ପ୍ରମୁଖ ଖବର

ସେପ୍ଟେମ୍ବର ୬ରେ ପ୍ରକାଶ ପାଇବ ଚୂଡ଼ାନ୍ତ ଭୋଟର ତାଲିକା; ୫୮ ଲକ୍ଷ ଲୋକଙ୍କୁ ନୋଟିସ୍
ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଜାଲରେ କୁଆରମୁଣ୍ଡ ଆର୍‌ଆଇ
ଓଡ଼ିଆ ଉଚ୍ଚାରଣ ଅନୁଯାୟୀ ଇଂଲିଶ ବନାନ ବାଧ୍ୟତାମୂଳକ, ସବୁ ଜିଲାପାଳଙ୍କୁ ନିର୍ଦ୍ଦେଶ
ବର୍ଷା ସହ ବଢ଼ୁଛି ଡେଙ୍ଗୁ ଚିନ୍ତା: ରାଜ୍ୟରେ ୨୬୦ ଆକ୍ରାନ୍ତ
ସେପ୍ଟେମ୍ବର ୧ରୁ ପଶ୍ଚିମବଙ୍ଗରେ ସରକାରୀ କାର୍ଯ୍ୟରେ ବଙ୍ଗଳା ଭାଷା ବାଧ୍ୟତାମୂଳକ
ପ୍ରବଳ ବର୍ଷା ଆଶଙ୍କା: ଅମରନାଥ, ବୈଷ୍ଣୋଦେବୀ ଓ ଶିବ ଖୋରୀ ଯାତ୍ରା ସାମୟିକ ଭାବେ ସ୍ଥଗିତ
୨୦%ରୁ ଅଧିକ ଇଥାନଲ୍ ମିଶ୍ରଣ ନେଇ ହୋଇନାହିଁ ନିଷ୍ପତ୍ତି : କେନ୍ଦ୍ର ସରକାର
କର୍ଣ୍ଣାଟକର ବେଙ୍ଗାଲୁରୁ ସୁଟକେସ୍‌ ଭିତରେ ମହିଳାଙ୍କ ମୃତଦେହ ଉଦ୍ଧାର

ପ୍ରକାଶ ପାଇଲା ନିଟ୍ ୟୁଜି ପରୀକ୍ଷାଫଳ

0

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇଛି ଜାତୀୟ ଟେଷ୍ଟିଂ ଏଜେନ୍ସି  ପକ୍ଷରୁ କରାଯାଇଥିବା (ନିଟ୍ ) ୨୦୨୩ ପରୀକ୍ଷାଫଳ। ଚଳିତ ଥର ନିଟରେ ଦୁଇଜଣ ଛାତ୍ର ଟପ୍ କରିଛନ୍ତି । ତାମିଲନାଡୁର ପ୍ରଭଞ୍ଜନ ଜେ ଏବଂ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ହାସଲ କରି ସର୍ବଭାରତୀୟ ସ୍ତରରେ ରାଙ୍କ-୧ ହାସଲ କରିଛନ୍ତି ।

ଏଥର ମୋଟ ୨୦ ଲକ୍ଷ ୩୮ ହଜାର ୫୯୬ ଜଣ ପରୀକ୍ଷା ଦେଇଥିବାବେଳେ ସେମାନଙ୍କ ମଧ୍ୟରୁ ୧୧ ଲକ୍ଷ ୪୫ ହଜାର ୯୭୬ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଓଡ଼ିଶାରୁ ପ୍ରାୟ ୫୭୦୯୨ ଜଣ ଏହି ପରୀକ୍ଷା ପାଇଁ ପଂଜୀକରଣ କରିଥିବାବେ​ଳେ ୫୫୮୬୬ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୨୮୩୩୦ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

ତାମିଲନାଡ଼ୁର ପ୍ରଭଞ୍ଜନ ଜେ. ଓ ଆନ୍ଧ୍ରପ୍ରଦେଶର ବୋରା ବରୁଣ ଚକ୍ରବର୍ତ୍ତୀ ୭୨୦ରୁ ୭୨୦ ମାର୍କ ରଖି ସାରା ଦେଶରେ ଟପ୍ପର ହୋଇଛନ୍ତି । ଓଡ଼ିଶାର ସ୍ବୟଂ ଶକ୍ତି ତ୍ରିପାଠୀ ୭୧୫ ମାର୍କ ରଖିବା ସହ ସାରା ଦେଶରେ ୮ମ ସ୍ଥାନରେ ଅଛନ୍ତି । ସେହିପରି ଓଡ଼ିଶାର ସୂର୍ଯ୍ଯ ପ୍ରତାପ ମିଶ୍ର ୭୧୦ ମାର୍କ ରଖି ସର୍ବଭାରତୀୟ ସ୍ତରରେ ୩୫ ତମ ସ୍ଥାନରେ ଅଛନ୍ତି । ସେହିପରି ପ୍ରଞ୍ଜାଲ୍ ଅଗ୍ରଓ୍ବାଲ୍ ଝିଅମାନଙ୍କ ମଧ୍ୟରେ ଟପ୍ପର ହୋଇଛନ୍ତି । ସେ ସର୍ବଭାରତୀୟ ସ୍ତରରେ ୪ ନମ୍ବର ରାଙ୍କ ପାଇଛନ୍ତି । ଝିଅ ମାନଙ୍କ ମଧ୍ୟରେ ଓଡ଼ିଶାର ଅଭିପସା ଚୌଧୁରୀ ୧୬ତମ ସ୍ଥାନରେ ଅଛନ୍ତି ।

Leave A Reply

Your email address will not be published.