ପ୍ରମୁଖ ଖବର

ଲୋକସେବା ଭବନରେ ରିଲ୍ସ କଲେ ନିଆଯିବ କଡା କାର୍ଯ୍ୟାନୁଷ୍ଠାନ: ମନ୍ତ୍ରୀ
ଖଣ୍ଡଗିରି ମାଘ ମେଳାରେ ଲାଗିବ ୧୦୦ଟି ସିସିଟିଭି, ହେବନି ଅଶ୍ଳୀଳ ନୃତ୍ୟ
ବସ୍ ଓ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା: ୩ ମୃତ
ପୂର୍ବତନ କଂଗ୍ରେସ ବିଧାୟକ ଅକ୍ଷୟ ଆଚାର୍ଯ୍ୟଙ୍କ ପରଲୋକ
ବୋଲେରୋ-ସ୍କୁଟି ଧକ୍କାରେ ନାବାଳକ ମୃତ: ୪ ଲକ୍ଷ ଟଙ୍କା ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭିଜିଲାନ୍ସ ଜାଲରେ ଥାନା ଅଧିକାରୀ

0

ବରଗଡ଼: ବରଗଡ଼ ଜିଲ୍ଲା ଗାଇସିଲଟ ଥାନା ଅଧିକାରୀ ବୀରବର ଭଗତଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ କରାଯାଇଛି। ମିଳିଥିବା ସୂଚନା ମୁତାବକ ଭିଜିଲାନ୍ସର ୪ଟି ଟିମ ଆଜି ଚଢ଼ାଉ କରିଛନ୍ତି ।

ସୂଚନାଯୋଗ୍ୟ: ବୀରବରଙ୍କ ଗାଇସିଲେଟରେ ଥିବା ସରକାରୀ ଘର ସହିତ ଥାନାରେ ଚଢ଼ାଉ କରାଯାଇଛି। ସେହିପରି ସମ୍ୱଲପୁରର ଅନୁଗୁଳିଆ ପଡାରେ ଥିବା ତାଙ୍କ ଘର ଓ ସମ୍ୱଲପୁର କାବ୍ରାପାଲିରେ ଥିବା ଫାର୍ମ ହାଉସରେ ଏକାକାଳୀନ ଚଢ଼ାଉ କରାଯାଇଛି। ଚଢ଼ାଉ ବେଳେ ଭିଜିଲାନ୍ସ ବୀରବରଙ୍କ ଗାଇସିଲେଟ କ୍ୱାର୍ଟର୍ସରୁ କିଛି ନଗଦ ଟଙ୍କା, ସୁନାଗହଣା ଓ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି। ବୀରବର ଆୟ ବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ନେଇ ଭିଜିଲାନ୍ସ ନିକଟରେ ଅଭିଯୋଗ ହୋଇଥିଲା। ଭିଜିଲାନ୍ସ ବିଭାଗ ଘଟଣାର ତଦନ୍ତ କରି ଏହି ଚଢ଼ାଉ କରିଛି।

Leave A Reply

Your email address will not be published.