ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ବିହାରର ଖାଗାରିଆ ଠାରେ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍

0

ଭାଗଲପୁର: ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍। ବିହାରର ଭାଗଲପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି । ବ୍ରିଜ୍ର ଦୁଇଟି ପାର୍ଶ୍ୱ କେମିତି ଭୁଶୁଡ଼ିବା ସହ ପାଣିରେ ମିଶି ଯାଉଛି, ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଯାଏ ବ୍ରିଜ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନି । ଅଗୁୱାନି ସୁଲାତନଗଞ୍ଜ ଗଙ୍ଗା ବ୍ରିଜ ବିହାରର ଖାଗାରିଆ ଠାରେ ନିର୍ମାଣ ଚାଲିଥିଲା । ଗଙ୍ଗା ନଦୀ ଉପରେ ହେଉଥିବା ବ୍ରିଜ ପାଇଁ ୧୭ ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା । ବ୍ରିଜର ୩ଫୁଟ ଅଞ୍ଚଳ ଭୁଶୁଡ଼ିବା ସହ ଗଙ୍ଗା ନଦୀରେ ଲୀନ ହୋଇଯାଇଛି।

ସୂଚନାଯୋଗ୍ୟ, ବିହାରରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଇଥିବା ୪ ଲେନ ବିଶିଷ୍ଟ ନିର୍ମାଣଧୀନ ବ୍ରିଜ ଭୁଷୁଡି ପଡିଛି । ଯାହାର ଭିିଡିଓର କ୍ୟାମେରାରେ କଏଦ ହୋଇଛି । ବ୍ରିଜର ୪ରୁ ୫ ଟି ଖୁଣ୍ଟ ଭୁଷୁଡି ପଡିଛି । ଏହି ବ୍ରିଜ୍ ଖୁବ୍ ଶୀଘ୍ର ଉଦଘାଟନ ହେବାର ଥିଲା । ଏହା ପୂର୍ବରୁ ବ୍ରିଜ୍ ଭୁଷୁଡି ପଡିଥିବାରୁ ବହୁ ଜୀବନ ବଞ୍ଚିଯାଇଛି । ଏହି ଘଟଣାର ବିହାର ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାର ଶିଳାନ୍ୟାସ କରିଥିଲେ ।

।

Leave A Reply

Your email address will not be published.