ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

କୋଭିଡ ପରିଚାଳନା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଛି ଓଡ଼ିଶା

0

ଭୁବନେଶ୍ୱର: ୨୦୨୦ ମସିହାରେ କୋଭିଡ ସଂକ୍ରମଣ ଆରମ୍ଭ ହେବା ପରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ ଯିଏ କି କରୋନା ସହ ଯୁଦ୍ଧ କରିବା ପାଇଁ ପଦକ୍ଷେପ ଆରମ୍ଭ କରିଥିଲା । ଯାହାଦ୍ୱାରା କି ସାରା ଦେଶରୁ ସବୁଠାରୁ କମ୍ ମୃତ୍ୟୁ ଓଡ଼ିଶାରେ ହିଁ ହୋଇଥିଲା ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଓଡ଼ିଶା କୋଭିଡ ମୁକାବିଲା ନିମନ୍ତେ ଖୁବ୍ ଉଚ୍ଚକୋଟୀର କାର୍ଯ୍ୟ କରିଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ୱାସ୍ଥ୍ୟ ସେବା ଓ କୋଭିଡ ପରିଚାଳନା କ୍ଷେତ୍ରରେ ରାଜ୍ୟର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ବୋଲି ଗତ ଗୁରୁବାର ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇ ଓଡ଼ିଶାରେ କାର୍ଯ୍ୟରତ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରାଜ୍ୟ ଆଂଚଳିକ ଟିମ୍ ଲିଡର ଡାକ୍ତର ନିହାର ରଞ୍ଜନ ରାୟ କହିଛନ୍ତି ।

ତେବେ ମହାମାରୀ ଯୋଗୁଁ ନିୟମିତ ଟୀକାକରଣ କାର୍ଯ୍ୟ ଭୀଷଣ ଭାବେ ବାଧାପ୍ରାପ୍ତ ହୋଇଥିବା ଡାକ୍ତର ରାୟ କହିଥିଲେ । ଏହା ଦ୍ୱାରା କୋଭିଡ ମହାମାରୀରୁ ବର୍ତି ଗଲେ ମଧ୍ୟ ଅନେକେ ଟୀକା ଦ୍ୱାରା ପ୍ରତିରୋଧ ହୋଇପାରୁଥିବା ଅନ୍ୟ ରୋଗଗୁଡ଼ିକ ଦ୍ୱାରା ସଂକ୍ରମିତ ହେବାର ସମ୍ଭାବନା ରହିଛି । “ଇନ୍‌ଟିଗ୍ରେସନ୍ ଅଫ୍ ଲର୍ଣ୍ଣିଂ ଫ୍ରମ୍ କୋଭିଡ-୧୯ ୱିଥ୍ ରୁଟିନ୍ ଇମ୍ୟୁନାଇଜେସନ୍ ଷ୍ଟ୍ରେନ୍‌ଦେନିଂ ଆଣ୍ଡ ଭ୍ୟାକ୍ସିନ୍ ପ୍ରିଭେଂଟେବୁଲ୍ ଡିଜିଜେସ୍ ସର୍ଭେଲିଆନ୍‌ସ” ଶୀର୍ଷକ କର୍ମଶାଳାରେ ଯୋଗ ଦେଇ ଏହି ବକ୍ତବ୍ୟ ରଖିଛନ୍ତି ଡାକ୍ତର ରାୟ ।

ଏହି କର୍ମଶାଳାରେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ର ଡିନ୍ ପ୍ରଫେସର (ଡାକ୍ତର) ସଂଘମିତ୍ରା ମିଶ୍ର, ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ସର୍ଭେଲିଆନ୍‌ସ ମେଡିକାଲ୍ ଅଫିସର ଡାକ୍ତର ଅର୍ଚ୍ଚନା ଗାଏନ୍ ଏବଂ ସମ୍ ହସ୍ପିଟାଲ୍‌ର ଶିଶୁ ରୋଗ ବିଭାଗର ମୁଖ୍ୟ ଡାକ୍ତର ମମତା ଦେବୀ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ ।

ଦେଶରେ ସର୍ବାଧିକ ୯୫.୫ ପ୍ରତିଶତ ଟୀକାକରଣ ଓଡ଼ିଶାରେ ହୋଇଥିବା ବେଳେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବର୍ତମାନ ମିଜିଲ୍‌ସ ଓ ରୁବେଲା ଭଳି ରୋଗର ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟରତ ଅଛି ବୋଲି ସେ କହିଥିଲେ । ମହାମାରୀ ପରେ ରାଜ୍ୟରେ ମିଜିଲ୍ସ ଓ ରୁବେଲାର ସଂଖ୍ୟା ବୃଦ୍ଧି ପାଇଥିବା ବେଳେ ବର୍ତମାନ ସବୁ ପିଲାମାନଙ୍କୁ ଏଥି ନିମନ୍ତେ ଟୀକାକରଣ କରାଯାଉଛି ।

ଡାକ୍ତର ରାୟ କହିଛନ୍ତି ଯେ କୋଭିଡ ମହାମାରୀ ଆରମ୍ଭ ହେବା ପରେ ରାଜ୍ୟ ସରକାର ଏହାର ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ହସ୍ପିଟାଲ୍ ଆରମ୍ଭ କରିବାର ନିଷ୍ପତି ନେଇଥିବା ବେଳେ ଆଇଏମ୍‌ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଏହାର ଦାୟିତ୍ୱ ନେଇଥିଲା ଏବଂ କରୋନା ଯୋଦ୍ଧା ଭାବେ ହସ୍ପିଟାଲ୍‌ର ଡାକ୍ତର, ନର୍ସ ଏବଂ ପାରାମେଡିକ୍ସମାନେ ଉଚ୍ଚକୋଟୀର କାର୍ଯ୍ୟ କରିଥିଲେ । କୋଭିଡ୍ ଭ୍ୟାକ୍ସିନ୍ କୋଭାକ୍ସିନ୍‌ର ହ୍ୟୁମାନ୍ ଟ୍ରାଏଲ୍ ମଧ୍ୟ ପ୍ରଥମେ ଆଇଏମ୍‌ଏସ୍ ଆଣ୍ଡ ହସ୍ପିଟାଲ୍‌ରେ କରାଯାଇଥିଲା ବୋଲି ସେ କହିଛନ୍ତି ।

Leave A Reply

Your email address will not be published.