ପ୍ରମୁଖ ଖବର

ସୁନ୍ଦରଗଡ଼ରେ ପ୍ରଚଣ୍ଡ ରୌଦ୍ରତାପ: ଅଂଶୁଘାତରେ ୨୮ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି
ନିର୍ବାଚନ ଡ୍ୟୁଟି ସାରି ଫେରୁଥିବା ବେଳେ ଓଲଟିଲା ବସ୍‌, ୨୧ ଯବାନ ଆହତ
ବିଜେଡିର ଷଷ୍ଠ ପ୍ରାର୍ଥୀ ତାଲିକା: କଟିଲା ତିନି ପୂର୍ବତନ ମନ୍ତ୍ରୀଙ୍କ ଟିକେଟ
ବାଲେଶ୍ବର ଜିଲ୍ଲା ନୀଳଗିରି ଚିକିତ୍ସାଳୟ ସମ୍ମୁଖରେ କ୍ଷୀର ଗାଡ଼ି ଧକ୍କାରେ କାର୍ଯ୍ୟରତ ହୋମଗାର୍ଡଙ୍କ ମୃତ୍ୟୁ, ମୃତକ ଛୋଟକାନପୁର ଅଞ୍ଚଳ ଲକ୍ଷ୍ମୀଧର ଜେନା ଏବଂ ତାଙ୍କର ବୟସ ୫୫ ବୋଲି ସୂଚନା ମିଳୁଛି
ମହାନଦୀ ଡଙ୍ଗାବୁଡ଼ି ଘଟଣା: ମିଳିଲା ଆଉ ୩ ଜଣଙ୍କ ମୃତଦେହ, ଏବେବି ୪ ନିଖୋଜ

ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ

0

ଭୁବନେଶ୍ବର: ରାଜ୍ୟ ସରକାର ଆଜି ଆଇପିଏସ ସ୍ତରରେ ବଡ଼ଧରଣର ଅଦଳବଦଳ କରିଛନ୍ତି । ବଦଳିଛନ୍ତି ୫ ଜିଲ୍ଲାର ଏସପିଙ୍କ ସହ ୧୮ ଆଇପିଏସ ଅଧିକାରୀ। କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ଏ.ଏମ. ପ୍ରସାଦଙ୍କୁ ସରକାର ମାନବାଧିକାର ସୁରକ୍ଷା ସେଲ୍‌ର ସ୍ପେଶାଲ ଡିଜି ଭାବେ ନିଯୁକ୍ତ ଦେଇଛନ୍ତି  । ସେହିପରି ରେଳବାଇ ସ୍ବତନ୍ତ୍ର ଡିଜି ସୁଧାଂଶୁ ଷଡ଼ଙ୍ଗୀଙ୍କୁ  ଅଗ୍ନିଶମ ଡିଜି ଦାୟିତ୍ବ ମିଳିଛି । ଆର.କେ. ଶର୍ମା ଅତିରିକ୍ତ ଡିଜିପି (ମୁଖ୍ୟାଳୟ), ହୋଇଥିବାବେଳେ ସଞ୍ଜୟ କୁମାର ଆଇନ ଶୃଙ୍ଖଳା ଓ ଯୋଗାଯୋଗର ଅତିରିକ୍ତ ଡିଜି ହୋଇଛନ୍ତି ।

ସେହିପରି ଅମିତାଭ ଠାକୁର ହୋଇଛନ୍ତି ପରିବହନ କମିଶନର । ସୁରେଶ ଦେବଦତ୍ତ ସିଂ ଅତିରିକ୍ତ ଡିଜି (ଅପରେସନ) ହୋଇଥିବାବେଳେ ଦୟାଲ ଗଙ୍ଗଓ୍ବାର ଅତିରିକ୍ତ ଡିଜି (ରେଳବାଇ ଓ ଉପକୂଳ ସୁରକ୍ଷା), ରାଜେଶ କୁମାର ଅତିରିକ୍ତ ଡିଜି (ଆଧୁନିକୀକରଣ), ନରସିଂହ ଭୋଳ (ଅବକାରୀ କମିଶନର) ହୋଇଛନ୍ତି । ସେହିପରି ଆଶିଷ ସିଂ କେନ୍ଦ୍ରାଞ୍ଚଳ ଆଇଜି  ଭାବେ ନିଯୁକ୍ତି ଦେଇଥିବାବେଳେ ରାଜେଶ ପଣ୍ଡିତ ଡିଆଇଜି (ଅଗ୍ନିଶମ ଓ ହୋମଗାର୍ଡ)  ଭାବେ ନିଯୁକ୍ତ ପାଇଛନ୍ତି  । ସେହିପରି ଅଖିଳେଶ୍ବର ସିଂ ହୋଇଛନ୍ତି ଡିଆଇଜି (ସ୍ବତନ୍ତ୍ର ଗୁଇନ୍ଦା ସଂସ୍ଥା) ।

ସିଏସ ମୀନା ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ଭାବେ ନିଯୁକ୍ତ ହୋଇଛନ୍ତି । ଅନ୍ୟପଟେ ରାଉରକେଲା, ମୟୂରଭଞ୍ଜ, ସମ୍ବଲପୁର, କେନ୍ଦୁଝର ଓ ବଲାଙ୍ଗୀର ଏସପି ବଦଳିଛନ୍ତି । ମିତ୍ରଭାନୁ ମହାପାତ୍ର ରାଉରକେଲା ଏସପି ହୋଇଥିବାବେଳେ ବାତୁଲା ଗଙ୍ଗାଧର ମୟୂରଭଞ୍ଜ, ମୁକେଶ କୁମାର ଭାମୋ ସମ୍ବଲପୁର, କୁଶଲକର ନୀତୀନ ଦାଗୁଡୁ କେନ୍ଦୁଝର, ଖିଲାରି ରିଷିକେଶ ବଲାଙ୍ଗୀର ଏସପି ଭାବେ ନିଯୁକ୍ତି ପାଇଛନ୍ତି ।

Leave A Reply

Your email address will not be published.