ପ୍ରମୁଖ ଖବର

ସ୍ବର୍ଗତଃ ମନ୍ତ୍ରୀ ନବ ଦାସଙ୍କ ପୁଅ ବିଶାଳ ଦାସଙ୍କୁ ପଚରାଉଚରା ସୂଚନା। ଆୟକର ବିଭାଗର ପଚରାଉଚରା ସୂଚନା। ପ୍ରାୟ ୪ ଘଣ୍ଟା ଧରି ପଚରାଉଚରା କରାଯାଇଥିବା ପ୍ରାଥମିକ ସୂଚନା
।ବିଜେପିରୁ ବରିଷ୍ଠ ନେତା ବିଜୟ ମହାପାତ୍ର ବହିଷ୍କୃତ, ଦଳ ବିରୋଧୀ କାର୍ଯ୍ୟ ଓ ଅନୁଶାସନ ଭଙ୍ଗ ଅଭିଯୋଗରେ ବହିଷ୍କୃତ
ବିଜେଡି କର୍ମୀଙ୍କ ଆକ୍ରମଣ ବିଜେପି କର୍ମୀଙ୍କ ମୃତ୍ୟୁ, ୩ ଜଣ ଗୁରୁତର ଆହତ
ସ୍ଥିତି ଅଣାୟତ୍ତ ହେଉଥିବା ଦେଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ୧୪୪ ଧାରି ଜାରି, ଗଞ୍ଜାମ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି
ପୁରୀରେ ସଫେଇ କର୍ମଚାରୀଙ୍କ ଉପରେ ବୋମା ମାଡ଼, ଘଟଣାରେ ଦୁଇ ଜଣ ସଫେଇ କର୍ମଚାରୀ ଆହତ

ମଣିପୁର ହିଂସା ନେଇ ରାଜ୍ୟର ୮ଜିଲ୍ଲାରେ କର୍ଫ୍ୟୁ ଜାରି

0

ଇମ୍ଫାଲ୍: ମଣିପୁର ହିଂସାା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ସେନା କରିଛି ଫ୍ଲାଗମାର୍ଚ୍ଚ । ରାଜ୍ୟର ୮ଟି ଜିଲ୍ଲାରେ କର୍ଫ୍ୟୁ ଜାରି କରାଯାଇଥିବାବେଳେ ଇମ୍ଫାଲ, ଚୁରାଚାନ୍ଦପୁର ଓ କାଙ୍ଗପୋକପିରେ ସ୍ଥିତି ଅତି ଉତ୍ତେଜନାପ୍ରବଣ ରହିଛି। ଇମ୍ଫାଲରେ ହିଂସା ପରେ ଗତ ରାତିରେ ମଣିପୁରର ୮ ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଛି । ମଣିପୁର ସରକାର ଆଗାମୀ ୫ ଦିନ ଯାଏ ପୁରା ମଣିପୁରରେ ମୋବାଇଲ ଇଣ୍ଟରନେଟ୍ ବନ୍ଦ କରିଛନ୍ତି । ବଢୁଥିବା ହିଂସାକୁ ରୋକିବା ପାଇଁ ମଣିପୁର ସରକାର ସେନା ଓ ଆସାମ ରାଇଫଲକୁ ଡାକିଛି । ହିଂସା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୪ହଜାର ଲୋକଙ୍କୁ ସେନା ଶିବିର ଓ ସରକାରୀ କାର୍ଯ୍ୟାଳୟରେ ଆଶ୍ରୟ ଦିଆଯାଇଛି। 

ଉଲ୍ଲେଖଯୋଗ୍ୟ, ଅଣଆଦିବାସୀ ସମ୍ପ୍ରଦାୟ କୁହାଯାଉଥିବା ମେଇତି ସମ୍ପ୍ରଦାୟ ପକ୍ଷରୁ ଆଦିବାସୀ ମାନ୍ୟତା ଦାବି କରାଯିବା ପରେ ତାତିଛି ମଣିପୁରର ନିଖିଳ ଆଦିବାସୀ ଛାତ୍ର ସଂଘ ବା ଏଟିଏସୟୁଏମ । ମଣିପୁରର ମୋଟ ଜନସଂଖ୍ୟାର ୫୩ ପ୍ରତିଶତ ହେଉଛନ୍ତି ମେଇତି ସମ୍ପ୍ରଦାୟ । ମାତ୍ର ସେମାନେ ରାଜ୍ୟର ମୋଟ ୧୦ ପ୍ରତିଶତ ଅଞ୍ଚଳରେ ସୀମାବଦ୍ଧ ରହିଛନ୍ତି। ବେଆଇନ ମିଆଁମାର ଓ ବାଂଲାଦେଶୀ ନାଗରିକଙ୍କ ଅନୁପ୍ରବେଶକୁ ବି ବିରୋଧ କରୁଛନ୍ତି ମେଇତି ସମ୍ପ୍ରଦାୟ । ବର୍ତ୍ତମାନର ନିୟମ ଅନୁସାରେ ରାଜ୍ୟର ପାର୍ବତ୍ୟାଞ୍ଚଳରେ ବସବାସ ଲାଗି ମେଇତିମାନଙ୍କୁ ଅନୁମତି ଦିଆଯାଇନାହିଁ ।

ତେବେ ରାଜ୍ୟର ୯୦ ପ୍ରତିଶତ ଅଞ୍ଚଳରେ ଆଦିବାସୀମାନ ବସବାସ କରୁଥିବାବେଳେ ମେଇତିମାନେ ୬୦ ଆସନ ବିଶିଷ୍ଟ ବିଧାନସଭାରେ ଦୁଇ ତୃତୀୟାଂଶ ଆସନ ହାସଲ କରିଛନ୍ତି । ରାଜ୍ୟରେ ଆଦିବାସୀଙ୍କ ସ୍ବାର୍ଥରକ୍ଷା ଲାଗି ଜୋରସୋରରେ ଲଢେଇ କରୁଛନ୍ତି ନାଗା, ଜୋମି ଓ କୁକି ସମ୍ପ୍ରଦାୟ । ଗତ ବୁଧବାର ମୁଖ୍ୟମନ୍ତ୍ରୀ ଏନ. ବୀରେନ ସିଂଙ୍କ ଏକ ସଭାସ୍ଥଳକୁ ଏହି କାରଣରୁ ଭାଙ୍ଗିଦେଇଥିଲେ ଉତ୍ତ୍ୟକ୍ତ ଜନତା । ଏସଟି ତାଲିକାରେ ମେଇତିମାନଙ୍କୁ ସାମିଲ କରିବା ସକାଶେ ଚିନ୍ତା କରିବା ଲାଗି ରାଜ୍ୟ ସରକାରଙ୍କୁ ହାଇକୋର୍ଟ ଗତମାସରେ ନିର୍ଦ୍ଦେଶ ଦେଇଥିଲେ ।

Leave A Reply

Your email address will not be published.