ପ୍ରମୁଖ ଖବର

ବିଜେପି ଛାଡ଼ି ଆଜି କଂଗ୍ରେସରେ ଯୋଗ ଦେଇଛନ୍ତି ଦେବାଶିଷ ନାୟକ
ଅମିତ ଶାହାଙ୍କ ନକଲି ଭିଡିଓ ମାମଲାରେ ୩ ଦିନିଆ ପୁଲିସ ହେପାଜତରେ ଗଲେ କଂଗ୍ରେସ ନେତା ଅରୁଣ ରେଡ୍ଡୀ
ଆସନ୍ତାକାଲି ରାତି ସାଢ଼େ ୯ଟାରେ ଭୁବନେଶ୍ବରରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ସୋମବାର ବ୍ରହ୍ମପୁର ଏବଂ ନବରଙ୍ଗପୁରରେ ଆୟୋଜିତ ସଭାରେ ଉଦବୋଧନ ଦେବେ
ନବୀନଙ୍କ ୪ ଜିଲ୍ଲା ଗସ୍ତ: ପ୍ରଥମ ପର୍ଯ୍ୟାୟରେ କୋରାପୁଟ, ପରେ ନବରଙ୍ଗପୁର, ରାୟଗଡ଼ା ଓ ଗଜପତି ଜିଲ୍ଲାରେ ନିର୍ବାଚନ ଥିବାବେଳେ, ବିଜେଡି ପ୍ରାର୍ଥୀଙ୍କ ଲାଗି ଭୋଟ ଭିକ୍ଷା କରିବେ ନବୀନ
ଟିକେଟ ଫେରାଇ ଦେଲେ ପୁରୀ ଲୋକସଭା ପ୍ରାର୍ଥୀ; ମେଲରେ ଏଆଇସିସି କୁ ଲେଖିଲେ କଡ଼ା କଥା,ନିର୍ବାଚନ ଲଢ଼ିବା ପାଇଁ ଦଳ ଫଣ୍ଡିଂ ନ ଦେବାରୁ ଟିକେଟ୍ ଫେରାଇ ଦେଇଥିବା ସେ ମେଲ ଜରିଆରେ ଏଆଇସିସିକୁ ଜଣାଇଛନ୍ତି

ଝାରସୁଗୁଡା ଉପନିର୍ବାଚନ;ସକାଳ ୭ରୁ ଆରମ୍ଭ ହୋଇଛି ମତଦାନ

0

ଝାରସୁଗୁଡା: ଝାରସୁଗୁଡା ଉପନିର୍ବାଚନ ଲାଗି ସକାଳ ୭ରୁ ଆରମ୍ଭ ହୋଇଯାଇଛି ମତଦାନ। ଭୋଟରମାନଙ୍କୁ ଫୁଲ ଚନ୍ଦନ ଦେଇ ଟିକା ଲଗାଇ ମତଦାନ କେନ୍ଦ୍ରକୁ ସ୍ବାଗତ କରାଯାଉଛି। ଆଦର୍ଶ ଓ ପିଙ୍କ ବୁଥଗୁଡ଼ିକରେ ଭୋଟରଙ୍କ ପାଇଁ ସ୍କ୍ବାସ୍‌ ପାଣି, ସରବତ, ତରଭୁଜର ବି ବ୍ୟବସ୍ଥା କରାଯାଇଛି। ଭୋଟ୍ ଦେବାକୁ ଲୋକଙ୍କ ଭିତରେ ଉତ୍ସାହ ଦେଖିବାକୁ ମିଳିଛି। ସକାଳୁ ସକାଳୁ ଧାଡ଼ିରେ ଠିଆ ହୋଇ ଭୋଟ୍ ଦେଉଛନ୍ତି ଭୋଟର।

ମୋଟ୍ ୨୫୩ ବୁଥରେ କଡ଼ା ସୁରକ୍ଷା ମଧ୍ୟରେ ସଂଧ୍ୟା ୬ଟା ଯାଏ ମତଦାନ ଚାଲିବ। ମୋଟ ୨୫୩ଟି ବୁଥରୁ ଅଧିକାଂଶ ୨୨୭ଟି ଗ୍ରାମାଂଚଳ ଓ ଦୁର୍ଗମ ଅଂଚଳରେ । ଆଉ ୨୬ଟି ବୁଥକୁ ପିଙ୍କ୍ ବୁ୍‌ଥ କରାଯାଇଛି । ପ୍ରତ୍ୟେକ ବୁଥରେ ୪ଜଣ ପୁଲିଂ ଅଫିସରଙ୍କୁ ନିଯୁକ୍ତି ଦିଆଯାଇଥିବାବେଳେ ୨୪ଟି ଟିମ(୯୬ଜଣ ପୁଲିଂ ଅଫିସର)କୁ ରିଜର୍ଭ ରଖାଯାଇଛି।

