ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ନିଜ ଘରୁ ମୃତ ଅବସ୍ଥାରେ ଉଦ୍ଧାର ହେଲେ ମହିଳା ପୁଲିସ ଅଧିକାରୀ

0

ମୁମ୍ବାଇ: ମୁମ୍ବାଇରେ ଜଣେ ମହିଳା ପୁଲିସ ଅଧିକାରୀଙ୍କୁ ତାଙ୍କ ଘରୁ ମୃତ ଅବସ୍ଥାରେ ଉଦ୍ଧାର କରାଯାଇଛି। ମୃତ ମହିଳା ପୁଲିସ ଅଧିକାରୀଙ୍କ ନାମ ଶୀତଲ ୟେଦକେ। ଯିଏକି ମୁମ୍ବାଇ ପୁଲିସରେ ସବ୍‌-ଇନ୍ସପେକ୍ଟର ଭାବେ ନିୟୋଜିତ ଥିଲେ।

ସୂଚନାନୁସାରେ,  ଶୀତଲ ପ୍ରାୟ ଦେଢ ବର୍ଷ ହେବ ଛୁଟିରେ ଥିଲେ। ବର୍ଷେରୁ ଅଧିକ ସମୟ ଛୁଟିରେ ରହିବା କାରଣରୁ ତାଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଥିଲା। ତେବେ ତାଙ୍କର ଏପରି ମୃତ୍ୟୁ ପଛର କାରଣ କ’ଣ ତାହା ରିପୋର୍ଟ ଲେଖାହେଲା ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନଥିଲା । ପୁଲିସ ମୃତ ମହିଳା ପୁଲିସ ଅଧିକାରୀଙ୍କ ମୃତ୍ୟୁର ଯାଞ୍ଚ ଆରମ୍ଭ କରି ଦେଇଛି।

ଶୀତଲ ମୁମ୍ବାଇର କୁର୍ଲା ଉପନଗର ଅଞ୍ଚଳରେ  ଏକୁଟିଆ ରହୁଥିଲେ । ସେ ଯେଉଁ ଘରେ ରହୁଥିଲେ ତାହାର କବାଟ କିଛି ଦିନ ହେବ ବନ୍ଦ ରହିଥିଲା। ଏଥିସହିତ ଉକ୍ତଘର ମଧ୍ୟରୁ ଦୁର୍ଗନ୍ଧ ବାହାରୁଥିଲା। ଏହାପରେ ସ୍ଥାନୀୟ ଲୋକେ ପୁଲିସ୍‌କୁ ଖବର ଦେଇଥିଲେ ।

ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରକୁ ପଶିଥିଲା। ଘର ଭିତରେ ଶୀତଲଙ୍କ ମୃତଦେହ ଚଟାଣରେ ପଡ଼ିଥିବା ପୁଲିସ ଦେଖିବାକୁ ପାଇଥିଲା।  ଶୀତଲଙ୍କ ମୃତଦେହ ସମ୍ପୂର୍ଣ୍ଣ ପଚି ଯିବା ସହିତ ସେଥିରୁ ଗନ୍ଧ ବାହାରୁଥିଲା। ତେବେ ଶୀତଲ ଜୀବନ ହାରିଛନ୍ତି ନା ଆଉ କିଛି କାରଣରୁ ତାଙ୍କର ମୃତ୍ୟୁ ହୋଇଛି ସେଦିଗରେ ଯାଞ୍ଚ କରୁଛି ପୁଲିସ।

ପୁଲିସ୍‌ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ବରିଷ୍ଠ ପୁଲିସ୍‌ ଅଧିକାରୀ ସୂଚନା ଦେଇଛନ୍ତି।

Leave A Reply

Your email address will not be published.