ପ୍ରମୁଖ ଖବର

ଲୋକସଭା ନିର୍ବାଚନ ୨୦୨୪ର ପଞ୍ଚମ ପର୍ଯ୍ୟାୟରେ ସୋମବାର ଅପରାହ୍ନ ୫ଟା ସୁଦ୍ଧା ୪୯ଟି ଆସନରେ ୫୬.୬୮% ମତଦାନ
ଓଡିଶା ରାଜ୍ୟରେ ଅପରାହ୍ଣ ୫ଟା ସୁଦ୍ଧା ୬୦.୫୪ ପ୍ରତିଶତ ମତଦାନ
ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜଧାନୀରେ ରୋଡ ସୋ’ କରିଛନ୍ତି
ଛତିଶଗଡ଼ରେ ୨୦ଫୁଟ ତଳକୁ ଓଲଟିଲା ପିକଅପ ଭ୍ୟାନ, ୧୭ମୃତ, ୧୨ ଆହତ

ବିହାରର ଖାଗାରିଆ ଠାରେ ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍

0

ଭାଗଲପୁର: ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍। ବିହାରର ଭାଗଲପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି । ବ୍ରିଜ୍ର ଦୁଇଟି ପାର୍ଶ୍ୱ କେମିତି ଭୁଶୁଡ଼ିବା ସହ ପାଣିରେ ମିଶି ଯାଉଛି, ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଯାଏ ବ୍ରିଜ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନି । ଅଗୁୱାନି ସୁଲାତନଗଞ୍ଜ ଗଙ୍ଗା ବ୍ରିଜ ବିହାରର ଖାଗାରିଆ ଠାରେ ନିର୍ମାଣ ଚାଲିଥିଲା । ଗଙ୍ଗା ନଦୀ ଉପରେ ହେଉଥିବା ବ୍ରିଜ ପାଇଁ ୧୭ ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା । ବ୍ରିଜର ୩ଫୁଟ ଅଞ୍ଚଳ ଭୁଶୁଡ଼ିବା ସହ ଗଙ୍ଗା ନଦୀରେ ଲୀନ ହୋଇଯାଇଛି।

ସୂଚନାଯୋଗ୍ୟ, ବିହାରରେ ଗଙ୍ଗା ନଦୀ ଉପରେ ନିର୍ମାଣ କରାଯାଇଥିବା ୪ ଲେନ ବିଶିଷ୍ଟ ନିର୍ମାଣଧୀନ ବ୍ରିଜ ଭୁଷୁଡି ପଡିଛି । ଯାହାର ଭିିଡିଓର କ୍ୟାମେରାରେ କଏଦ ହୋଇଛି । ବ୍ରିଜର ୪ରୁ ୫ ଟି ଖୁଣ୍ଟ ଭୁଷୁଡି ପଡିଛି । ଏହି ବ୍ରିଜ୍ ଖୁବ୍ ଶୀଘ୍ର ଉଦଘାଟନ ହେବାର ଥିଲା । ଏହା ପୂର୍ବରୁ ବ୍ରିଜ୍ ଭୁଷୁଡି ପଡିଥିବାରୁ ବହୁ ଜୀବନ ବଞ୍ଚିଯାଇଛି । ଏହି ଘଟଣାର ବିହାର ମୁଖ୍ୟମନ୍ତ୍ରୀ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ୨୦୧୪ରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଏହାର ଶିଳାନ୍ୟାସ କରିଥିଲେ ।

Leave A Reply

Your email address will not be published.