ମୁକ୍ତ ଓ ଅବାଧ ନିର୍ବାଚନ ପାଇଁ ସବୁ ବୁଥରେ ସିସିଟିଭି ଲଗାଯାଇଛିା ବୁଥ୍‌କୁ ଆସିବାକୁ ସକ୍ଷମ ନଥିବା ୩୨୧ ଜଣ ବରିଷ୍ଠ ନାଗରିକଙ୍କ ଘରୁ ପୋଷ୍ଟାଲ ବ୍ୟାଲଟ୍‌ ଯୋଗେ ଭୋଟ୍‌ ଗ୍ରହଣ ହୋଇଛି। ଦିବ୍ୟାଙ୍ଗ ଭୋଟରଙ୍କ ପାଇଁ ବୁଥରେ ହ୍ବିଲ ଚେୟାରର ବ୍ୟବସ୍ଥା କରାଯାଇଥିବା ବେଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ଶହେରୁ ଅଧିକ ଅଟୋ‌ ମଧ୍ୟ ପ୍ରଦାନ କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପୁଲିଂ ବୁଥ ପରିସରରେ ସେଲ୍‌ଫି ପଏଣ୍ଟ ମଧ୍ୟ କରାଯାଇଛି

ନିର୍ବାଚନ ପରିଚାଳନା ପାଇଁ ମୋଟ୍‌ ୧୦୧୨ ଜଣ ପୁଲିଂ ଅଫିସର୍‌, ୧୦୮ ରିଜର୍ଭ ପୁଲିଂ ଅଫିସର୍‌, ୧୦୪ ଜଣ ମହିଳା ପୁଲିଂ ଅଫିସର୍‌ ଓ ୭୪ ଜଣ ମାଇକ୍ରୋ ଅବଜରଭର୍‌ ରହିଛନ୍ତି। ସମସ୍ତ ୨୫୩ଟି ବୁଥରେ ୱେବକାଷ୍ଟିଂ କରାଯାଉଛି। ବୁଥରେ ଲାଗିଥିବା ସମସ୍ତ ସିସିଟିଭି କ୍ୟାମେରାର ଲାଇଭ୍‌ ଫିଡ୍‌ ଏସ୍‌ପି ଓ ଡିଇଓଙ୍କ କାର୍ଯ୍ୟାଳୟରେ ନିରୀକ୍ଷଣରେ ରହିଛି। ସେପଟେ, ସମ୍ବେଦନଶୀଳ ୨୯ଟି ବୁଥ ଉପରେ ନିରୀକ୍ଷଣ ପାଇଁ ଡ୍ରୋନ୍‌ ମଧ୍ୟ ନିୟୋଜିତ କରାଯାଇଥିବା ଏସ୍‌ପି ସ୍ମିଥ ପି. ପରମାର ସୂଚନା ଦେଇଛନ୍ତି। ଭୋଟିଂ ସମୟରେ କୌଣସି ଅପ୍ରୀତିକର ପରିସ୍ଥିତି ଦେଖାଦେଲେ ତାକୁ ମୁକାବିଲା ପାଇଁ ପୁଲିସ୍‌ ପକ୍ଷରୁ ୨୫ଟି ମୋବାଇଲ୍‌ ଟିମ୍‌ ନିୟୋଜିତ କରାଯାଇଛି।

ଏହାସହ ସମ୍ବେଦନଶୀଳ ବୁଥରେ ଅଧିକ ଫୋର୍ସ ମୁତୟନ ହୋଇଛନ୍ତିା ଝାରସୁଗୁଡ଼ା ଉପନିର୍ବାଚନର ମୁଖ୍ୟତଃ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହେଉଥିବା ବେଳେ ମୈଦାନକୁ ଓହ୍ଲାଇଛନ୍ତି ମୋଟ ୯ଜଣ ପ୍ରାର୍ଥୀ। ୨ଲକ୍ଷ ୨୧ହଜାର ୭୧୯ଜଣ ଭୋଟର ସେମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ। ବିଜେଡିରୁ ଦୀପାଳି ଦାସ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିରୁ ଟଙ୍କଧର ତ୍ରିପାଠୀ ପ୍ରାର୍ଥୀ ହୋଇଛନ୍ତି। ସେହିପରି କଂଗ୍ରେସ ତରୁଣ ପାଣ୍ଡେଙ୍କୁ ପ୍ରାର୍ଥୀ କରିଛି।

Leave A Reply

Your email address will not be published.