ପ୍ରମୁଖ ଖବର

ଆରଟିଓ କାର୍ଯ୍ୟାଳୟରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା କମ୍ପ୍ୟୁଟର ସହ ଗୁରୁତ୍ୱପୂର୍ଣ୍ଣ ଫାଇଲ୍‌
ପୋଷ୍ଟ-ଗ୍ରାଜୁଏଟ୍‌ ଦନ୍ତ ଚିକିତ୍ସକଙ୍କୁ ମାସିକ ୨୦ ହଜାର ଟଙ୍କା ପ୍ରୋତ୍ସାହନ ଘୋଷଣା
+୨ ପରୀକ୍ଷାରେ ବଦଳିବ ନିୟମ, ଏଣିକି ଏକ୍ସ-ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ
ମିଶ୍ରିତ ପେଟ୍ରୋଲ ବିରୋଧରେ ସରକାରଙ୍କ କଡ଼ା ଆକ୍ସନ୍‌, ୨,୫୭୩ ପମ୍ପରେ ବନ୍ଦ ହେଲା ବିକ୍ରି
ଆଘାତ ଯୋଗୁଁ ଏସୀୟ କ୍ରୀଡ଼ାରୁ ବାଦ୍‌ ପଡ଼ିଲେ ନୀରଜ ଚୋପ୍ରା
ଇରାନ ଆମେରିକା ଯୁଦ୍ଧର ପ୍ରଭାବ: ପୁଣି ବଢ଼ିଲା ସିଏନଜି ଦର, ୪ ମାସରେ ୧୦ ଟଙ୍କା ମହଙ୍ଗା

୪.୧୩ କୋଟି ଟଙ୍କା ଠକେଇ ମାମଲାରେ ୩ ଗିରଫ

0

ଭୁବନେଶ୍ବର: କଟକରେ ୪.୧୩ କୋଟି ଟଙ୍କା ଠକେଇ ମାମଲାରେ ୩ ଜଣଙ୍କୁ ଅର୍ଥନୈତିକ ଅପରାଧ ଶାଖା ଭୁବନେଶ୍ୱର ଗିରଫ କରିଥିବା ଜଣାଯାଇଛି। ତିନି ଅଭିଯୁକ୍ତ ହେଲେ କଟକ ଅର୍ବାନ କୋପରେଟିଭ ବ୍ୟାଙ୍କ ନୂଆପାଟଣା ଶାଖାର ଅବସରପ୍ରାପ୍ତ ଶାଖା ପରିଚାଳକ ଶେଖ୍ ଅବଦୁଲ ହାୟୀ, ଖ୍ରୀଷ୍ଟ ମହାବିଦ୍ୟାଳୟର ସଂପ୍ରସାରଣ କାଉଣ୍ଟରର ବରିଷ୍ଠ ସହାୟକ ପ୍ରକାଶ କୁମାର ମହାପାତ୍ର ଓ ପ୍ରାକ୍ତନ ଏଲଆଇସି ଏଜେଣ୍ଟ ମୁସ୍ତାକିମ୍ ରଜା। ମୁସ୍ତାକିମ୍ ରଜା ୨୦୦୨ରୁ ୨୦୨୨ ଯାଏ ଏଲଆଇସି ଏଜେଣ୍ଟ ଭାବେ କାମ କରୁଥିବା ଜଣାଯାଇଛି।  ଏମାନଙ୍କୁ ଗତକାଲି କଟକରୁ ଗିରଫ କରାଯାଇଛି। ଆଜି ଅଭିଯୁକ୍ତମାନଙ୍କୁ ଜେଏମଏଫସି କେର୍ଟରେ ହାଜର କରାଯାଇଛି।

ଅର୍ବାନ କୋପରେଟିଭ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରିୟବ୍ରତ ପଣ୍ଡାଙ୍କ ଅଭିଯୋଗ ଉପରେ ମାମଲା ରୁଜୁ ହୋଇଥିଲା। ଅଭିଯୁକ୍ତମାନେ ୨୦୧୯ରୁ ୨୦୨୧ ମଧ୍ୟରେ ୩ଜଣଙ୍କୁ ଜାଲି ଏଲଆଇସି ସାର୍ଟିଫିକେଟ୍ ଜରିଆରେ ୩.୮୨ କୋଟି ଟଙ୍କାର ୮ଟି  ଋଣ ଦେଇଥିଲେ। ଏହାର ପରିମାଣ ଏବେ ୪.୧୩ କୋଟିରେ ପହଞ୍ଚିଥିବା ଜଣାଯାଇଛି।

Leave A Reply

Your email address will not be published.