ପ୍ରମୁଖ ଖବର

ଆଇପିଏସ୍‌ସ୍ତରରେ ଅଦଳବଦଳ: ସୁଶାନ୍ତ କୁମାର ନାଥ ହେଲେ ଜେଲ୍ ଡିଜି
ଦିଲ୍ଲୀରେ ପ୍ରବଳ ବର୍ଷା ଓ ଝଡ଼ତୋଫାନ
ଡାକ୍ତରଙ୍କୁ କେବଳ ଜେନେରିକ ଔଷଧ ଲେଖିବା ପାଇଁ ବାଧ୍ୟତାମୂଳକ କରାଯିବା ଉଚିତ: ସୁପ୍ରିମକୋର୍ଟ
ପ୍ରକାଶ ପାଇଲା ମାଟ୍ରିକ୍ ପରୀକ୍ଷା ଫଳ: ଚଳିତ ମାଟ୍ରିକ୍ ରେଜଲ୍ଟରେ ଛାତ୍ରୀ ବାଜିମାରିନେଇଛନ୍ତି । ପାସ୍ ହାର ୯୪.୯୩ ପ୍ରତିଶତ ଥିବାବେଳେ ଛାତ୍ରୀଙ୍କ ପାସ୍ ହାର ୯୬ ପ୍ରତିଶତ ରହିଛି । ପୁଅଙ୍କ ପାସ୍ ହାର ୯୪ ପ୍ରତିଶତ ରହିଛି
କୋରାପୁଟ: ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଜାଲରେ ସିଡିପିଓ ଏବଂ ଅଙ୍ଗନୱାଡି କର୍ମୀ

ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୫ମୃତ

0

ବଲାଙ୍ଗୀର : ଗତକାଲି ଅର୍ଥାତ ମଙ୍ଗଳବାର ମଧ୍ୟରାତ୍ରରେ ବଲାଙ୍ଗୀର ସହରଠାରୁ ୩ କିଲୋମିଟର୍ ଦୂର ଛୁଇଁବନ୍ଧ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୫ ଜଣଙ୍କ ମୃତ୍ୟୁ ହୋଇଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା ହାଇୱା ଟ୍ରକ୍‌କୁ ଏକ କାର ପଛପଟୁ ଧକ୍କା ଦେବାରୁ ଗୋଟିଏ ପରିବାରର ୫ ଜଣ ସଦସ୍ୟ ଅକାଳରେ ଜୀବନ ହରାଇଛନ୍ତି।

ସୂଚନା ଅନୁସାରେ, ବଲାଙ୍ଗୀର ସହର ରାମଜୀପଡ଼ାର ଆୟୁର୍ବେଦିକ ଚିକିତ୍ସକ ଡା. ଜୟନ୍ତ ପ୍ରକାଶ ନାଏକଙ୍କ ପୁଅ ଆତ୍ମଜ ଓରଫ ଅମନ ନାଏକ ପରିବାର ଓ ସଂପର୍କୀୟଙ୍କ ସହ ଆଗଲପୁର ଡୁଡୁକାରେ ଆୟୋଜିତ ଜଣେ ସଂପର୍କୀୟଙ୍କ ବିବାହ ଭୋଜିରେ ଯୋଗ ଦେଇଥିଲେ। ସେଠାରୁ ରାତି ପ୍ରାୟ ସାଢ଼େ ୧୦ଟା ବେଳେ ନିଜେ କାର୍‌ (ଓଡି-୩ଜି-୫୬୦୦) ଚଳାଇ ବଲାଙ୍ଗୀର ଫେରୁଥିଲେ। ବଲାଙ୍ଗୀର ପହଞ୍ଚିବାକୁ ଆଉ ୩ କିଲୋମିଟର ଥିବାବେଳେ ଏନ୍‌ଏଚ୍-୨୬ର ଛୁଇଁବନ୍ଧ ଛକ ନିକଟରେ ଦ୍ରୁତ ଗତିରେ ଆସୁଥିବା କାର୍‌ଟି ଅନ୍ଧାରରେ ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଟ୍ରକ୍‌ (ଏପି-୧୬ଟିଇ-୭୧୧୮)କୁ ଦେଖି ନପାରି ଜୋର୍‌ରେ ଧକ୍କା ଦେଇଥିଲା। ଏଥିରେ ଘଟଣା ସ୍ଥଳରେ ୫ ଜଣଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା।

ସେମାନେ ହେଲେ ଗାଡ଼ି ଚାଳକ ଆତ୍ମଜ (୨୫), ଆତ୍ମଜଙ୍କ ଭଉଣୀ ତଥା କନ୍ଧପାଲିର ସୀତାକାନ୍ତ ସାଏଙ୍କ ପତ୍ନୀ ଇପ୍‌ସିତା ସାଏ (୨୭), ଇପ୍‌ସିତାଙ୍କ ଝିଅ ରିୟା ସାଏ (୬), ଆତ୍ମଜଙ୍କ ମାମୁ ତଥା ସଦେଇପାଲିର ସ୍ବର୍ଗତ ମହେନ୍ଦ୍ର ସାଏଙ୍କ ପୁଅ ଦୀପ୍ତିରଂଜନ ସାଏ (୩୫) ଏବଂ ଦୀପ୍ତିରଂଜନଙ୍କ ଝିଅ ଆନ୍‌ଭି ଓରଫ ମାହି (୬)। ଗୁରୁତର ଅବସ୍ଥାରେ କାର୍‌ ଚାଳକ ଆତ୍ମଜଙ୍କ ମାଆ ଆରତୀ ନାଏକ (୪୭) ଏବଂ ଦୀପ୍ତିରଂଜନଙ୍କ ପତ୍ନୀ ରଶ୍ମିତା ସାଏ (୨୯)ଙ୍କୁ ବୁର୍ଲା ବଡ଼ ଡାକ୍ତରଖାନାକୁ ପଠାଯାଇଛି। ଖବରପାଇ ବଲାଙ୍ଗୀର ସଦର ପୁଲିସ୍ ଘଟଣାସ୍ଥଳରୁ ସ୍ଥାନୀୟ ଲୋକଙ୍କ ସହାୟତାରେ ମୃତାହତମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଡାକ୍ତରଖାନାକୁ ଆଣିଥିଲା। ସେଠାରୁ ଦୁଇ ଗୁରୁତରଙ୍କୁ ବୁର୍ଲା ସ୍ଥାନାନ୍ତର କରା ଯାଇଥିବାବେଳେ ମୃତକଙ୍କ ଶବ ବଲାଙ୍ଗୀର ଡାକ୍ତରଖାନାରେ ରଖାଯାଇଛି। ଖବରପାଇ ମୃତାହତଙ୍କ ସଂପର୍କୀୟମାନେ ପହଞ୍ଚିବା ପରେ ସେମାନଙ୍କ କାନ୍ଦବୋବାଳିରେ ଡାକ୍ତରଖାନା ପରିସରରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Leave A Reply

Your email address will not be published.