ପ୍ରମୁଖ ଖବର

ଚାନ୍ଦିପୁର କ୍ଷେପଣାସ୍ତ୍ର ପରୀକ୍ଷା କେନ୍ଦ୍ରରୁ ଉତ୍‌କ୍ଷେପଣ ହେଲା ଦୂରଗାମୀ କ୍ରୁଜ୍‌ ମିସାଇଲ
ବିଜେଡିରେ ମିଶିଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ, ଆଜି ଶଙ୍ଖ ଭବନରେ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ସେ ବିଜେଡିରେ ଯୋଗ ଦେଇଛନ୍ତି
ଆସନ୍ତାକାଲି ଛତିଶଗଡରେ ମତଦାନ, ସୀମା ସିଲ ଓ ହାଇ ଆଲର୍ଟ ଜାରି କଲା ମାଲକାନଗିରି ପୁଲିସ
ଆରପାରିରେ ବିଶିଷ୍ଟ ଅଭିନେତା, ନାଟ୍ୟକାର ତଥା ନିର୍ଦ୍ଦେଶକ ସଚ୍ଚି ଦାସ
ଦିନ ୨ଟା ୩୦ରେ ଭୁବନେଶ୍ବର ଉତ୍ତପ୍ତ ସହର, ତାପମାତ୍ରା ୪୩.୬ ଡିଗ୍ରି ରେକର୍ଡ
ଲଢ଼ିବେନି ପ୍ରସାଦ ହରିଚନ୍ଦନ, ମନୋଜ ରଥ ସତ୍ୟବାଦୀରୁ କଂଗ୍ରେସ ପ୍ରାର୍ଥୀ
କଂଗ୍ରେସରେ ଯୋଗଦେଲେ କେନ୍ଦ୍ରାପଡ଼ାର ପୂର୍ବତନ ବିଜେଡ଼ି ବିଧାୟିକା ସିପ୍ରା ମଲ୍ଲିକ, କଂଗ୍ରେସ ଭବନ ଆସି ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କଲେ

ମଣିପୁରରେ ସ୍ଥିତି ଅଣାୟତ୍ତ: ସବୁଆଡେ ବିକ୍ଷୋଭର ଚିହ୍ନ

0

ମଣିପୁର: ମଣିପୁରର ଚୁରାଚାନ୍ଦପୁରରେ ସୁରକ୍ଷା ବାହିନୀ ଏହି ଅଞ୍ଚଳରେ ମୈତୈ ସଂପ୍ରଦାୟର କିଛି ଲୋକଙ୍କୁ ସ୍ଥାନାନ୍ତର କରୁଥିବା ବେଳେ ୪ ଜଣଙ୍କର ମୃତ୍ୟୁ ଘଟିଛି। ବୁଧବାର ଦିନ ଚୁରଚାନ୍ଦପୁର ଅଞ୍ଚଳରେ ମଧ୍ୟ ରାଜ୍ୟର ବହୁ ସଂଖ୍ୟାରେ ମୈତୈ ସମ୍ପ୍ରଦାୟ ଏବଂ କୁକି ଜନଜାତି ମଧ୍ୟରେ ସଂଘର୍ଷ ପରେ ଏହି ଗୁଳି ବିନିମୟ ହୋଇଛି। ଏହା ସହ ମଣିପୁରରେ ଜାରି ରହିଥିବା ହିଂସା କାରଣରୁ ଏପର୍ଯ୍ୟନ୍ତ ୫୪ ଜଣଙ୍କ ଜୀବନ ଯାଇଥିବା କଥା କୁହାଯାଉଥିବା ବେଳେ ବେସରକାରୀ ଭାବେ ଏହି ସଂଖ୍ୟା ଢେର ଅଧିକ ବୋଲି ଆକଳନ କରାଯାଇଛି ।

