ପ୍ରମୁଖ ଖବର

ଏଫ ଏମ କଲେଜ ଛାତ୍ରୀ ମୃତ୍ୟୁ ଘଟଣାରେ ୩ ଦିନିଆ ରିମାଣ୍ଡରେ ଯିବ ମୁଖ୍ୟ ଅଭିଯୁକ୍ତ ସମୀର ସାହୁ
ଭିଜିଲାନ୍ସ ଜାଲରେ ଜଳସେଚନ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ
ସୁସ୍ଥ ହେଉଛନ୍ତି ନବୀନ ପଟ୍ଟନାୟକ
ସମ୍ବଲପୁରରେ ହେବ କେନ୍ଦ୍ରୀୟ କୃଷି ବିଶ୍ୱବିଦ୍ୟାଳୟ
ଲ୍ୟାଣ୍ଡମାଇନ ନ ବିସ୍ଫୋରଣରେ ଜଣେ ଯବାନ ସହିଦ, ୩ ଗୁରୁତର
ପୁଣି ଦିଲ୍ଲୀର ତିନୋଟି ସ୍କୁଲକୁ ବୋମା ଧମକ
ପଞ୍ଚଭୂତରେ ବିଲୀନ ହେଲେ ଶହୀଦ ମନୋଜ ବିଶ୍ୱାଳ

ବ୍ରିଟେନକୁ ମିଳିଲେ ନୂଆ ରାଜା : ସିଂହାସନ ଆରୋହଣ କଲେ କିଙ୍ଗ୍ ଚାର୍ଲସ ତୃତୀୟ

0

ଲଣ୍ଡନ: ଆଜି ବ୍ରିଟେନକୁ ମିଳିଲା ନୂଆ ରାଜା। କିଙ୍ଗ୍ ଚାର୍ଲସଙ୍କର ହେଲା ରାଜ୍ୟାଭିଷେକ। ଆଜି ୱେଷ୍ଟମିନଷ୍ଟର ଆବେରେ ବିଧିବଦ୍ଧ ଭାବେ ବ୍ରିଟେନ ସିଂହାସନ ଆରୋହଣ କଲେ ଚାର୍ଲସ । ଫିଲିପ୍ ଆର୍ଥର ଜର୍ଜ ବା କିଙ୍ଗ୍ ଚାର୍ଲସ ତୃତୀୟ ବ୍ରିଟେନ ସହିତ ଅନ୍ୟ ୧୪ଟି ଦେଶର ୪୦ତମ ରାଜା ବନିଲେ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ବଙ୍କିଙ୍ଗହମ୍ ପ୍ୟାଲେସ । ଗତ ସେପ୍ଟେମ୍ବରରେ କୁଇନ୍ ଏଲିଜାବେଥ ଦ୍ୱିତୀୟଙ୍କର ଦେହାନ୍ତ ପରେ ଏହି ପଦ କିଙ୍ଗ୍ ଚାର୍ଲସ ସମ୍ଭାଳିଥିଲେ । ମାତ୍ର ତାଙ୍କର ବିଧିବଦ୍ଧ ଭାବେ ରାଜ୍ୟାଭିଷେକ ହୋଇନଥିଲା ।

ସୂଚନାଯୋଗ୍ୟ, ଦୀର୍ଘ ୭୦ ବର୍ଷ ପରେ କିଙ୍ଗ ଚାର୍ଲସ ତୃତୀୟଙ୍କର ଶନିବାର ସନ୍ଧ୍ୟାରେ ବ୍ରିଟେନର ମହାରାଜା ରୂପରେ ରାଜ୍ୟାଭିଷେକ ହୋଇଛି । ସିଂହାସନ ଆରୋହଣ କରିଛନ୍ତି ରାଜା ଚାର୍ଲସ ତୃତୀୟ । ଗତବର୍ଷ ମହାରାଣୀ ଏଲିଜାବେଥଙ୍କ ପରଲୋକ ପରେ ପରମ୍ପରା ଅନୁଯାୟୀ ସିଂହାସନ ଆରୋହଣ କରିଛନ୍ତି ଚାର୍ଲସ । ଶେଷ ଥର ଲାଗି ୧୯୫୩ରେ ମହାରାଣୀଙ୍କ ରାଜାଭିଷେକ ଅନୁଷ୍ଠିତ ହୋଇଥିଲା । ଏହାପରେ ଆଜି ସନ୍ଧ୍ୟାରେ ଔପଚାରିକ ଭାବେ ତାଙ୍କର ରାଜ୍ୟାଭିଷେକ ହୋଇଛି

ଏହି ଉତ୍ସବରେ ସାମିଲ ହୋଇଛନ୍ତି ବ୍ରିଟେନ ରାଜପରିବାର ସହ ସମ୍ପର୍କିତ ଅନେକ ରାଜ ପରିବାରର ସଦସ୍ୟ, ବିଭିନ୍ନ ଧର୍ମର ପ୍ରତିନିଧି, ବିଶ୍ବର ବହୁ ନେତା ପ୍ରମୁଖ ।  ରାଜ୍ୟାଭିଷେକ କାର୍ଯ୍ୟକ୍ରମକୁ ସ୍ବାଗତ କରିଥିଲେ ପ୍ରଧାନମନ୍ତ୍ରୀ ଋଷି ସୁନାକ । ଚାର୍ଲସ ରାଜା ଘୋଷିତ ହେବା ପରେ ଉତ୍ତରାଧିକାରୀତ୍ବ ଅନୁସାରେ ସେ ବ୍ରିଟେନର ୧୪ଟି କମନଓ୍ବେଲଥ ରାଷ୍ଟ୍ରର ବି ମୁଖ୍ୟ ହୋଇଛନ୍ତି ।

ୱେଷ୍ଟମିନିଷ୍ଟର ଏବେ ୧୦୬୬ରେ ୱିଲିୟମ ଦ କନକରରଙ୍କ ପରଠୁ ପ୍ରତ୍ୟେକ ବ୍ରିଟିଶ ରାଜ୍ୟାଭିଷେକର ସ୍ଥାନ ଭାବେ ରହିଆସିଛି ଏବଂ ମହାରାଜ ଚାର୍ଲସ ତୃତୀୟ ତଥା ତାଙ୍କ ପତ୍ନୀ ମହାରାଣୀ କେମିଲା ଏହି ଭବ୍ୟ ପରମ୍ପରାର ପାଳନ କରିଥିଲେ । ଏହି ଅବସରରେ ହିନ୍ଦୁ, ମୁସଲିମ, ଶିଖ, ବୌଦ୍ଧ ଏବଂ ୟହୁଦୀ ଗୋଷ୍ଠୀର ଧାର୍ମିକ ନେତା ଏବଂ ପ୍ରତିନିଧି ମଧ୍ୟ ଉପସ୍ଥିତ ରହିଥିଲେ । ରାଜା ଚାର୍ଲସ ତୃତୀୟଙ୍କ ପରେ ତାଙ୍କ ପତ୍ନୀ କେମିଲାଙ୍କୁ ୱେଷ୍ଟମିନିଷ୍ଟର ଏବେରେ କ୍ୱୀନ ରୂପରେ ମୁକୁଟ ପିନ୍ଧାଯାଇଥିଲା ।

Leave A Reply

Your email address will not be published.