ପ୍ରମୁଖ ଖବର

ବିଜେପିରେ ଯୋଗ ଦେଲେ ଭର୍ତ୍ତୃହରି ମହତାବ
ଶିବସେନା ସିନ୍ଦେ ଗୋଷ୍ଠୀରେ ସାମିଲ ହେଲେ ବଲିଉଡ୍ ତାରକା ଗୋବିନ୍ଦା
ପଦ୍ମ ଧରିଲେ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର

ଅମୃତସରରେ ୩୬ ଘଣ୍ଟାରେ ଦ୍ବିତୀୟ ବିସ୍ଫୋରଣ

0

ଅମୃତସର: ପଞ୍ଜାବ ଅମୃତସର ସ୍ଥିତ ସ୍ୱର୍ଣ୍ଣ ମନ୍ଦିରର ହେରିଟେଜ୍ ରାସ୍ତାରେ ଆଜି ଆଉ ଏକ ବିସ୍ଫୋରଣ ହୋଇଛି । ଗତ ୩୬ ଘଣ୍ଟାରେ ଏହା ଦ୍ୱିତୀୟ ବିସ୍ଫୋରଣ । ଶନିବାର ପାଖାପାଖି ଦିନ ୧୨ ଟାରେ ମଧ୍ୟ ସାରାଗଡା ପାର୍କିଙ୍ଗ ନିକଟରେ ବିସ୍ଫୋରଣ ହୋଇଥିଲା । ଏଥିରେ ଏକ ରେଷ୍ଟୁରାଣ୍ଟ କ୍ଷତିଗ୍ରସ୍ତ ହୋଇଥିଲା ଏବଂ ଏକାଧିକ ଲୋକ ଆହତ ହୋଇଥିଲେ । ଆଜି ପୁଣିଥରେ ବିସ୍ଫୋରଣ ହେବାରୁ ପୁରା ଇଲାକାକୁ ସିଲ୍ କରାଯାଇଛି ଏବଂ ଏହାକୁ କଡ ସୁରକ୍ଷା ମଧ୍ୟରେ ରଖାଯାଇଛି ।

ଏହି ଘଟଣା ପରେ ଲୋକେ ଭୟଭୀତ ହୋଇ ଅଛନ୍ତି । ଅଞ୍ଚଳରେ ଶାନ୍ତି ସଦଭାବନା ବଜାୟ ରଖିବାକୁ ଆଡଭାଇଜରୀ ଜାରି କରିଛି ପୁଲିସ । କୌଣସି ଅପ୍ରୀତିକର ପରିସ୍ଥିତିକୁ ଏଡାଇବାକୁ ସୋସିଆଲ ମିଡିଆ ଉପରେ ମଧ୍ୟ କଡା ନଜର ରଖାଯାଇଛି ।

Leave A Reply

Your email address will not be published.