ପ୍ରମୁଖ ଖବର

ଦୁଇଦିନିଆ ମାଲେସିଆ ଗସ୍ତ ଶେଷ କରି ଦେଶ ଫେରିଲେ ପ୍ରଧାନମନ୍ତ୍ରୀ
୪୧ଟି ପୋଲିସ ଷ୍ଟେସନରେ ସିସିଟିଭି କ୍ୟାମେରା ପୁନଃସ୍ଥାପନ କରିବାକୁ ନିର୍ଦ୍ଦେଶ
ପୀତବାସ ପଣ୍ଡା ହତ୍ୟା ମାମଲା: ‘ମୋତେ ଫସାଇ ଦିଆଯାଇଛି’,ବିକ୍ରମ ପଣ୍ଡା
୧୦ ଫୁଟ୍‌ ତଳକୁ ଖସିଲା ଭ୍ୟାନ୍, ୧୭ ଆହତ
ବଢ଼ିବ ଭାରତୀୟ ବାୟୁସେନାର ଶକ୍ତି: ୧୧୪ଟି ରାଫେଲ କିଣିବାକୁ ପ୍ରସ୍ତୁତ ଭାରତ

ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ

0

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ବଦଳିଛନ୍ତି ୫ ଜିଲ୍ଲାର ଏସପିଙ୍କ ସହ ୧୮ ଆଇପିଏସ ଅଧିକାରୀ। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏ.ଏମ. ପ୍ରସାଦଙ୍କୁ ସରକାର ମାନବାଧିକାର ସୁରକ୍ଷା ସେଲ୍‌ର ସ୍ପେଶାଲ ଡିଜି ଭାବେ ନିଯୁକ୍ତ ଦେଇଛନ୍ତି  । ସେହିପରି ରେଳବାଇ ସ୍ବତନ୍ତ୍ର ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ  ଅଗ୍ନିଶମ ଡିଜି ଦାୟିତ୍ବ ମିଳିଛି । ଆର.କେ. ଶର୍ମା ଅତିରିକ୍ତ ଡିଜିପି (ମୁଖ୍ୟାଳୟ), ହୋଇଥିବାବେଳେ ସଞ୍ଜୟ କୁମାର ଆଇନ ଶୃଙ୍ଖଳା ଓ ଯୋଗାଯୋଗର ଅତିରିକ୍ତ ଡିଜି ହୋଇଛନ୍ତି ।

ସେହିପରି ଅମିତାଭ ଠାକୁର ହୋଇଛନ୍ତି ପରିବହନ କମିଶନର । ସୁରେଶ ଦେବଦତ୍ତ ସିଂ ଅତିରିକ୍ତ ଡିଜି (ଅପରେସନ) ହୋଇଥିବାବେଳେ ଦୟାଲ ଗଙ୍ଗଓ୍ବାର ଅତିରିକ୍ତ ଡିଜି (ରେଳବାଇ ଓ ଉପକୂଳ ସୁରକ୍ଷା), ରାଜେଶ କୁମାର ଅତିରିକ୍ତ ଡିଜି (ଆଧୁନିକୀକରଣ), ନରସିଂହ ଭୋଳ (ଅବକାରୀ କମିଶନର) ହୋଇଛନ୍ତି । ସେହିପରି ଆଶିଷ ସିଂ କେନ୍ଦ୍ରାଞ୍ଚଳ ଆଇଜି  ଭାବେ ନିଯୁକ୍ତି ଦେଇଥିବାବେଳେ ରାଜେଶ ପଣ୍ଡିତ ଡିଆଇଜି (ଅଗ୍ନିଶମ ଓ ହୋମଗାର୍ଡ)  ଭାବେ ନିଯୁକ୍ତ ପାଇଛନ୍ତି  । ସେହିପରି ଅଖିଳେଶ୍ବର ସିଂ ହୋଇଛନ୍ତି ଡିଆଇଜି (ସ୍ବତନ୍ତ୍ର ଗୁଇନ୍ଦା ସଂସ୍ଥା) ।

ସିଏସ ମୀନା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ରାଉରକେଲା, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର ଓ ବଲାଙ୍ଗୀର ଏସପି ବଦଳିଛନ୍ତି । ମିତ୍ରଭାନୁ ମହାପାତ୍ର ରାଉରକେଲା ଏସପି ହୋଇଥିବାବେଳେ ବାତୁଲା ଗଙ୍ଗାଧର ମୟୂରଭଞ୍ଜ, ମୁକେଶ କୁମାର ଭାମୋ ସମ୍ବଲପୁର, କୁଶଲକର ନୀତୀନ ଦାଗୁଡୁ କେନ୍ଦୁଝର, ଖିଲାରି ରିଷିକେଶ ବଲାଙ୍ଗୀର ଏସପି ଭାବେ ନିଯୁକ୍ତି ପାଇଛନ୍ତି ।

Leave A Reply

Your email address will not be published.