ପ୍ରମୁଖ ଖବର

ୟୁଜିସି-ନେଟ୍ ପରୀକ୍ଷା ତାରିଖରେ ପରିବର୍ତ୍ତନ: ଏବେ ୟୁଜିସି-ନେଟ୍ ପରୀକ୍ଷା ଜୁନ୍ ୧୬ ରବିବାର ପରିବର୍ତ୍ତେ ଜୁନ ୧୮ ମଙ୍ଗଳବାର ଦିନ ଅନୁଷ୍ଠିତ ହେବ
ୟୁଜିସି ମୁଖ୍ୟ ଜଗଦୀଶ କୁମାର ମାଇକ୍ରୋବ୍ଲଗିଂ ସାଇଟ୍ ‘ଏକ୍ସ’ରେ ଏ ନେଇ ସୂଚନା ଦେଇଛନ୍ତି
ଇସ୍ତଫା ଦେବା ଖବରକୁ ନୀତେଶ ଗଙ୍ଗଦେବଙ୍କ ଖଣ୍ଡନ, ଫେସବୁକ୍ ଆଇଡି ହ୍ୟାକ୍ ହେଇଥିବା ନେଇ ଦେଲେ ସୂଚନା
୧୦% କର୍ମଚାରୀଙ୍କୁ ଛଟେଇ କରିବ ଓଲା, ଇସ୍ତଫା ଦେଲେ ସିଇଓ ହେମନ୍ତ ବକ୍ସି
ଆସନ୍ତାକାଲି ହିଞ୍ଜିଳି ଏବଂ ଆସନ୍ତା ୨ତାରିଖରେ କଣ୍ଟାବାଞ୍ଜି ବିଧାନସଭା ଆସନ ପାଇଁ ନିଜର ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
୪୪.୮ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର, ଆହୁରି ୪ରୁ ୫ ଦିନ ପର୍ଯ୍ୟନ୍ତ ଜାରି ରହିବ ଗ୍ରୀଷ୍ମ ଲହରୀ

ପବିତ୍ର ସ୍ନାନ ପୂର୍ଣ୍ଣମୀରେ ହାତୀ ବେଶରେ ଦର୍ଶନ ଦେବେ ଚତୁର୍ଦ୍ଧାମୁରତି

0

ପୁରୀ: ରତ୍ନବେଦୀ ଛାଡି ସ୍ନାନବେଦୀକୁ ଓହ୍ଲାଇ ଆସିଲେ ଚତୁର୍ଦ୍ଧାମୁରତି। ବର୍ଷକରେ ଥରେ ପ୍ରତ୍ୟେକ୍ଷ ସ୍ନାନଯାତ୍ରା ଦେଖିବାକୁ ବଡଦାଣ୍ଡରେ ଅପେକ୍ଷା କରିଛନ୍ତି ଲକ୍ଷାଧିକ ଶ୍ରଦ୍ଧାଳୁ। ୧୦୮ଗରା ସୁବାସିତ ଜଳରେ ସ୍ନାନ କରିଛନ୍ତି ଶ୍ରୀବିଗ୍ରହ। ଆଜି ପବିତ୍ର ସ୍ନାନ ପୂର୍ଣ୍ଣିମା ତିଥିରେ ରାତି ୨ଟାରୁ ଦଇତାପତି ନିଯୋଗ ତରଫରୁ ଆରମ୍ଭ ହୋଇଥିଲା ନୀତିକାନ୍ତି। ଭୋର ପ୍ରାୟ ୪ଟା୪୫ ରେ ମଙ୍ଗଳାର୍ପଣ ନୀତି ପରେ ଆରମ୍ଭ ହୋଇଥିଲା ପହଣ୍ଡି। ପ୍ରଥମେ ସୁଦର୍ଶନ ପରେ ବଡ଼ଠାକୁର, ପରେ ଭଗିନୀ ଦେବୀ ସୁଭଦ୍ରାଙ୍କ ପରେ ଶେଷରେ ସ୍ନାନବେଦୀକୁ ଧାଡି ପହଣ୍ଡିରେ ବିଜେ କରିଥିଲେ କଳାଠାକୁର। ସେପଟେ ଅପରାହ୍ନ ପ୍ରାୟ ୨ ଟା ରେ ହେବ ଗଜାନନ ବେଶ।ସେପଟେ ସମସ୍ତ ନୀତିକାନ୍ତି ନିର୍ଦ୍ଧାରିତ ସମୟରେ ସରିଛି ଏବଂ ସଠିକ ସମୟରେ ଗଜାନନ ବା ହାତୀ ବେଶରେ ଦର୍ଶନ କରିବେ ଶ୍ରଦ୍ଧାଳୁ ବୋଲି ପ୍ରତିକ୍ରିୟା ରହିଛନ୍ତି ମୁଖ୍ୟ ପ୍ରଶାସକ ଏବଂ ମୁଖ୍ୟ ଶାସନ ସଚିବ।

ସେଵାୟତ ଓ ପ୍ରଶାସନ ମଧ୍ୟରେ ଉତ୍ତମ ସମନ୍ବୟ ଯୋଗୁଁ ଶୃଙ୍ଖଳିତ ଭାବରେ ନୀତି ଚାଲୁ ରହିଛି। ଅନ୍ୟପଟରେ ପ୍ରଚଣ୍ଡ ଗୁଳୁଗୁଳି ସତ୍ତ୍ୱେ ବଡଦାଣ୍ଡରେ ପ୍ରତୀକ୍ଷା କରିଛନ୍ତି ଶ୍ରଦ୍ଧାକୁ। ଭକ୍ତମୟ ପରିବେଶରେ ଗଗନ ପବନ ପ୍ରକମ୍ପିତ କରୁଛି ଜୟ ଜଗନ୍ନାଥ ଧ୍ଵନି।ମର୍ଚିକୋଟ ଛକଠାରୁ ସିଂହଦ୍ୱାର ପର୍ଯ୍ୟନ୍ତ ଲମ୍ବିଛି ସ୍ୱତନ୍ତ୍ର ବ୍ୟାରିକେଡ। ଭକ୍ତଙ୍କ ପାଇଁ ପ୍ରଶାସନ ତରଫରୁ ପାନୀୟ ଜଳର ସୁବିଧା, ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା,ଅଗ୍ନିଶମ ବିଭାଗ ପକ୍ଷରୁ ଜଳସିଞ୍ଚନ,ଧାଡି ଭିତରେ ପାଣି ବଣ୍ଟନର ବ୍ୟବସ୍ଥା କରାଯାଇଥିବା ବେଳେ ୬୦ ପ୍ଲାଟୁନ ଫୋର୍ସ,ପଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଚାଲିଛି ସ୍ନାନଯାତ୍ରା।

Leave A Reply

Your email address will not be published.