ପ୍ରମୁଖ ଖବର

୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା

୪୦ ଡିଗ୍ରୀ ଉପରେ ୧୪ ସହରର ତାପାମାତ୍ରା

0

ଭୁବନେଶ୍ୱର: ଅସହ୍ୟ ତାତିରେ ସିଝୁଛି ଓଡିଶା । ୪୦ ଡିଗ୍ରୀ ଉପରେ ୧୪ ସହରର ତାପାମାତ୍ରା ରେର୍କଡ । ୪୨ ଡିଗ୍ରୀ ସହ ବୌଦ୍ଧ ସୁବଠାରୁ ଉତ୍ତପ୍ତ ସହର ପାଲଟିଛି । ସ୍ବାଭାବିକ ଠାରୁ ଦିନର ତାପମାତ୍ରା ଅଧିକ ରହିବାରୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହୋଇଛନ୍ତି ଲୋକ । ଉପକୂଳ ଓ ମଧ୍ୟ ଓଡ଼ିଶାରେ ଅଧିକ ଗୁଳଗୁଳି ଅନୁଭୂତ ହେଉଛି । ଆସନ୍ତା ତିନିରୁ ଚାରିଦିନ ଏଭଳି ସ୍ଥିତି ଲାଗିରହିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ସୋମବାର ଉଭୟ ଝାରସୁଗୁଡ଼ା ଓ ସମ୍ବଲପୁରରେ ୪୧.୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ରାଉରକେଲାରେ ୪୧.୪, ଅନୁଗୁଳରେ ୪୧.୧, ସୁନ୍ଦରଗଡ଼ରେ ୪୧, ତାଳଚେରରେ ୪୦.୮ ଡିଗ୍ରି ପାରା ଛୁଇଛି। ସେହିପରି ଉଭୟ ବଲାଙ୍ଗୀର ଓ ଜଗତସିଂହପୁରରେ ୪୦.୫ ଏବଂ ଚାନ୍ଦବାଲିରେ ୪୦.୨ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ସେହିପରି ଟିଟିଲାଗଡ଼, ସୋନପୁର, ନୟାଗଡ଼ ଓ କେନ୍ଦ୍ରାପଡ଼ାରେ ପାରା ୪୦ ଡିଗ୍ରି ଛୁଇଛି। ପାଣିପାଗ ପକ୍ଷରୁ କୁହାଯାଇଛି ଯେ, ରାଜ୍ୟରେ ଆଗାମୀ ଦିନରେ ତାପମାତ୍ରା ଆହୁରି ବଢ଼ିପାରେ।

Leave A Reply

Your email address will not be published.