ଆଦିବାସୀ ଓ ମୈତୈ ସଂପ୍ରଦାୟ ମଧ୍ୟରେ ଗତ ବୁଧବାର ସୃଷ୍ଟି ହୋଇଥିବା ଭୟଙ୍କର ସଂଘର୍ଷ ଯୋଗୁ ମଣିପୁର ସ୍ଥିତି ସାଂଘାତିକ ହୋଇଛି। ବିଭିନ୍ନ ସ୍ଥାନରେ ପୋଡ଼ାଜଳା ଓ ହିଂସାକାଣ୍ଡ ଯୋଗୁ ସ୍ଥିତି ଅଣାୟତ୍ତ ହୋଇ ପଡ଼ିଛି। ସ୍ଥିତିକୁ ଦେଖି ୧୪୪ ଧାରା ଲାଗୁ କରାଯିବା ସହ ଇଣ୍ଟରନେଟ ସେବାକୁ ବନ୍ଦ କରାଯାଇଛି। ବିକ୍ଷୋଭକାରୀଙ୍କୁ ଦେଖିବା ମାତ୍ରେ ଗୁଳି କରି ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟପାଳ ।

ମଣିପୁରରେ ଆର୍ମି ଓ ଆସାମ ରାଇଫଲର ୫ କଲମ ଯବାନଙ୍କୁ ମୁତୟନ କରାଯାଇଛି। ଆଉ ୧୪ କଲମ ଯବାନଙ୍କୁ ଷ୍ଟାଣ୍ଡବାଇରେ ରଖାଯାଇଛି। ହିଂସା କ୍ଷତିଗ୍ରସ୍ତ ଅଞ୍ଚଳରୁ ଇତି ମଧ୍ୟରେ ୯ ହଜାର ଲୋକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇ ଆଶ୍ରୟ ସ୍ଥଳରେ ରଖାଯାଇଛି।

ଏବେ ସ୍ଥିତି ଧୀରେ ଧୀରେ ନିୟନ୍ତ୍ରଣକୁ ଆସୁଥିଲେ ମଧ୍ୟ ସ୍ୱାଭାବିକ ଜୀବନଧାରା ଟ୍ରାକ୍‌କୁ ଫେରିନି। ସବୁଆଡ଼େ ବିକ୍ଷୋଭର ଚିହ୍ନ ଥିବା ବେଳେ ଉତ୍ତ୍ୟକ୍ତ ଲୋକେ ସ୍କୁଲ, କଲେଜରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି। ସେହିପରି ରାସ୍ତା ପାର୍ଶ୍ୱରେ ମାଳ ମାଳ ଗାଡ଼ି ପୋଡ଼ି ହୋଇ ପଡ଼ିଛି। ଏବେ ସେସବୁ ମଧ୍ୟରେ ଜୀବନଯାପନକୁ ଟ୍ରାକ୍‌କୁ ଫେରାଇବା ମଣିପୁର ସରକାର ପାଇଁ ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି।

ସେପଟେ ଇମ୍ଫାଲ ଘାଟିର ପ୍ରତିଟି ଛକରେ ସେନା ପକ୍ଷରୁ ବ୍ୟାରିକେଟ ଲଗାଯାଇ ଲୋକମାନଙ୍କୁ ସର୍ଚ୍ଚ କରାଯାଉଛି । ଏହାସହ ହିଂସା ଆୟତକୁ ଆସିବା ପରେ ଇମ୍ଫାଲ ଘାଟିରେ ଜନ ଜୀବନ ସାମାନ୍ୟ ହୋଇଛି । ଶନିବାର ସକାଳେ ଦୋକାନ ବଜାର ଖୋଲିଛି ।

ଅନ୍ୟପଟେ ପୋଲିସ ମହାନିର୍ଦ୍ଦେଶକ ପି, ଡୋଙ୍ଗଲ କହିଛନ୍ତି ରାଜ୍ୟ ଗୃହ ବିଭାଗ ଯେଉଁ ସୁଟ୍ ଏଟ୍ ସାଇଟ ନିର୍ଦ୍ଦେଶ ଦେଇଛନ୍ତି, ହିଂସାକୁ ରୋକିବା ପାଇଁ ତାହା ଶେଷ ଉପାୟ ବୋଲି ସେ କହିଛନ୍ତି । ଏହାସହ ସେ ଲୋକଙ୍କୁ ଅନୁରୋଧ କରିଛନ୍ତି କି, ଲୋକମାନେ ଶାନ୍ତି ଶୃଙ୍ଖଳାର ସହିତ ଯାତାୟତ କଲେ ସେମାନଙ୍କ ଉପରେ ସୁରକ୍ଷାକର୍ମୀମାନେ ଆକ୍ସନ ନେବେ ନାହିଁ ।

Leave A Reply

Your email address will not be published.