ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ତଳକୁ ଖସିଲା ଉତ୍କଳ ବିଶ୍ବବିଦ୍ୟାଳୟର ମାନ୍ୟତା

0

ଭୁବନେଶ୍ବର: ଏ ପ୍ଲସ ଗ୍ରେଡରୁ ଖସି ବାଣୀବିହାର ପାଇଛି ଏ ଗ୍ରେଡ । ବିଶ୍ୱବିଦ୍ୟାଳୟ ଗୁଡିକର ମାନ୍ୟତା ଧାର୍ଯ୍ୟ କରିବାକୁ ଗଠନ କରାଯାଇଛି ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେନଓ କାଉନସିଲ, ନାକ୍ । ଆଉ ୩.୧୬ ପଂଏଟ ସ୍କୋର ସହ ରାଜ୍ୟର ଏହି ସର୍ବପୁରାତନ ବିଶ୍ୱବିଦ୍ୟାଳୟ ଏ ପ୍ଲସରୁ ଏ ମାନ୍ୟତାକୁ ଖସିିଛି ।

ସୂଚନାଯୋଗ୍ୟ, ୨୦୧୬ରେ ଉତ୍କଳ ବିଶ୍ବବିଦ୍ୟାଳୟ ପାଇଥିଲା ’ଏ’ ପ୍ଲସ ମାନ୍ୟତା । ୨୦୨୩ରେ ’ଏ’ ପ୍ଲସ୍ ମାନ୍ୟତାର ଆଶା ରଖିଥିଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ହେଲେ ୭ ବର୍ଷ ଭିତରେ କ’ଣ ବ୍ୟତିକ୍ରମ ଘଟିଲା ଯେ ଏହା ’ଏ’କୁ ଖସି ଆସିଲା । ପୂର୍ବରୁ ବିଶ୍ବବିଦ୍ୟାଳୟର ଅସଜଡ଼ା ଭିତ୍ତିଭୂମିକୁ ନେଇ ପ୍ରଶ୍ନ ଉଠିଥିଲା । କାରଣ ୨୭ଟି ନିୟମିତ ବିଭାଗରୁ ୭୦ ପ୍ରତିଶତ ଅଧ୍ୟାପକ ପଦ ଖାଲି ପଡ଼ିଥିବାରୁ ରିସର୍ଚ୍ଚ କରିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା କମିବାରେ ଲାଗୁଛି । ସେହିପରି ୭୦୦ ଅଣଶିକ୍ଷକ ପଦ ବି ଖାଲି ପଡ଼ିଛି ।

ତେବେ ପଦ ପୂରଣ ମାମଲା ସୁପ୍ରିମକୋର୍ଟ ଯାଏ ଯାଇଥିଲା । ସେହିପରି ବିଶ୍ବବିଦ୍ୟାଳୟରେ କ୍ରୀଡ଼ା ସୁଯୋଗ ବି ବହୁ ମାତ୍ରାରେ କମିଛି । ଯାହା ଏହା ପୁରାତନ ବିଶ୍ବବିଦ୍ୟାଳୟର ଶୈକ୍ଷିକ ବାତାବରଣକୁ ପ୍ରଭାବିତ କରିଛି । ତେବେ ଛାତ୍ରଛାତ୍ରୀମାନେ ଏଥିରେ ରାଜନୈତିକ ଉଦ୍ଦେଶ୍ୟ ବାରିଛନ୍ତି । କାରଣ ଚଳିତ ବର୍ଷ ତୁଳନାରେ ୨୦୧୬ରେ ଉତ୍କଳ ବିଶ୍ବବିଦ୍ୟାଳୟର ଭିତ୍ତିଭୂମି ସେତେଟା ଭଲ ନଥିଲା । ହେଲେ ୩.୫୩ ସିଜିପିଏ ସହ ବିଶ୍ବବିଦ୍ୟାଳୟକୁ ମିଳିଥିଲା ’ଏ’ ପ୍ଲସ ମାନ୍ୟତା । ଏପରି ସ୍ଥିତିରେ ୨୦୨୩ରେ ଏହା ୩.୧୬ ସିଜିପିଏକୁ ଖସିଥିବାରୁ ଯାଞ୍ଚ ସହ ଗ୍ରେଡ୍ କମିବାର କାରଣକୁ ସର୍ବସାଧାରଣ କରିବାକୁ ଦାବି ଜୋର ଧରିଛି।

୫ ବର୍ଷରେ ଥରେ ନାକ୍, ସବୁ ବିଶ୍ୱବିଦ୍ୟାଳୟର ମାନ୍ୟତା ନିର୍ଧାରଣ କରିଥାଏ । ଗତ ମାସରେ ନାକ ଟିମ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ପରିଦର୍ଶନ କରି କାଉନସିଲକୁ ରିପୋର୍ଟ ଦେଇଥିଲା । ଏବେ ଗ୍ରେଡ କମିବା ସମସ୍ତଙ୍କ ପାଇଁ ଉଦବେଗର କାରଣ ପାଲିିଟିଛି । ଦୁର୍ବଳ ଗବେଷଣା ଓ ଭିତିଭୂମି ଠିକ ଭାବେ କାର୍ଯ୍ୟକ୍ଷମ ନ ହେବା ଏହାର କାରଣ ବୋଲି କୁହାଯାଉଛି ।

ଏକ ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଉତ୍କଳ ବିଶ୍ୱବିଦ୍ୟାଳୟର ସବୁଠି ନାଁ ରହିଛି । କିନ୍ତୁ ହଠାତ ମାନ୍ୟତା ଖସିବା ସମସ୍ତଙ୍କୁ ବ୍ୟଥିତ କରିଛି । ଏ କ୍ଷେତ୍ରରେ ମାନ୍ୟତା ବୃଦ୍ଧି ପାଇଁ ରାଜ୍ୟସରକାର ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସବୁପ୍ରକାରର ପଦକ୍ଷେପ ନେବାକୁ ମତ ଦେଇଛନ୍ତି ସବୁ ବର୍ଗର ଲୋକେ ।

Leave A Reply

Your email address will not be published.