ ସହିତ ଇସ୍ପାତ ଶିଳ୍ପରେ କୋଇଲା ଉପରେ ନିର୍ଭରଶୀଳତା ଶୀଘ୍ର ଦୂର ହେବ । ଏହି କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦେଶର ସାମଗ୍ରିକ ପ୍ରଗତିରେ ଇସ୍ପାତର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। “ଇସ୍ପାତ ଶିଳ୍ପ ଦ୍ବାରା ସମାଜର ଏକାଧିକ ସମସ୍ୟାର ସମାଧାନ ହୋଇ ପାରିବ । ଏହା ଏକ ନୂତନ ଇକୋ ସିଷ୍ଟମ ସୃଷ୍ଟି କରିବା ସହିତ ଲୋକ ମାନଙ୍କ ଜୀବନ ଧାରଣ ମାନ ଉନ୍ନତି କରିବାରେ ସହାୟକ ହୋଇଥାଏ ବୋଲି ସେ କହିଥିଲେ ।

ଓଡ଼ିଶା ସରକାରଙ୍କ ପ୍ରଗତିଶୀଳ ଶିଳ୍ପ ନୀତିକୁ ପ୍ରଶଂସା କରି ସେ କହିଛନ୍ତି, “ଓଡିଶା ହେଉଛି ଏକମାତ୍ର ରାଜ୍ୟ ଯିଏ ଶିଳ୍ପସଂସ୍ଥା ମାନନଙ୍କ ଦ୍ବାରା ଇସ୍ପାତ ବ୍ୟବହାର ପାଇଁ ପୁଞ୍ଜି ପ୍ରୋତ୍ସାହନ ଦେଇଥାଏ” । ଓଡ଼ିଶାରେ ଇସ୍ପାତ ଉତ୍ପାଦନ ଅଧିକ ହେବା ପାଇଁ ସମସ୍ତ ଭିତ୍ତିଭୂମି ରହିଛି ଏବଂ ଏହା ସବୁଜ ଓ ସ୍ୱଚ୍ଛ ଇସ୍ପାତ ହେବ ଯାହା ରାଜ୍ୟ ପାଇଁ ସମୃଦ୍ଧତା ଆଣିବ ବୋଲି ସେ କହିଛନ୍ତି।

ଜିନ୍ଦଲ ଷ୍ଟିଲ ଏଣ୍ଡ ପାୱାର (ଜେଏସପି) ଦ୍ବାରା ପରିବେଶ ଅନୁକୂଳ ପଦ୍ଧତିରେ ଇସ୍ପାତ ଉତ୍ପାଦନ ସମ୍ପର୍କରେ ସେ କହିଥିଲେ ଯେ, ଜେଏସପିଦ୍ବାରା ସହିତ ବ୍ଯବହୃତ କୋଲ୍ ଗ୍ୟାସିଫିକେଶନ – ସିଜିପି ପଦ୍ଧତି ଏକ ସଫଳ ଜ୍ଞାନକୌଶଳ । ଇସ୍ପାତ ଉତ୍ପାଦନ ପାଇଁ ବ୍ୟବହାର କରାଉଥିବା ସିନ୍ଥେଟିକ ଗ୍ଯାସ ସହିତ ଗ୍ୟାସିଫିକେଶନ ଅଏଲ, ଟାର୍, ଅମୋନିଆ ଏବଂ ଫିନୋଲ ନପଥା  ଆଦି ଉତ୍ପାଦ ମଧ୍ୟ କୋଲ୍ ଗ୍ୟାସିଫିକେଶନ ପଦ୍ଧତିରେ ମିଳିଥାଏ ।

ସେ କହିଥିଲେ ଯେ, ଯଦିଓ ଇସ୍ପାତ ଶିଳ୍ପରେ ଅଧିକ ଶକ୍ତି ବ୍ୟବହାର ହୋଇଥାଏ, ଶକ୍ତି ପ୍ରୟୋଗରର ଦକ୍ଷତା ବୃଦ୍ଧି ଏବଂ ଅଙ୍ଗାରକାମ୍ଳ ନିର୍ଗମନ ନିୟନ୍ତ୍ରଣ କରିବା ପାଇଁ ଏବେ ବିଭିନ୍ନ ଉପାୟ ଆସିଲାଣି । ଆଜିର ଜ୍ଞାନକୌଶଳ ବ୍ୟବହାର କରି ଅଙ୍ଗାରକାମ୍ଳ ନିର୍ଗମନ କାମ କରାଯାଇ ପାରିବ, ଯାହା ଦେଶର ନେଟ ଜିରୋ ନିର୍ଗମନ ଲକ୍ଷ ହାସଲ କରିବାରେ ସହାୟକ ହେବ ।

ଏହି କାର୍ଯ୍ୟକ୍ରମରେ ସେଲ (SAIL)ର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ପାଣ୍ଡେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ। ପୂର୍ବତନ୍ କେନ୍ଦ୍ର ସଚିବ ଶ୍ରୀ ଅରୁଣ ରଥ, ଓଇଆରସିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ୟୁଏନ ବେହେରା ଅତିଥି ଭାବରେ ଦେଇଥିଲେ।  । ୧୫୦ରୁ ଅଧିକ ବ୍ୟବସାୟୀ ଏବଂ ବରିଷ୍ଠ ପ୍ରଫେସନାଲ୍ ଅଂଶଗ୍ରହଣ କରିଥିବା କାର୍ଯ୍ୟକ୍ରମରେ ଡକ୍ଟର ବ୍ରହ୍ମା ମିଶ୍ର ଅଧ୍ୟକ୍ଷତା କରିଥିଲେ।

Leave A Reply

Your email address will not be published.