ପ୍ରମୁଖ ଖବର

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ୍ ଦୁର୍ଘଟଣା; ୨ ମୃତ, ଅନେକ ଆହତ
ମୁଖ୍ୟମନ୍ତ୍ରୀଙ୍କ ପତାକା ପ୍ରଦର୍ଶନରେ ଆରମ୍ଭ ହେଲା ‘ସୋମନାଥ ସ୍ୱାଭିମାନ ଯାତ୍ରା-୨୦୨୬’
୨୦ ଜୁନରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି, ପ୍ରକାଶ ପାଇଲା ମିନିଟ୍‌-ଟୁ-ମିନିଟ୍ କାର୍ଯ୍ୟସୂଚୀ
ନିର୍ମାଣାଧୀନ ପୋଲ ତଳକୁ ଖସିଗଲା ବାଇକ, ୨ ଯୁବକଙ୍କ ମୃତ୍ୟୁ
୧୮ରୁ ଖୋଲିବ ସମସ୍ତ ସ୍କୁଲ, ଗ୍ରୀଷ୍ମ ପ୍ରବାହ ସତ୍ତ୍ୱେ ସ୍ପଷ୍ଟ କଲେ ଗଣଶିକ୍ଷା ମନ୍ତ୍ରୀ

ମଣିପୁରରେ ସ୍ଥିତି ଅଣାୟତ୍ତ: ସବୁଆଡେ ବିକ୍ଷୋଭର ଚିହ୍ନ

0

ମଣିପୁର: ମଣିପୁରର ଚୁରାଚାନ୍ଦପୁରରେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ମୈତୈ ସଂପ୍ରଦାୟର କିଛି ଲୋକଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଦିନ ଚୁରଚାନ୍ଦପୁର ଅଞ୍ଚଳରେ ମଧ୍ୟ ରାଜ୍ୟର ବହୁ ସଂଖ୍ୟାରେ ମୈତୈ ସମ୍ପ୍ରଦାୟ ଏବଂ କୁକି ଜନଜାତି ମଧ୍ୟରେ ସଂଘର୍ଷ ପରେ ଏହି ଗୁଳି ବିନିମୟ ହୋଇଛି। ଏହା ସହ ମଣିପୁରରେ ଜାରି ରହିଥିବା ହିଂସା କାରଣରୁ ଏପର୍ଯ୍ୟନ୍ତ ୫୪ ଜଣଙ୍କ ଜୀବନ ଯାଇଥିବା କଥା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ବୋଲି ଆକଳନ କରାଯାଇଛି ।

ଆଦିବାସୀ ଓ ମୈତୈ ସଂପ୍ରଦାୟ ମଧ୍ୟରେ ଗତ ବୁଧବାର ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ସାଂଘାତିକ ହୋଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଯୋଗୁ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି। ସ୍ଥିତିକୁ ଦେଖି ୧୪୪ ଧାରା ଲାଗୁ କରାଯିବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

ମଣିପୁରରେ ଆର୍ମି ଓ ଆସାମ ରାଇଫଲର ୫ କଲମ ଯବାନଙ୍କୁ ମୁତୟନ କରାଯାଇଛି। ଆଉ ୧୪ କଲମ ଯବାନଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ହିଂସା କ୍ଷତିଗ୍ରସ୍ତ ଅଞ୍ଚଳରୁ ଇତି ମଧ୍ୟରେ ୯ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି।

ଏବେ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିଲେ ମଧ୍ୟ ସ୍ୱାଭାବିକ ଜୀବନଧାରା ଟ୍ରାକ୍‌କୁ ଫେରିନି। ସବୁଆଡ଼େ ବିକ୍ଷୋଭର ଚିହ୍ନ ଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସ୍କୁଲ, କଲେଜରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସେହିପରି ରାସ୍ତା ପାର୍ଶ୍ୱରେ ମାଳ ମାଳ ଗାଡ଼ି ପୋଡ଼ି ହୋଇ ପଡ଼ିଛି। ଏବେ ସେସବୁ ମଧ୍ୟରେ ଜୀବନଯାପନକୁ ଟ୍ରାକ୍‌କୁ ଫେରାଇବା ମଣିପୁର ସରକାର ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

ସେପଟେ ଇମ୍ଫାଲ ଘାଟିର ପ୍ରତିଟି ଛକରେ ସେନା ପକ୍ଷରୁ ବ୍ୟାରିକେଟ ଲଗାଯାଇ ଲୋକମାନଙ୍କୁ ସର୍ଚ୍ଚ କରାଯାଉଛି । ଏହାସହ ହିଂସା ଆୟତକୁ ଆସିବା ପରେ ଇମ୍ଫାଲ ଘାଟିରେ ଜନ ଜୀବନ ସାମାନ୍ୟ ହୋଇଛି । ଶନିବାର ସକାଳେ ଦୋକାନ ବଜାର ଖୋଲିଛି ।

ଅନ୍ୟପଟେ ପୋଲିସ ମହାନିର୍ଦ୍ଦେଶକ ପି, ଡୋଙ୍ଗଲ କହିଛନ୍ତି ରାଜ୍ୟ ଗୃହ ବିଭାଗ ଯେଉଁ ସୁଟ୍ ଏଟ୍ ସାଇଟ ନିର୍ଦ୍ଦେଶ ଦେଇଛନ୍ତି, ହିଂସାକୁ ରୋକିବା ପାଇଁ ତାହା ଶେଷ ଉପାୟ ବୋଲି ସେ କହିଛନ୍ତି । ଏହାସହ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି କି, ଲୋକମାନେ ଶାନ୍ତି ଶୃଙ୍ଖଳାର ସହିତ ଯାତାୟତ କଲେ ସେମାନଙ୍କ ଉପରେ ସୁରକ୍ଷାକର୍ମୀମାନେ ଆକ୍ସନ ନେବେ ନାହିଁ ।

Leave A Reply

Your email address will not be published.